ନବରଙ୍ଗପୁର: ନବରଙ୍ଗପୁର ସହରର ମୁଖ୍ୟ ବଜାର ପ୍ରାଙ୍ଗଣରେ ଜିଲ୍ଲାସ୍ତରୀୟ ମଣ୍ଡିର ଉଦଘାଟନ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳ ଡ଼. କୋମଳ ଲୋଚନ ମିଶ୍ର , ଉପଜିଲ୍ଲାପାଳ ଅଗ୍ରୱାଲ ସୁନୀଲ କୁମାର ଯୋଗଦାନ କରି ମଣ୍ଡିର ଉଦଘାଟନ କରିଥିଲେ । ଏହି ଅବସରରେ ଚାଷୀଙ୍କୁ ମଣ୍ଡି ବାବଦରେ ସଚେତନ କରିବା ସହିତ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି l ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ମଣ୍ଡି ଆରମ୍ଭ ହୋଇଛି ପୂର୍ବରୁ ଡିସେମ୍ବର ଦଶ ତାରିଖରେ ମଣ୍ଡି ଖୋଲିବା ସକାଶେ ନିଷ୍ପତ୍ତି ନେଇଥିବା ବେଳେ ଲ୍ୟାମ୍ପ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ନିର୍ଦ୍ଧାରିତ ସମୟରେ ମଣ୍ଡି ଖୋଲାଯାଇ ପାରିନଥିଲା l ଏଣୁ, ଜିଲ୍ଲା ପ୍ରଶାସନ ନିୟନ୍ତ୍ରିତ ବଜାର କମିଟି ମାଧ୍ୟମରେ ସିଧାସଳଖ ଚାଷୀଙ୍କ ଠାରୁ ଧାନ କିଣିବା ସକାଶେ ନିଷ୍ପତ୍ତି ନେଇ ଆଜି ମଣ୍ଡି ଉଦଘାଟନ କରାଯାଇଛି ।
ପ୍ରତ୍ୟେକ ମଣ୍ଡିରେ ଚାଷୀଙ୍କ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଥିଲା । ଚାଷୀ, ଦଲାଲ ପ୍ରଲୋଭନରେ ନପଡି ମଣ୍ଡିକୁ ଏଫଏକ୍ୟୁ ମାନର ଧାନ ଆଣି ସରକାର ମୂଲ୍ୟରେ ଉଚିତ ଦର ପାଇବା ପାଇଁ ପରାମର୍ଶ ଦିଆଯାଇଥିଲା । ହେଲେ ମଣ୍ଡି ଖୋଲିବା ଉଦଘାଟନୀ ଉତ୍ସବରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା । ଚାଷୀ ଅଭିଯୋଗ କରିଛନ୍ତି ଯେ, ନବରଙ୍ଗପୁର ଜିଲ୍ଲାରେ ଚାଷ ଆଗ ଆରମ୍ଭ ହୋଇ ଶୀଘ୍ର ଅମଳ ହୁଏ କିନ୍ତୁ, ବିଳମ୍ବରେ ମଣ୍ଡି ଆରମ୍ଭ ହେବା ଯୋଗୁଁ ଅମଳ ହୋଇଥିବା ଧାନକୁ ସଂରକ୍ଷିତ ରଖୁବା ସମସ୍ୟା ଉଠୁଛି । ଏହାସହ କିଛି ଚାଷୀଙ୍କ ଟୋକନ ଫେବୃୟାରୀ ମାସର ଆସିଥିବା ଯୋଗୁଁ ଏତେ ଦିନ ଧାନ ସଂରକ୍ଷିତ କରି ରଖିବା ଅସୁବିଧା ହେବ । ଏଣୁ, ଏହାର ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି କରିଥିଲେ ।
ଚଳିତ ବର୍ଷ ନବରଙ୍ଗପୁର ଜିଲ୍ଲାର 59ଟି ଜାଗାରେ ମଣ୍ଡି ଖୋଲାଯାଇଥିବା ବେଲେ 30 ହଜାର 208ଜଣ ଚାଷୀ ରେଜିଷ୍ଟେସନ କରିଛନ୍ତି । ଏଥିସହିତ 29,601 ଜଣ ଚାଷୀ ଧାନ ବିକ୍ରି କରିପାରିବେ ଓ 607 ଜଣ ଚାଷୀ ରେଜିଷ୍ଟ୍ରସନରୁ ବିଭିନ୍ନ କାରଣ ଯୋଗୁଁ ବାଦ ପୋଡିଛନ୍ତି l ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜଳସେଚିତ ଜମି ପାଇଁ ଏକର ପିଛା ୧୯ କ୍ବିଣ୍ଟାଲ ଏବଂ ଅଣଜଳସେଚିତ ଜମି ପାଇଁ ୧୩ କ୍ବିଣ୍ଟାଲ ଧାନ କ୍ରୟ କରିବା ପାଇଁ ନିର୍ଦ୍ଧାରିତ କରାଯାଇଛି । ଏଫଏକ୍ୟୁ ମାନର ଧାନ ସର୍ବନିମ୍ନ ଧାର୍ଯ୍ୟ ମୂଲ୍ୟ କ୍ୟୁଣ୍ଟାଲ ପିଛା ୧୯୪୦/- ଟଙ୍କା ରଖାଯାଇଛି । ଆୟାଜିତ କାର୍ଯ୍ୟକ୍ରମରେ ଜିଲ୍ଲା ମିଲ ମାଲିକ ମାନେ ଓ ଚାଷୀକୁଳ ଉପସ୍ଥିତ ଥିଲେ l
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ