ETV Bharat / state

ବିଦ୍ୟୁତ୍ ବିଭାଗର ଅସାବଧାନତା, ଅକାରଣେ ଚାଲିଗଲା ନିରୀହ ଜୀବନ - nabarangpur man death in electri shock

ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ସରିଆପଡା ଗ୍ରାମରେ ଜଣେ ବ୍ୟକ୍ତି ଗଛରେ ଚଢି ଶାଗ ତୋଳୁଥିବା ବେଳେ 11କେଭି ବିଦ୍ୟୁତ୍ ତାରରେ ଲାଗି ତାଙ୍କର ମୃତ୍ୟୁ ଘଟିଛି ।

man death in electri shock in nabarangpur
ବିଦ୍ୟୁତ୍ ବିଭାଗର ଅସାବଧାନତା ନେଲା ଏକ ନିରୀହ ଜୀବନ
author img

By

Published : Mar 15, 2020, 1:46 PM IST

ନବରଙ୍ଗପୁର: ବିଦ୍ୟୁତ୍ ବିଭାଗର ଅସାବଧାନତା ନେଲା ଏକ ନିରୀହ ଜୀବନ l ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ସରିଆପଡା ଗ୍ରାମରେ ଜଣେ ବ୍ୟକ୍ତି ଗଛରେ ଚଢି ଶାଗ ତୋଳୁଥିବା ବେଳେ 11କେଭି ବିଦ୍ୟୁତ୍ ତାରରେ ଲାଗି ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣଙ୍କ ଭଗତ ମାଝୀ ବୋଲି ଜଣାପଡିଛି ।

ବିଦ୍ୟୁତ୍ ବିଭାଗର ଅସାବଧାନତା ନେଲା ଏକ ନିରୀହ ଜୀବନ

ସୂଚନା ଅନୁଯାୟୀ, ଶନିବାର ଭଗତ ମାଝୀ ଗାଁ ଭିତରେ ଥିବା ବଉଳ ଗଛରୁ ଶାଗ ତୋଳିବା ଲାଗି ଚଢିଥିଲେ । ସେହି ସମୟରେ ହଠାତ୍ ସେ 11କେଭି ବିଦ୍ୟୁତ୍ ତାରରେ ସଂସ୍ପର୍ଶରେ ଆସି ଯାଇଥିଲେ । ଏହାଦେଖି ଗ୍ରାମବାସୀ ତୁରନ୍ତ ଝରୀଗାଁ ବିଦ୍ୟୁତ୍ ଅଫିସକୁ ଖବର ଦେଇଥିଲେ । ଖବର ପାଇ ବିଦ୍ୟୁତ୍ ବିଭାଗ କର୍ମଚାରୀ ଗାଁରେ ପହଞ୍ଚି ବିଦ୍ୟୁତ୍ କାଟ କରି ଭଗତଙ୍କୁ ଉଦ୍ଧାର କରିଥିଲେ । ଏହାପରେ ଭଗତଙ୍କୁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ତେବେ କିଛିଦିନ ତଳେ ବିଦ୍ୟୁତ ବିଭାଗର ଏଭଳି ଅବହେଳା ଲାଗି ଗଞ୍ଜାମ ଜିଲ୍ଲା ଗୋଳନ୍ଥରl ମେଣ୍ଡରାଜପୁର ଠାରେ ଏକ ଯାତ୍ରୀବାହୀ ବସ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଅନେକ ନିରୀହ ଲୋକଙ୍କ ଜୀବନ ଚାଲିଯାଇଥିଲା l ବାରମ୍ବାର ଏଭଳି ଘଟଣା ଘଟି ଅନେକ ଧନ ଜୀବନ କ୍ଷତି ଘଟୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଏଭଳି ବେପରୁଆ ମନଭାବକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ନବରଙ୍ଗପୁରରୁ ତପନ ବିଶୋୟୀ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.