ETV Bharat / state

ନଦୀରେ ବୁଡି ଯୁବକ ମୃତ

ନବରଙ୍ଗପୁରର ଜଣେ ଯୁବକ ନଦୀରେ ଭାସି ଯାଇ ମୃତ୍ୟୁବରଣ କରିଥିବା ଜଣାପିଡିଛି । ଅଧିକ ପଢନ୍ତୁ...

author img

By

Published : Feb 13, 2021, 8:12 PM IST

Man dead by drowning in river in Nabarangpur
ନଦୀରେ ବୁଡି ଯୁବକ ମୃତ

ନବରଙ୍ଗପୁର: ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଖୁଟିଗୁଡା ଗ୍ରାମର ଚେନସିଂ ଭତରା (୩୭) ଗ୍ରାମକୁ ଲାଗିଥିବା ବାବନ୍ଦୀ ନଦୀରେ ଗାଧୋଉଥିବା ସମୟରେ ବୁଡିଯାଇ ତାଙ୍କର ମୃତ୍ୟୁ ଘଟିଛି । ନଦୀରେ ଗାଧେଉଥିବା ସମୟରେ ଗୋଡ ଖସିଯାଇ ସେ ପାଣିରେ ବୁଡିଯାଇଥିବା ଜଣାପଡିଛି ।

ଯୁବକଙ୍କ ବୁଡିଯିବା ଖବର ପାଇ ମୃତ ଯୁବକଙ୍କ ଭାଇ ଦଶରୁ ଭତରା ପାପଡାହାଣ୍ଡି ଅଗ୍ନିଶମ ବିଭାଗକୁ ଖବର ଦେବାରୁ ଦମକଳ ଗାଡି ଆସି ନଦୀରୁ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ କୋଷାଗୁମୁଡା ବ୍ୟବଚ୍ଛେଦ ପାଇ ପଠାଇଥିଲା ।

ତେବେ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏନେଇ କୋଡ଼ିଙ୍ଗା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଜଣାପଡିଛି । ମୃତ ଯୁବକ ଜଣକ ଗରିବ ଲୋକ ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଜିଲ୍ଲା ପ୍ରଶାସନ ନିକଟରେ ନିବେଦନ କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.