ETV Bharat / state

ଲଭ ସେକ୍ସ ଧୋକା, ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବତୀଙ୍କ ମୃତଦେହ - ନବରଙ୍ଗପୁରରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନବରଙ୍ଗପୁର ହଳଦୀ ପଞ୍ଚାୟତର ଶିରାପାରା ଗ୍ରାମରେ ଲଭ ସେକ୍ସ ଧୋକା । ପ୍ରଥମେ ପ୍ରେମ ଆଉ ତାପରେ ବିବାହର ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ ରଖିବା ପରେ ପ୍ରେମିକା ଗର୍ଭବତୀ ହୋଇଥିବା ଜଣା ପଡିଥିଲା । ଶେଷରେ ଭିନ୍ନ ଜାତି କହି ବିବାହ କରିବାକୁ ମନା କରିଥିଲା ପ୍ରେମିକ । ଆଜି ଗାଁ ମୁଣ୍ଡ ଗଛରେ ଯୁବତୀଙ୍କ ଝୁଲନ୍ତା ମୃତଦେହକୁ ଦେଖିଥିଲେ ଗ୍ରାମବାସୀ । ଅଧିକ ପଢନ୍ତୁ

ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବତୀଙ୍କ ମୃତଦେହ
ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବତୀଙ୍କ ମୃତଦେହ
author img

By

Published : Jul 21, 2022, 3:41 PM IST

ନବରଙ୍ଗପୁର: ଲଭ ସେକ୍ସ ଧୋକା । ପ୍ରଥମେ ପ୍ରେମ ଆଉ ତାପରେ ବିବାହର ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ ରଖିଲା ପ୍ରେମିକ । ପ୍ରେମିକା ଗର୍ଭବତୀ ହେବା ନେଇ ଜାଣିବା ପରେ ତାକୁ ଘରୁ ଡାକି ନେଇ ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲା ପ୍ରେମିକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହଳଦୀ ପଞ୍ଚାୟତ ଅନ୍ତର୍ଗତ ଶିରାପାରା ଗାଁରେ । ମୃତ ଯୁବତୀ ଜଣକ ହେଲେ ବରନ୍ଦୁ ଗଉଡ଼ଙ୍କ ୨୩ବର୍ଷର ଝିଅ କତା ଗଉଡ଼ ।

ଲଭ ସେକ୍ସ ଧୋକା, ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବତୀଙ୍କ ମୃତଦେହ

ସୂଚନା ଅନୁଯାୟୀ, ଆଜି ସକାଳୁ ଶିରାପାରା ଗାଁ ନିକଟ ଜମିରେ ଥିବା ଏକ ତେନ୍ତୁଳି ଗଛରେ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ ଗାଁ ଲୋକେ । ମୃତ ଯୁବତୀ ଜଣକ ବରନ୍ଦୁ ଗଉଡ଼ଙ୍କ ସାନ ଝିଅ କତା ଗଉଡ଼ ବୋଲି ଗାଁ ଲୋକେ ଚିହ୍ନଟ କରିଥିଲେ । ମୃତ ଯୁବତୀ ଜଣକ ୫ ମାସର ଗର୍ଭବତୀ ଥିବା ନେଇ ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀଙ୍କ ପକ୍ଷରୁ ସୂଚନା ମିଳିଛି । ଯୁବତୀକୁ କେହି ହତ୍ୟା କରି ଗଛରେ ଟାଙ୍ଗି ଦେଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ଖବର ଅନୁସାରେ, କତା ଗଉଡ଼ ଗାଁର ଭାରତ ଗଣ୍ଡକୁ କିଛି ବର୍ଷ ହେବ ଭଲ ପାଉଥିଲେ l ଦୁହେଁ ବିବାହ କରିବା ନେଇ ନିଷ୍ପତ୍ତି ନେଇଥିଲେ । ଇତି ମଧ୍ୟରେ ଯୁବତୀ ଜଣକ ଗର୍ଭବତୀ ଥିବା ନେଇ ଜଣାପଡ଼ିଥିଲା । ତେବେ ପୁଅ ଓ ଝିଅ ଭିନ୍ନ ଭିନ୍ନ ସଂପ୍ରଦାୟର ହୋଇ ଥିବାରୁ ପୁଅ ଘର ଲୋକେ କତାକୁ ଗ୍ରହଣ କରିବାକୁ ମନା କରିଥିଲେ । ଏହାପରେ ଗତ ୫ ମାସ ପୂର୍ବେ ଭାରତକୁ ଅନ୍ୟତ୍ର ବିବାହ କରିଥିଲା । ଏହା ଜାଣି ପାରି କତା ଭାରତ ଘରେ ଯାଇ ପହଞ୍ଚିବା ସହିତ ବିବାହ କରି ରଖିବାକୁ ନେହୁରା ହୋଇଥିଲେ । କିନ୍ତୁ ଭାରତ ଓ ଭାରତର ପରିବାର ଲୋକେ ତାଙ୍କୁ ସେଠାରୁ ତଡ଼ି ଦେଇଥିଲେ । ଗତ ମଙ୍ଗଳବାର ଦିନ ହେଲତ୍ ଡେ ଥିବାରୁ ଆଶାକର୍ମୀ ଜୟମନୀ ହରିଜନ ଓ ଅଙ୍ଗନବାଡି କର୍ମୀ ଚଞ୍ଚଳା ଡାକୁଆ କୌଣସି ସୂତ୍ରରୁ କତା ଗର୍ଭବତୀ ଥିବା ଜାଣିପାରି ତାଙ୍କ ଘରେ ପହଞ୍ଚିଥିଲେ । ପରେ କତା ୫ ମାସର ଗର୍ଭବତୀ ଥିବା ଜାଣା ପଡିବାରୁ ତାନାମ ପଞ୍ଜିକରଣ କରିଥିଲେ । ଗତକାଲି ରାତି ପ୍ରାୟ ୮ ଟାରୁ ହଠାତ୍ କତା ଘରୁ କୁଆଡେ ଚାଲିଯାଇଥିବା ବେଳେ ଆଜି ତାର ଝୁଲନ୍ତା ମୃତଦେହ ମିଳିଥିଲା । କତାକୁ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବାକୁ ତାର ମୃତଦେହ ଗଛରେ ଟଙ୍ଗାଇ ଦିଆଯାଇଥିବା ଅଭିଯୋଗ ହୋଇଛି ।

ମୃତ କତାର ପିନ୍ଧା ଲୁଗା ପଛପଟେ ମାଟି ଲାଗି ଥିବାରୁ ତାକୁ ହତ୍ୟା କରାଯାଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି l ପୋଲିସ ସ୍ଥାନୀୟ ଗ୍ରାମବାସୀ ଓ ପରିବାର ଲୋକଙ୍କ ଅଭିଯୋଗକୁ ନେଇ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.