ETV Bharat / state

ନବରଙ୍ଗପୁରରେ କୋହଳ ହେଲା ଲକଡାଉନ କଟକଣା - lock down partially lifted from navarangpur

ନବରଙ୍ଗପୁରରେ କୋହଳ ହେଲା ଲକଡାଉନ କଟକଣା । ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ମାତ୍ରାରେ କଟକଣାକୁ କୋହଳ କରାଯାଇଛି ।

lock down partially lifted  from navarangpur
ନବରଙ୍ଗପୁରରେ କୋହଳ ହେଲା ଲକ ଡାଉନ କଟକଣା ।
author img

By

Published : Apr 20, 2020, 11:40 PM IST

Updated : Apr 21, 2020, 12:52 PM IST

ନବରଙ୍ଗପୁର: ଜିଲ୍ଲାରେ କୋହଳ ହେଲା ଲକଡାଉନ କଟକଣା । ନବରଙ୍ଗପୁର ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଜଣେ ବି କୋରୋନାରେ ସଂକ୍ରମିତ ହୋଇନଥିବା ରିପୋର୍ଟ ଆସିବା ପରେ ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ମାତ୍ରାରେ କଟକଣାକୁ କୋହଳ କରାଯାଇଛି ।

ଜିଲ୍ଲାପାଳଙ୍କ ପକ୍ଷରୁ ଜାରି କରାଯାଇଥିବା ନୋଟିଫିକେସନ ଅନୁସାରେ ସୋମବାର ଠାରୁ ରାସନ ସାମଗ୍ରୀ ଦୋକାନ, ପନିପରିବା ଦୋକାନ, କ୍ଷୀର ଦୁଗ୍ଧ ଜାତୀୟ ଜିନିଷ,ମାଛ, ମାଂସ, ଅଣ୍ଡା ଦୋକାନ, ବେକ୍ରି, ଗ୍ୟାରେଜ ଓ ସ୍ପେର୍ସ ପାର୍ଟସ ଦୋକାନ, ଗୃହକୁ ବିତରଣ କରିବା ପାଇଁ ରେସ୍ତୋରାଁକୁ ସକାଳୁ ୭ ଟାରୁ ଦିନ ୧୧ ଟା ପର୍ଯ୍ୟନ୍ତ ଖୋଲା ରଖିବା ପାଇଁ ଅନୁମତି ପ୍ରଦାନ କରାଯାଇଛି ।

lock down partially lifted  from navarangpur
ନବରଙ୍ଗପୁରରେ କୋହଳ ହେଲା ଲକ ଡାଉନ କଟକଣା

ଏତଦବ୍ୟତୀତ କୋରିୟର, ଇ -କମର୍ସ, ଅନଲାଇନ ସେବା ଗୁଡିକ କେବଳ ମେଡିସିନ ପ୍ରଦାନ କରିବା, ଇଲେକ୍ଟ୍ରିକାଲ ମରାମତି ସେବା, ବୈଦ୍ୟୁତିକ ଉପକରଣ ଦୋକାନ ଗୁଡିକ, ନିଜସ୍ୱ ରୋଜଗାର ସେବା ଯୋଗାଉଥିବା ବୈଦ୍ୟୁତିକ ଉପକରଣ ମରାମତି ସେବା ,ପ୍ଲମ୍ବର, କାଠ ଉପକରଣ ତିଆରି,ଆଇଟି ଏବଂ ଆଇଟି ସମ୍ବନ୍ଧୀୟ ସେବା ୫୦% ଲୋକଙ୍କ ମଧ୍ୟରେ, ବୈଦ୍ୟୁତିକ ଉପକରଣ ଦୋକାନ, ପଶୁ ସମ୍ପଦଙ୍କ ଖାଦ୍ୟ ବିକ୍ରୟ ଦୋକାନ, ସାର, ଖତ, କୃଷି ସମ୍ବନ୍ଧୀୟ ମେସିନ ସ୍ପେର୍ସ ପାର୍ଟସ, ସିମେଣ୍ଟ, ଲୁହା ଦୋକାନ, ମେଟାଲ, ଚିପ୍ସ, ବାଲି ଉଠାଣ ପାଇଁ ୩ ମେ ପର୍ଯ୍ୟନ୍ତ ସକାଳ ୧୦ ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଖୋଲା ରହି ସେବା ଯୋଗାଇପାରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏତଦ ବ୍ୟତୀତ ଔଷଧ, ପାଥୋଲୋଜିକାଲ ଲ୍ୟାବ, କ୍ଲିନିକ, ଗାଈ ଗୋରୁଙ୍କ ନିମନ୍ତେ ଔଷଧ ଓ ଭେଟନାରୀ ଅଫିସ, ପେଟ୍ରୋଲ ପମ୍ପ, ଗ୍ୟାସ ଷ୍ଟୋର ଦୋକାନ ଗୁଡିକ ପୂର୍ବ ଭଳି ସର୍ବଦା ଖୋଲା ରହି ସେବା ଯୋଗାଇପାରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ଏହି ସବୁ ସ୍ଥାନରେ ମାସ୍କ, ସାମାଜିକ ଦୂରତା ବଜାଇ ରଖି କାର୍ଯ୍ୟ କରିବା ପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି । ଗୁଟୁକା, ପାନ ମସଲା ବିକ୍ରି କରିବାକୁ ସମ୍ପୂର୍ଣ୍ଣ ନିଷିଦ୍ଧ ଘୋଷଣା କରିବା ସହିତ ସର୍ବସାଧାରଣ ସ୍ଥାନରେ ଛେପ ପକାଇବାକୁ ବାରଣ କରାଯାଇଛି । ସବୁ ଦୋକାନୀ ସାନିଟାଇଜର କିମ୍ବା ହାତ ସଫା କରିବା ପାଇଁ ପାଣି, ସାବୁନ କିମ୍ବା ହ୍ୟାଣ୍ଡ ହ୍ଵାସ ଲିକ୍ୟୁଡ଼ ରଖିବା ବାଧ୍ୟତାମୂଳକ କରାଯାଇଛି । ଗାଡି ଅଟୋ, ଟ୍ୟାକ୍ସି ଚାଳନାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଆଉ ଏହି ସବୁ ନିର୍ଦ୍ଦେଶ କିଭଳି ପାଳନ ହେଉଛି ତାହାର ତଦାରଖ କରିବା ପାଇଁ ସ୍ଥାନୀୟ ତହସିଲଦାର, ବିଡ଼ିଓ , ପୋଲିସ ଓ ଏକଜିକ୍ୟୁଟିଭ ଅଫିସରଙ୍କୁ କ୍ଷମତା ପ୍ରଦାନ କରାଯାଇଛି । ଯଦି ଆଇନର ଖିଲାପ ହୁଏ ତେବେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Apr 21, 2020, 12:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.