ନବରଙ୍ଗପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ଆରମ୍ଭ ହୋଇଥିବା ସେବା ସପ୍ତାହର ଶେଷ ଦିନରେ ନବରରଙ୍ଗପୁରରେ ଫଳ ଓ ବିସ୍କୁଟ ବଣ୍ଟନ କରାଯାଇଛି । ଆଶା କିରଣ ବିଦ୍ୟାଳୟ ଓ ଦୀନ ଦୟାଲ ବାଳିକା ଆଶ୍ରମରେ ଏହି ଫଳ ଓ ବିସ୍କୁଟ ବଣ୍ଟନ କରିଛନ୍ତି ବିଜେପି କର୍ମୀ ।
ବିଜେପିର ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ଯୁବନେତା ଗୌରୀ ଶଙ୍କର ମାଝୀ, ମନୋଜ ମହାକୁଡ଼, ଅମୂଲ୍ୟ ମିଶ୍ର, ରମେଶ ସାହୁ ଓ ବିଜେପିର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଦୀର୍ଘ ୭ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମର ଶୁକ୍ରବାର ଶେଷ ଦିନ ଥିଲା ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ