ETV Bharat / state

Hardcore Maoist surrendered: ନବରଙ୍ଗପୁର ପୋଲିସ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

author img

By

Published : Dec 11, 2021, 4:10 PM IST

Updated : Dec 11, 2021, 5:58 PM IST

ନବରଙ୍ଗପୁରରେ ହାର୍ଡକୋର ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ । ନୂଆପଡ଼ା ମେନପୁର ଡିଭିଜନରେ ସେ ସକ୍ରିୟ ସଦସ୍ୟା ରହିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

Hardcore Lady Maoist: ନବରଙ୍ଗପୁର ପୋଲିସ ନିକଟରେ କଲେ ଆତ୍ମସମର୍ପଣ

ନବରଙ୍ଗପୁର: ଜିଲ୍ଲା ପୋଲିସ ନିକଟରେ ହାର୍ଡକୋର ମହିଳା ମାଓବାଦୀ ଆତ୍ମସମର୍ପଣ (Surrender of hardcore lady maoist) କରିଛି । ଆଜି(ଶନିବାର) ନବରରଙ୍ଗପୁର ଠାରେ ଏକ ଖବରଦାତା ସମ୍ମିଳନୀରେ ଦକ୍ଷିଣ ପଶ୍ଚିମାଞ୍ଚଳ DIG ରାଜେଶ ପଣ୍ଡିତ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ମହିଳା ମାଓବାଦୀ କମଳେଶ୍ଵରୀ (Lady Maoist Kamaleswari) ଓରଫ ଅମିଲା ନୂଆପଡ଼ା ମେନପୁର ଡିଭିଜନ ମାଓ ସଂଗଠନର ଜଣେ ସକ୍ରିୟ ସଦସ୍ୟା ଥିଲେ ବୋଲି ଜଣାପଡ଼ିଛି ।

Hardcore Maoist surrendered: ନବରଙ୍ଗପୁର ପୋଲିସ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ଛତିଶଗଡ଼ ରାଜ୍ୟର ହାନମୁଣ୍ଡି ଗ୍ରାମର ବାସିନ୍ଦା ଥିବା ଏହି ମହିଳା 2019 ମସିହାରେ ମାଓ ସଂଗଠନରେ ଯୋଗ ଦେଇଥିଲେ । ମାଓ କମାଣ୍ଡର ସତ୍ୟମ ଗଉଡ଼ା ଅଧୀନରେ ସେ ମାଓବାଦୀ କାର୍ଯ୍ୟରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ତେବେ ମାଓ ସଂଗଠନରେ ଶୋଷଣ ହେଉଥିବାରୁ ଅତିଷ୍ଠ ହୋଇ ସରକାରଙ୍କ ରି-ହାବିଲିଟେସନ ସ୍କିମ (Rehabilitation Scheme)ରେ ଆକୃଷ୍ଟ ହୋଇ ସେ (Kamaleswari Marei alias Amila a hardcore woman Maoist) ସଂଗଠନକୁ ତ୍ୟାଗ କରି ପୋଲିସ ନିକଟରେ ଆତ୍ମ ସମର୍ପଣ କରିଛନ୍ତି ।

ମହିଳା ମାଓବାଦୀଙ୍କୁ ଥଇଥାନ ସ୍କିମ ଅନୁଯାୟୀ ୧ ଲକ୍ଷ ଟଙ୍କା ସ୍ଵ-ରୋଜଗାରକ୍ଷମ ହେବା ପାଇଁ ତାଲିମ ଯୋଗାଇବା ସହ ଆବାସ ବ୍ୟବସ୍ଥା କରାଯିବ ବୋଲି DIG ରାଜେଶ ପଣ୍ଡିତ ସୂଚନା ଦେଇଛନ୍ତି । ଯେଉଁ ମାଓବାଦୀମାନେ ଅଛନ୍ତି ସେମାନେ ହିଂସାତ୍ମକ ରାସ୍ତାକୁ ତ୍ୟାଗ କରି ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ DIG ରାଜେଶ ପଣ୍ଡିତ ନିବେଦନ କରିଛନ୍ତି ।

ଏହି ଖବରଦାତା ସମ୍ମିଳନୀରେ 12 ବାଟାଲିୟନ CRPFର ସେକେଣ୍ଡ-ଇନ-କମାଣ୍ଡ ଏନ. ରତନ କୁମାର ସିଂ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପୁରୁଷୋତ୍ତମ ଦାସ ଉପସ୍ଥିତ ଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Dec 11, 2021, 5:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.