ETV Bharat / state

ସମାଧାନ ହେବ ଇନ୍ଦ୍ରାବତୀ ବିସ୍ଥାପିତଙ୍କ ସମସ୍ୟା, ସାହାଯ୍ୟ ପାଇଁ ଅଣ୍ଟା ଭିଡ଼ିଲେ ଜିଲ୍ଲାପାଳ - ସମାଧାନ ହେବ ଇନ୍ଦ୍ରାବତୀ ବିସ୍ଥାପିତଙ୍କ ସମସ୍ୟା

ସରିବ ଇନ୍ଦ୍ରାବତୀ ବିସ୍ଥାପିତଙ୍କ ଦୁଃଖ। ଦୀର୍ଘ ଦିନ ଧରି ସମସ୍ୟା ଘେରରେ ସନ୍ତୁଳିତ ହେଉଥିବା ଏଠାକାର ବାସିନ୍ଦାଙ୍କୁ ସାହାଯ୍ୟ କରିବାକୁ ଅଣ୍ଟା ଭିଡିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର।

ଫଟୋ ସୌଜନ୍ୟ: ସମ୍ବାଦଦାତା ନବରଙ୍ଗପୁର
author img

By

Published : Sep 13, 2019, 1:01 PM IST

ନବରଙ୍ଗପୁର: ଦୂର ହେବ ଇନ୍ଦ୍ରାବତୀ ବିସ୍ଥାପିତଙ୍କ ଦୁଃଖ। ଟାଙ୍ଗରା ଭୂଇଁ ହେବ ଶସ୍ୟଶ୍ୟାମଳା। ଫଳିବ ଫସଲ, ହସିବ ଚାଷୀ। କାରଣ ଦୀର୍ଘ ଦିନ ଧରି ସମସ୍ୟା ଘେରରେ ସନ୍ତୁଳିତ ହେଉଥିବା ଏଠାକାର ବାସିନ୍ଦାଙ୍କୁ ସାହାଯ୍ୟ କରିବାକୁ ଅଣ୍ଟା ଭିଡିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର।

ଖବର ଅନୁଯାୟୀ, ଇନ୍ଦ୍ରାବତୀ ବିସ୍ଥାପିତଙ୍କ ସମସ୍ୟା ଦୂର ପାଇଁ ଅନେକ ଗୁଡିକ ଯୋଜନାର ପରିକଳ୍ପନା କରାଯାଇଛି। ସେଥିମଧ୍ୟରୁ ଜମିଜମା ସମସ୍ୟା, ଶୁଖିଲା ଅଞ୍ଚଳରେ ଜଳ ସେଚନ ପାଇଁ ଗଭୀର ନଳକୂପ ଖନନ,ବିଶୁଦ୍ଧ ପାନୀୟ ଜଳ ପାଇଁ ପାଇପ ଲାଇନ ବ୍ୟବସ୍ଥା। ଏହାସହ ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନାକୁ ଗୋଷ୍ଠୀ କେନ୍ଦ୍ର ମାନ୍ୟତା, ଖାତିଗୁଡା ହାଇସ୍କୁଲ ଓ ଉଚ୍ଚ ମାଧ୍ୟମ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ଇତ୍ୟାଦି। ଏଥିପାଇଁ ଓଏଚପିସି ସମସ୍ତ ଅନୁଦାନ ରାଶି ଯୋଗାଇ ଦେବ।

ଏହି ସବୁ ଉନ୍ନୟନମୂଳକ କାର୍ଯ୍ୟ କରିବାକୁ ଖୋଦ ଜିଲ୍ଲାପାଳ ଆଗେଇ ଆସିବା ସହ ଗତକାଲି ରାଜ୍ୟ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଏହା ବ୍ୟତୀତ ଜଳ ଭଣ୍ଡାରର ସୁରକ୍ଷା ପାଇଁ ଯବାନଙ୍କୁ ନିୟୋଜିତ କରାଯିବା ସହ ଲାଇଟ ଓ ସିସିଟିଭି ଲଗାଯିବ। ଓଏଚପିସି ପକ୍ଷରୁ ୪୦ ଜଣିଆ କ୍ଷମତା ବିଶିଷ୍ଟ ପାୱାର ବୋଟ ଯୋଗାଇ ଦିଆଯିବ। ଏହାର ରକ୍ଷଣାବେକ୍ଷଣ ଓ ଚାଳକଙ୍କ ପାଇଁ ଦରମା ମଧ୍ୟ ଦିଆଯିବ। ଏପରି ସ୍ଥଳେ,ଅଞ୍ଚଳର ୧୦ଟି ବିକାଶ ପାଇଁ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଭେଟି ବିଭିନ୍ନ ପ୍ରସ୍ତାବ ଦିଆଯାଇଥିବା ଜଣାପଡ଼ିଛି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:ସ୍ଲୋଗ-ଅଣ୍ଟା ଭିଡ଼ିଲେ ଜିଲ୍ଲାପାଳ,ଦୂର ହେବ ଇନ୍ଦ୍ରାବତୀ ବିସ୍ଥାପିତଙ୍କ ସମସ୍ୟା।
ଫର୍ମାଟ-ଏଭିଓ,୧୨/୦୯/୧୯
ରିପୋର୍ଟ-ତପନ ବିଷୋୟୀ,ନବରଙ୍ଗପୁର।
----------------------------------------------------
ଆଙ୍କର:-ଦୀର୍ଘ ଦିନର ଇନ୍ଦ୍ରାବତୀ ବିସ୍ଥାପିତ ମାନଙ୍କ ସମସ୍ୟା ଦୂର କରିବାକୁ ଅଣ୍ଟା ଭିଡ଼ିଲେ ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର।ଜମିଜମା ସମସ୍ୟା ଦୂର ହେବା ସହ ଶୁଖିଲା ଅଞ୍ଚଳରେ ଜଳ ସେଚନ ପାଇଁ ଗଭୀର ନଳକୂପ ଖନନ,ବିଶୁଦ୍ଧ ପାନୀୟ ଜଳ ପାଇଁ ପାଇପ ଲାଇନ ବ୍ୟବସ୍ଥା,ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନାକୁ ଗୋଷ୍ଠୀ କେନ୍ଦ୍ର ମାନ୍ୟତା,ଖାତିଗୁଡା ହାଇସ୍କୁଲ ଓ ଉଚ୍ଚ ମାଧ୍ୟମ ବିଦ୍ୟାଳୟର ଭିତ୍ତିଭୂମି ବିକାଶ କରାଯିବ।ଏଥିପାଇଁ ଓଏଚପିସି ସମସ୍ତ ଅନୁଦାନ ରାଶି ଯୋଗାଇ ଦେବ।ଏହି ସବୁ ଉନ୍ନୟନ ମୂଳକ କାର୍ଯ୍ୟ କରିବାକୁ ଖୋଦ ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ଅଣ୍ଟା ଭିଡ଼ିଥିବା ବେଳେ ଗତକାଲି ରାଜ୍ୟ ଉନ୍ନୟନ କମିଶନର ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।ଏହା ବ୍ୟତୀତ ଜଳ ଭଣ୍ଡାରର ସୁରକ୍ଷା ପାଇଁ ଯବାନ କୁ ନିୟୋଜିତ କରାଯିବା ସହ ଲାଇଟ ଓ ସିସିଟିଭି ଲଗାଯିବ।ଓଏଚପିସି ପକ୍ଷରୁ ୪୦ ଜଣିଆ କ୍ଷମତା ବିଶିଷ୍ଟ ପାୱାର ବୋଟ ଯୋଗାଇ ଦିଆଯିବ।ଏହାର ରକ୍ଷଣାବେକ୍ଷଣ ଓ ଚାଳକଙ୍କ ପାଇଁ ଦରମା ମଧ୍ୟ ଦିଆଯିବ।ଏପରି ସ୍ଥଳେ,ଅଞ୍ଚଳର ୧୦ଟି ବିକାଶ ପାଇଁ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଭେଟି ବିଭିନ୍ନ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛିBody:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.