ETV Bharat / state

ଅବ୍ୟବସ୍ଥାରେ ଚାଲିଛି କ୍ବାରେନଣ୍ଟାଇନ ସେଣ୍ଟର, ଖୁଲମଖୁଲା ଭାଙ୍ଗୁଛି ନିୟମ

author img

By

Published : May 24, 2020, 11:39 PM IST

Updated : May 25, 2020, 10:58 AM IST

ଜିଲ୍ଲାରେ କୋରୋନା ଭୂତାଣୁ ନିଜ ପ୍ରାଦୁର୍ଭାବ ଦେଖାଇଥିବା ବେଳେ କୋଷାଗୁମୁଡା ବ୍ଲକର ଗ୍ରାମ ପଞ୍ଚାୟତଗୁଡିକରେ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଖୋଲା ଯାଇଛି କ୍ବାରେନଣ୍ଟାଇନ ସେଣ୍ଟର । ଏଠାରେ ଅନେକ କଟକଣା ଥିବା ସତ୍ତ୍ବେ ଖୁଲମଖୁଲା ନିୟମ ଉଲ୍ଂଘନ ହେବାର ଦେଖିବାକୁ ମିଳୁଛି ।

Irregularity in quarantine centers, violation of quarantine rule in nabarangpur, nabarangpur latest news, କ୍ବାରେଣ୍ଟାଇନ ସେଣ୍ଟରରେ ଅବ୍ୟବସ୍ଥା, ନବରଙ୍ଗପୁର ଲାଟେଷ୍ଟ ନ୍ୟୁଜ୍‌, ନବରଙ୍ଗପୁରରେ କ୍ବାରେଣ୍ଟାଇନ ନିୟମ ଉଲଙ୍ଘନ
ଅବ୍ୟବସ୍ଥାରେ ଚାଲିଛି କ୍ବାରେନଣ୍ଟାଇନ ସେଣ୍ଟର, ଖୁଲମଖୁଲା ଭାଙ୍ଗୁଛି ନିୟମ

ନବରଙ୍ଗପୁର: ଜିଲ୍ଲାରେ କୋରୋନା ଭୂତାଣୁ ନିଜ ପ୍ରାଦୁର୍ଭାବ ଦେଖାଇଥିବା ବେଳେ କୋଷାଗୁମୁଡା ବ୍ଲକର ଗ୍ରାମ ପଞ୍ଚାୟତଗୁଡିକରେ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଖୋଲା ଯାଇଛି କ୍ବାରେନଣ୍ଟାଇନ ସେଣ୍ଟର । ଏଠାରେ ଅନେକ କଟକଣା ଥିବା ସତ୍ତ୍ବେ ଖୁଲମଖୁଲା ନିୟମ ଉଲ୍ଲଂଘନ ହେବାର ଦେଖିବାକୁ ମିଳୁଛି । ଏହିଭଳି ଏକ ଘଟଣା କୋଷାଗୁମୁଡା ବ୍ଲକ ବଡ଼ ଆଟିଗାଁ G.Pର କ୍ବାରେନଣ୍ଟାଇନ ସେଣ୍ଟରଠାରେ ଘଟିଛି । ସରକାରଙ୍କ ବିନା ସୂଚନାରେ ଜଣେ ପ୍ରବାସୀ ଶ୍ରମିକ ମହାରାଷ୍ଟ୍ରରୁ ଆସି ଦିନ ବେଳା କ୍ବାରେନଣ୍ଟାଇନ ସେଣ୍ଟରରେ ରହୁଥିବା ବେଳେ ରାତିରେ ଗାଁ ଦାଣ୍ଡରେ ବୁଲୁଥିବା ଦେଖିବାକୁ ମିଳିଛି ।

ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଉଛି । କ୍ବାରେନଣ୍ଟାଇନ ସେଣ୍ଟର ଦାୟିତ୍ଵରେ ଥିବା ପିଇଓ ମଧ୍ୟ ନିୟମିତ ଆସୁ ନାହାନ୍ତି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଉପାନ୍ତ କୋଷାଗୁମୁଡା ବ୍ଲକର ଗ୍ରାମ ପଞ୍ଚାୟତ ଦାୟିତ୍ଵରେ ଥିବା ପିଇଓମାନଙ୍କ ଖାମଖିଆଲି ମନୋଭାବ ଏବଂ ଅବହେଳା ଯୋଗୁଁ ଅଧିକାଂଶ କ୍ବାରେନଣ୍ଟାଇନ ସେଣ୍ଟର ଗୁଡିକରେ ଅବ୍ୟବସ୍ଥା ଦେଖାଦେଉଛି । ପ୍ରକାଶ ଥାଉ କି ପ୍ରଥମରୁ ହିଁ ଏହି ବ୍ଳକର ଏକୋରୀ G.P ର ଲୁଣପାଣୀଠାରେ ଥିବା କ୍ବାରେନଣ୍ଟାଇନ ସେଣ୍ଟରରେ ନିଆଁ ଲାଗି ଲକ୍ଷ ଲକ୍ଷ ଟଙ୍କାର ଆସବାବପତ୍ର ପୋଢ଼ି ନଷ୍ଟ ହୋଇଯାଇଥିଲା ।

ଦୈବାତ ଯୋଗୁଁ କୌଣସି ପ୍ରବାସୀ ଶ୍ରମିକ ଫେରିନଥିଲେ ନଚେତ୍ କେତେ ଜଣଙ୍କର ଜୀବନ ମଧ୍ୟ ଚାଲିଯାଇଥାନ୍ତା ତାହାର ଠିକଣା ନାହିଁ । ତଥାପି ବ୍ଲକ ପ୍ରଶାସନର କୁମ୍ଭ କର୍ଣ୍ଣ ନିଦ୍ରା ଭାଙ୍ଗୁ ନାହିଁ । ତେଣୁ ଏଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳଙ୍କୁ କୋଷାଗୁମୁଡା ଅଞ୍ଚଳବାସୀଙ୍କ ନିବେଦନ କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : May 25, 2020, 10:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.