ନବରଙ୍ଗପୁର: ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ନବରଙ୍ଗପୁର । ଏହାସହ ଇନ୍ଦ୍ରାବତୀର ଉପର ମୁଣ୍ଡରେ ବ୍ୟାପକ ବର୍ଷା ହୋଇଥିବାରୁ ଜଳଭଣ୍ଡାର ଜଳପତ୍ତନ ବୃଦ୍ଧି ପାଇଛି । ଫଳରେ ଇନ୍ଦ୍ରାବତୀ ଜଳଭଣ୍ଡାର ୭ଟି ଗେଟ ମଧ୍ୟରୁ ଆଜି ୨ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି ।
ଜଳ ଭଣ୍ଡାରକୁ ସେକଣ୍ଡ ପ୍ରତି ୮୨୪ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଗେଟ ଦେଇ ୨୭୬ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ