ETV Bharat / state

24 ଘଣ୍ଟାରେ ନବରଙ୍ଗପୁର ଜିଲ୍ଲାରୁ 200 କୋରୋନା ଆକ୍ରାନ୍ତ ଚିହ୍ନଟ

ନବରଙ୍ଗପୁର ଜିଲ୍ଲାରେ ତଳ ମୁହାଁ କରୋନା ଗ୍ରାଫ୍‌ । ଆଜି 200 ନୂଆ ପଜିଟିଭ ଚିହ୍ନଟ l ଅଧିକ ପଢନ୍ତୁ...

author img

By

Published : Jun 2, 2021, 7:13 PM IST

24 ଘଣ୍ଟାରେ ନବରଙ୍ଗପୁର ଜିଲ୍ଲାରୁ 200 କୋରୋନା ଆକ୍ରାନ୍ତ ଚିହ୍ନଟ
24 ଘଣ୍ଟାରେ ନବରଙ୍ଗପୁର ଜିଲ୍ଲାରୁ 200 କୋରୋନା ଆକ୍ରାନ୍ତ ଚିହ୍ନଟ

ନବରଙ୍ଗପୁର: ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । କୋରୋନା ମହାମାରୀର ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ହୋଇ ଏବେ ସଂକ୍ରମଣ ପୂର୍ବାପେକ୍ଷା ତଳକୁ ଖସିଛି । ଗତ ମଙ୍ଗଳବାର 264 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବୁଧବାର 200 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ଗୋଟିଏ ଦିନରେ ଏହି ସଂଖ୍ୟା 64 କମିଛି । ଜିଲ୍ଲାରେ ମୋଟ 2, 85,402 ଜଣଙ୍କର ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିବାବେଳେ ସେଥିମଧ୍ୟରୁ 20, 375 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 17,726 ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ 2,496 ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ସେଥି ମଧ୍ୟରୁ 2,322 ନିଜ ଘରେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି । ଏବଂ ଅନ୍ୟ 174 ଜଣ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସହିତ ଜିଲ୍ଲା ଓ ଜିଲ୍ଲା ବାହାରର ବିଭିନ୍ନ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ବୁଧବାର ନନ୍ଦାହାଣ୍ଡି ବ୍ଳକରେ ସର୍ବାଧିକ 54 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଝରିଗାଁ ବ୍ଳକରୁ 30, ନବରଙ୍ଗପୁର ପୌରାଞ୍ଚଳରୁ 19, ତେନ୍ତୁଳିଖୁଣ୍ଟି ବ୍ଲକରୁ 18, ଉମରକୋଟ ବ୍ଳକରୁ 17, ପାପଡ଼ାହାଣ୍ଡି ବ୍ଳକରୁ 16, ରାଇଘର ବ୍ଳକରୁ 14, ଉମରକୋଟ ପୌରାଞ୍ଚଳ ଓ ଚନ୍ଦାହାଣ୍ଡି ବ୍ଳକରୁ 10 ଜଣ ଲେଖାଏଁ, ନବରଙ୍ଗପୁର ବ୍ଲକରୁ 7, କୋଷାଗୁମୁଡା ବ୍ଲକରୁ 4 ଜଣ ଏବଂ ଡାବୁଗାଁ ବ୍ଲକରୁ ଜଣେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.