ETV Bharat / state

ଟ୍ରକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ - Huge quantities of cannabis were seized

ଟ୍ରକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ । ଲକଡାଉନର ସୁଯୋଗ ନେଇ କୋରାପୁଟରୁ ବିହାରକୁ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ପୋଲିସକୁ ଏକ ବଡ ଧରଣର ସଫଳତା ମିଳିଛି । ଅଧିକ ପଢନ୍ତୁ...

Huge quantities of cannabis were seized along with the truck
ଟ୍ରକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ
author img

By

Published : May 28, 2020, 11:27 PM IST

Updated : May 29, 2020, 11:18 AM IST

ନବରଙ୍ଗପୁର: ଟ୍ରକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ । ଲକଡାଉନର ସୁଯୋଗ ନେଇ କୋରାପୁଟରୁ ବିହାରକୁ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ପୋଲିସକୁ ଏକ ବଡ ଧରଣର ସଫଳତା ମିଳିଛି । ପାପଡାହାଣ୍ଡି ପୋଲିସକୁ ଏକ ବିଶେଷ ସୂତ୍ରରୁ ସୂଚନା ଆସିଥିଲା ଯେ ପ୍ରାୟ 4 କୁଇଣ୍ଟାଲ ଗଞ୍ଜେଇ ଏକ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଛି ।
ପୂର୍ବରୁ କଳାହାଣ୍ଡି ସୀମାନ୍ତ ମଇଦଲପୁର ଆରଏମସି ଫାଟକ ନିକଟରେ ପାପଡାହାଣ୍ଡି ଡିଏସପି ପ୍ରତ୍ୟୁଷ ମହାପାତ୍ର, ଏସଆଇ ଦିଲ୍ଲିପ କୁମାର ପ୍ରଧାନ, ଏଏସଆଇ ଅନାମ ଦିଆନ ଓ ଷ୍ଟାଫ ଜଗି ରହିଥିଲେ । ସେହି ସମୟରେ ପାପଡାହାଣ୍ଡିରୁ କଳାହାଣ୍ଡି ଅଭିମୁଖେ ଯାଉଥିବା ଏକ ଟ୍ରକ ନଂ UP 60 T 1008କୁ ପୋଲିସ କାବୁ କରିଥିଲା ।

ଟ୍ରକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ
ଟ୍ରକରେ ଦୁଇ ଥାକିଆ ତାରପଲିନ୍ ଘୋଡା ଯାଇଥିଲା । ଟ୍ରକଟି ଖାଲି ଥିବା ବେଳେ ଟ୍ରକରେ ମାଲ ଭରିଥିବା ଭଳି ଘୋଡାଯାଇଥିଲା । ଟ୍ରକ ଡାଲା ଉପର ତାରପଲିନ୍ ଖୋଲିବା ପରେ ତଳେ ପୁଣି ଏକ ତାରପଲିନ୍ ରହିଥିଲା । ସେହି ତାରପଲିନ୍ ତଳେ ଗଞ୍ଜେଇ ଭରି ଥିବା ୮ ଗୋଟି ବସ୍ତାକୁ ବାହାର କରାଯାଇଥିଲା । ଉକ୍ତ ଟ୍ରକରେ ଡ୍ରାଇଭର, ହେଲପର ଓ ଅନ୍ୟ ଜଣେ ବ୍ୟକ୍ତି ରହିଥିଲେ। ବ୍ୟକ୍ତିମାନେ ହେଲେ ବିହାର ଇଦପୁରର ମନୋଜ ଯାଦବ, ବିହାରର ଛପରା ଅଞ୍ଚଳର ସତେନ୍ଦର ସର୍ମା ଓ ବିହାର ଉଦପୁରର ଦିନେଶ ଯାଦବ । ଉକ୍ତ ୩ ଜଣଙ୍କୁ ପାଲପଡାହାଣ୍ଡି ପୋଲିସ ଉଠାଇ ନେଇ ତଦନ୍ତ ଜାରି ରଖିଛି । ତହସିଲଦାର ପ୍ରେମଲାଲ ହିଆଲଙ୍କ ଉପସ୍ଥିତିରେ ଟ୍ରକ ଓ ଗଞ୍ଜେଇ ଗୁଡିକ ଓଜନ କରାଯାଇଥିଲା ।ତେବେ ଓଜନ ବେଳେ ଅନ୍ଧାର ହୋଇଥିବାରୁ ପ୍ରକୃତ କେତେ ପରିମାଣର ଗଞ୍ଜେଇ ଥିଲା ଏବେ ସୁଦ୍ଧା ଜଣାପଡିନାହିଁ । ତେବେ ଟ୍ରକକୁ ପୁରା ଯାଞ୍ଚ କରିବା ପରେ ପ୍ରକୃତରେ କେତେ ପରିମାଣର ଗଞ୍ଜେଇ ଏବଂ କେଉଁଠି ରହିଛି ତାହା ତଦନ୍ତ ଜାରି ରହିଥିବାର ଡିଏସିପି ପ୍ରତ୍ୟୁଷ ମହାପାତ୍ର ସୂଚନା ଦେଇଛନ୍ତି । ପ୍ରାଥମିକ ତଦନ୍ତରୁ ଉକ୍ତ ଟ୍ରକରେ ଗଞ୍ଜେଇ କୋରାପୁଟରୁ ବିହାର ଚାଲାଣ ହେଉଥିବା ନେଇ ଟ୍ରକର କର୍ମଚାରୀ ମାନେ ସୂଚନା ଦେଇଛନ୍ତି । ତେବେ ତଦନ୍ତ ଜାରି ରହିଥିବାରୁ ସବିଶେଷ ସୂଚନା ମିଳିପାରି ନାହିଁ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : May 29, 2020, 11:18 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.