ETV Bharat / state

ମନରେଗା ଯୋଜନାରେ ମହାଦୁର୍ନୀତି, ମଣିଷ ନୁହଁ ମେସିନ କରୁଛି କାମ - ନବରଙ୍ଗପୁରରେ ମନରେଗା ଯୋଜନାରେ ଦୁର୍ନୀତି

ମନରେଗା ଯୋଜନାରେ ମହାଦୁର୍ନୀତି । ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଚଞ୍ଚକତା ଯୋଗୁଁ ମଣିଷ ବଦଳରେ ନବରଙ୍ଗପୁର ଝରୀଗାଁ ବ୍ଲକ ମେସିନ କରୁଛି କାମ । ଅଧିକ ପଢନ୍ତୁ

ମନରେଗା ଯୋଜନାରେ ମହାଦୁର୍ନୀତି, ମଣିଷ ନୁହଁ ମେସିନ କରୁଛି କାମ

author img

By

Published : May 10, 2022, 10:11 AM IST

ନବରଙ୍ଗପୁର: ମନରେଗା ଯୋଜନାରେ ମହାଦୁର୍ନୀତି । ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଚଞ୍ଚକତା ଯୋଗୁଁ ମଣିଷ ବଦଳରେ ଏଠି ମେସିନ କରୁଛି କାମ । କିନ୍ତୁ ଟଙ୍କା ଉଠାଣ ପାଇଁ ଶ୍ରମିକଙ୍କ କାର୍ଡ ସଂଗ୍ରହ କରାଯାଉଛି । ଫଳରେ କାମ ନପାଇ ବାହର ରାଜ୍ୟମୁହାଁ ହେଉଛନ୍ତି ଗାଁ ଲୋକେ । ନବରଙ୍ଗପୁର ଝରୀଗାଁ ବ୍ଲକ ପାଳିଆ ପଞ୍ଚାୟତରେ ଏପରି ଦୁର୍ନୀତି ଘଟଣା ଏବେ ପଦାକୁ ଆସିଛି ।

ମନରେଗା ଯୋଜନାରେ ମହାଦୁର୍ନୀତି, ମଣିଷ ନୁହଁ ମେସିନ କରୁଛି କାମ

ପାଳିଆ ପଞ୍ଚାୟତର ବାସୁଦେବ ଗୁଡା ଠାରୁ ପୋଲୁଗୁଡା ପର୍ଯ୍ୟନ୍ତ ରାସ୍ତାକାମ ଜାରି ରହିଛି । ମନରେଗା ଯୋଜନାରେ ଏଠାରେ ଶ୍ରମିକଙ୍କୁ ନିୟୋଜିତ କରିବାକୁ ଥିବାବେଳେ ଏଠି କିନ୍ତୁ ଜେସିବିଲଗାଇ କାମ କରାଯାଉଛି । ଖାଲି ସେତିକି ନୁହଁ ରାସ୍ତା କାମ ପାଇଁ ପୁରୁଣା ସୂଚନା ଫଳକ ଲାଗିଛି, କିନ୍ତୁ ନୂଆ ସୂଚନାଫଳକ ଲାଗିନଥିବାରୁ ରାସ୍ତା କାମ କେବେ ଶେଷହେବ, ଏଥିପାଇଁ କେତେ ଚଙ୍କା ଖର୍ଚ୍ଚ ହେବ, ସେନେଇ ଅବଗତ ହୋଇପାରୁନାହିନ୍ତି ସାଧାରଣ ଲୋକେ ।

ଏନେଇ ବିଡ଼ିଓ, ଜେଇ, ପିଇଓ ସରପଞ୍ଚଙ୍କୁ ପଚାରିବାରୁ କୌଣସି ଉତ୍ତର ଦେଇନଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଆଉ କେତେଦିନ ଠିକାଦାର ଓ ଉପରିସ୍ଥ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ପ୍ରଭାବିତ ହେବେ ସାଧାରଣ ଲୋକେ । ଫଳରେ ଝରୀଗାଁ ବ୍ଲକରୁ ଦୁର୍ନୀତି କେବେ ହଟିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.