ETV Bharat / state

ରାସ୍ତା ଉପରେ ହେଟାବାଘ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ - ନବରଙ୍ଗପୁର ହେଟାବାଘ

ନବରଙ୍ଗପୁର ଉମରକୋଟ-ରାଇଘରକୁ ସଂଯୋଗ କରୁଥିବା ରାସ୍ତା ଉପରେ ବୁଲୁଛି ହେଟାବାଘ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ । ଅଧିକ ପଢନ୍ତୁ...

ରାସ୍ତା ଉପରେ ହେଟାବାଘ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

author img

By

Published : Apr 13, 2021, 7:11 PM IST

ନବରଙ୍ଗପୁର: ଜଙ୍ଗଲରେ ନିଆଁ ଲାଗିବା ପରେ ରାସ୍ତା ଉପରେ ବୁଲୁଛି ହେଟାବାଘ । ନବରଙ୍ଗପୁର ଉମରକୋଟ-ରାଇଘରକୁ ସଂଯୋଗ କରୁଥିବା ରାସ୍ତାର ସରଗୁଲି ଜଙ୍ଗଲ ନିକଟରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ରାସ୍ତା ଉପରେ ହେଟାବାଘ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଉମରକୋଟରୁ ରାଇଘର ଯାଉଥିବା ଏକ ଯାତ୍ରୀ ଏହି ଭିଡ଼ିଓଟିକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ପରେ ପରେ ଏହି ଭିଡ଼ିଓଟି ଏବେ ସମସ୍ତଙ୍କ ମୋବାଇଲରେ ଘୁରି ବୁଲୁଛି । ଜଙ୍ଗଲରେ ନିଆଁ ଲାଗିଥିବାରୁ ଏହି ଭଳି ଭାବେ ବନ୍ୟଜନ୍ତୁମାନେ ଖାଦ୍ୟ ଅନ୍ୱେଷଣ ଗାଁ ମୁହାଁ ତ ଆଉ କେତେବେଳେ ରାସ୍ତା କଡ଼ରେ ବୁଲୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି ।

ଏହି ଘଟଣା ପରେ ସ୍ଥାନୀୟ ବାସିନ୍ଦା ବେଶ୍ ଭୟଭୀତ ଅଛନ୍ତି । ବନବିଭାଗ ନିକଟରେ ହେଟାବାଘଟିକୁ ଉଦ୍ଧାର କରିବା ପାଇଁ ଗୁହାରି କରିଛନ୍ତି । କିଛି ଦିନ ତଳେ ଇଟିଭି ଭାରତରେ ସେହି ଅଞ୍ଚଳରେ ଏକ ଭାଲୁ ବୁଲୁଥିବାର ଖବର ପ୍ରସାରଣ ପରେ ଏବେ ଉଭୟ ଭାଲୁ ଓ ହେଟାବାଘର ଜନବସତି ମୁହାଁ ଦୃଶ୍ୟ ନେଇ ସ୍ଥାନୀୟ ବାସିନ୍ଦା ମଧ୍ୟରେ ଭୟର ବାତବରଣ ଖେଳିଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.