ETV Bharat / state

Road Mishap: ଚକା ବାହାରିବା ପରେ ଓଲଟିଲା ଆମ୍ବୁଲାନ୍ସ, ୪ ଆହତ - ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

ରୋଗୀ ନେଇ ଯାଉଥିବାବେଳେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ । ୪ ଆହତ । ଅଧିକ ପଢନ୍ତୁ

Road Mishap: ଚକା ବାହାରିବା ପରେ ଓଲଟିଲା ଆମ୍ବୁଲାନ୍ସ, ୪ ଆହତ

author img

By

Published : Mar 29, 2022, 12:05 PM IST

Updated : Mar 29, 2022, 12:41 PM IST

ନବରଙ୍ଗପୁର: ରୋଗୀ ନେଇ ଯାଉଥିବାବେଳେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ୪ ଆହତ । ଗତକାଲି(ସୋମବାର) ବିଳମ୍ବିତ ରାତିରେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିରୁ କୋଷାଗୁମୁଡା ଯିବା ରାସ୍ତାର ତଣ୍ଡାଗୁଡା ନିକଟରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗସ୍ତ ହୋଇଛି ।

Road Mishap: ଚକା ବାହାରିବା ପରେ ଓଲଟିଲା ଆମ୍ବୁଲାନ୍ସ, ୪ ଆହତ

ସୂଚନା ମୁତାବକ, ଖୁଟୁବାଇରୁ ପାପଡାହାଣ୍ଡି ଡାକ୍ତରଖାନାକୁ ରୋଗୀ ନେଇ ଆସୁଥିବାବେଳେ ଆମ୍ବୁଲାନ୍ସର ବାମ ଚକା ବାହାରି ଯାଇଥିଲା । ଫଳରେ ଭାରସାମ୍ୟ ହରାଇ ଆମ୍ବୁଲାନ୍ସ ରାସ୍ତା କଡ଼ ସିମେଣ୍ଟ ପିଲରକୁ ଧକ୍କା ଦେଇ ଓଲଟି ପଡିଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏଥିରେ ବସିଥିବା କର୍ମଚାରୀ ଓ ରୋଗୀଙ୍କୁ ପ୍ରଥମେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ସମସ୍ତଙ୍କର ପ୍ରାଥମିକ ଚିକିତ୍ସା କରାଯିବା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Mar 29, 2022, 12:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.