ETV Bharat / state

ବନ ବିଭାଗର ରେଡ: 4 ଶିକାରୀ ଅଟକ, ଦେଶୀ ବନ୍ଧୁକ ଜବତ - nabarangpur

ନବରଙ୍ଗପୁର ଝରିଗାଁ ରେଞ୍ଜ ପାନାବେଡା PRFର ଘୁମରମୁଣ୍ଡି ଜଙ୍ଗଲ ଉପରେ ବନ ବିଭାଗର କଡା ନଜର । 2 ଦେଶୀ ବନ୍ଧୁକ ସହ 4 ଶିକାରୀଙ୍କୁ ଧରିଛନ୍ତି ଭୁବନେଶ୍ବରରୁ ଆସିଥିବା ବନ ବିଶେଷଜ୍ଞ ଟିମ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ନବରଙ୍ଗପୁର
author img

By

Published : Jun 14, 2019, 6:28 PM IST

ନବରଙ୍ଗପୁର: ବନବିଭାଗର ନଜରବଳୟରେ ଝରିଗାଁ ରେଞ୍ଜ ପାନାବେଡା PRFର ଘୁମରମୁଣ୍ଡି ଜଙ୍ଗଲ । ଗୁରୁବାର ରାଜଧାନୀରୁ ଆସିଥିବା ବନ୍ୟଜନ୍ତୁ ବିଶେଷଜ୍ଞ ଦଳ ଏହି ଜଙ୍ଗଲ ତନାଘନା ବେଳେ 2 ଦେଶୀ ବନ୍ଧୁକ ସହ 4 ଶିକାରୀଙ୍କୁ ଧରିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ନବରଙ୍ଗପୁର

ଝରିଗାଁ ବନବିଭାଗ କବଜାର ଏବେ ଏହି 4 ବନ୍ୟଜନ୍ତୁ ଶିକାରୀ । ଅଟକଙ୍କ ମଧ୍ୟରେ ଚନ୍ଧାହାଣ୍ଡି ବ୍ଲକ କୁହୁଡ଼ି ଗ୍ରାମର ଅଭିକ୍ଷିତଭୁଞ୍ଜିଆ, ମନୋହରପୂଜାରୀ, ବିକ୍ରମ ଭୁଞ୍ଜିଆ ଓ ଗଜେନ୍ଦ୍ରସୁନା ଅଛନ୍ତି ।

ଏମାନେ ଗୁରୁବାର ନିଜ ଗାଁ ର ୧୫ ରୁ୨୦ ଜଣ ଜଣଙ୍କ ସହ ଶିକାର ପାଇଁ ପାନାବେଡ଼ା PRF, ଘୁମରମୁଣ୍ଡି ଜଙ୍ଗଲକୁ ଆସିଥିଲେ । ଅନ୍ୟପଟେ ଏହି ସମୟରେ ବନ୍ୟଜନ୍ତୁ ବିଶେଷଜ୍ଞ ଦଳ ଓ ଝରିଗାଁ ବନବିଭାଗ ମଧ୍ୟ ଜଙ୍ଗଲ ତର୍ଜମାରେ ଯାଇଥିଲେ । ଏଥିକି ବେଳେ ବିଭାଗ ହାବୁଡାରେ ଶିକାରୀମାନେ ପଡିଥିଲେ । ବନବିଭାଗ କର୍ମଚାରୀଙ୍କୁ ଦେଖି ଅନ୍ୟମାନେ ଫେରାର ହୋଇଯାଇଥିବା ବେଳେ ୪ ଜଣ ବିନା ଲାଇସେନ୍ସର ଦୁଇଟି ଦେଶୀ ବନ୍ଧୁକ ସହ ଧରାପଡିଛନ୍ତି ।

ତେବେ ଉକ୍ତ ସ୍ଥାନରେ କୌଣସି ଶିକାର ହୋଇନଥିବା ନେଇ ବିଭାଗୀୟ ଅଧିକାରୀ କହିଛନ୍ତି ।
ଫାଶ ପକାଇବା ସାମଗ୍ରୀ ଓ ଦୁଇଟି ଦେଶୀ ବନ୍ଧୁକକୁ ଜବତ କରି ଶିକାରୀଙ୍କୁ ଅଧିକ ପଚରା ଉଚାରା କରି ତଦନ୍ତ କରୁଥିବା କହିଛନ୍ତି ଝରିଗାଁ ବନ ବିଭାଗ ଅଧିକାରୀ ମୁକୁନ୍ଦଦିଶାରୀ ।

ନବରଙ୍ଗପୁରରୁ ତପନ କୁମାର ବିଶୋୟୀ, ଇଟିଭି ଭାରତ

Intro:ଆଜି ହେଉଛି ପ୍ରଥମ ରଜ । ରଜ ପାଇଁ ଚାରିଆଡେ ହୋଇଉଠିଛି ଉତ୍ସବ ମୁଖର। ଯାଜପୁର ଜିଲ୍ଲାର ପୁରପଲ୍ଲୀରେ ବଡ଼ ଧୁମଧାମରେ ପାଳିତ ହେଉଛି ରଜ ଉତ୍ସବ। ତେବେ ସବୁ ବର୍ଷ ପରି ବ୍ୟାସନଗର ସହରର କୋପଣ୍ଡ ଗ୍ରାମ ଥାନପତି ପଡ଼ିଆରେ ଏବର୍ଷ ଧୁମଧାମରେ ପାଳିତ ହେଉଛି ରଜ ଉତ୍ସବ।। ଗାଁର ନୂଆବହୁ ଠାରୁ ଆରମ୍ଭ କରି ଝିଅ ମାନେ ଗୋଟିଏ ପଡ଼ିଆରେ ଏଖାଠି ହୋଇ ଏହି ରଜ ଉତ୍ସବ କୁ ଧୁମଧାମରେ ପାଳୁଛନ୍ତି। କିଏ ଦୋଳି ଖେଳୁଛିତ , କିଏ ପୋଡ଼ ପିଠା ପ୍ରତିଯୋଗିତାରେ ଭାଗନେଇ ଛନ୍ତି। ସବୁଠାରୁ ବଡ଼ କଥା ହେଲା ରଜ ତିନିଦିନ ଗୋଟିଏ ପଡ଼ିଆରେ ବଡ଼ସାନ ବାତ ବିଚାର ନକରି ସମସ୍ତେ ମିଳିମିଶି ସବୁ ପ୍ରତିଯୋଗିତାରେ ଭାଗନେଇ ଏହି ତିନିଦିନ ରଜକୁ ଧୁମଧାମରେ ପାଳନ କରି ଥାନ୍ତି। ତେବେ ଏହି କୋପାଣ୍ଡ ଗାଁରେ କିଭଳି ଅଛି ରଜର ମାହୋଲ ଆମ ପ୍ରତିନିଧି ଅଧିକ ଆଲୋଚନା କରିଥିଲେ ଗ୍ରାମ ବାସୀଙ୍କ ସହିତ।

Body:defford

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.