ନବରଙ୍ଗପୁର: ମା'ଙ୍କ ନବମୀ ପୂଜା ବେଳେ ଅଘଟଣ । ଜଳିଗଲା ସମ୍ପୂର୍ଣ୍ଣ ଦୋକାନ ଘର । ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ କାନାକଟ ଗ୍ରାମରେ ।
ସୂଚନାନୁସାରେ, କାନାକଟା ଗ୍ରାମ ଅମର ଲହରା ସୋମବାର ନିଜ ସାଇକେଲ ସ୍ପେୟାର ପାର୍ଟ ଦୋକାନରେ ମା' ଦୁର୍ଗାଙ୍କ ନବମୀ ପୂଜା କରୁଥିଲେ । ହେଲେ ଭୂଲବଶତଃ ପୂଜାଦୀପରୁ ନିଆଁ ଲାଗି ତାଙ୍କ ଦୋକାନ ଜଳିବା ଆରମ୍ଭ ହୋଇଯାଇଥିଲା । ପୂଜାରେ ଉପସ୍ଥିତି ଥିବା ଗ୍ରାମବାସୀ ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ । ଏଥିସହିତ ଅଗ୍ନିଶମ ବିଭାଗକୁ ମଧ୍ୟ ଫୋନ କରିଥିଲେ । କିନ୍ତୁ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଦୋକାନରେ ଥିବା ସବୁ ଜିନିଷ ଜଳିପୋଡି ପାଇଁଶ ହୋଇଯାଇଥିଲା ।
ଉକ୍ତ ନିଆଁରେ ଦୋକାନରେ ଥିବା ପାଖାପାଖି 2 ଲକ୍ଷ ଟଙ୍କାର ସାଇକେଲ ପାର୍ଟ ଏବଂ ନଗଦ ପନ୍ଦର ହଜାର ଟଙ୍କା ପୋଡି ପାଉଁଶ ହୋଇଯାଇଛି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ