ETV Bharat / state

ଧାନ ଗଦାରେ ନିଆଁ, ଚାଷୀ ହନ୍ତସନ୍ତ

5ଟି ଧନା ଗଦାରେ ଲାଗିଲା ନିଆଁ । ଚାହୁ ଚାହୁଁ ଜଳି ଗଲା 5ଟି ଧାନ ଗଦା । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ଖୁଣ୍ଟିଆ ଗାଁର ଘଟଣା ।

FIRE IN PADDY BUNDLE
ଧାନ ଗଦାରେ ନିଆଁ
author img

By

Published : Dec 5, 2019, 5:07 AM IST

ନବରଙ୍ଗପୁର: ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ନିଜ ଜମିରେ ଧାର କରଜ କରି ଧାନ ଚାଷ କରିଥିଲେ 4ଜଣ ଚାଷୀ l ବେଶ୍‌ ଭଲ ଫସଲ ବି ହୋଇଥିଲା । ଅମଳ କରି ଖଳାରେ ମାଡିଥିଲେ ପ୍ରାୟ 12-13 ଟି ଧାନ ଗଦା । ହେଲେ ହଠାତ୍‌ କାଳ ଆସିବା ପରି, 5ଟି ଧନା ଗଦାରେ ଲାଗି ଗଲା ନିଆଁ । ଚାହୁ ଚାହୁଁ ଜଳି ଗଲା ଧାନ ଗଦା ସବୁ । ଏବେ ହତାଶ୍‌ ଧାନ ଚାଷୀ ସୁନାଧର ସୌରା, ହରିହର ନାୟକ, ଯୁଧିଷ୍ଠିର ନାୟକ ଓ ଚୈତନ୍ୟ ଭତରା । ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ଖୁଣ୍ଟିଆ ଗାଁର ଘଟଣା ।

ଧାନ ଗଦାରେ ନିଆଁ

ନିଆଁ ଦେଖି ଧାଇଁ ଆସିଲେ ଗ୍ରାମବାସୀ ଓ ସ୍କୁଲ ଛାତ୍ରଛାତ୍ରୀ । ପାଣି ଢାଳି ନିଆଁ ଲିଭାବା ପାଇଁ ଚାଲିଲା ଉଦ୍ୟମ । ଦମକଳ ବାହୀନକୁ ଖବର ଦିଆଗଲା । ମାତ୍ର ଦମକଳ ଗାଡିରୁ ପାଣି ବାହାରିବା ପୂର୍ବରୁ ଜଳି ସାରିଥିଲା ଧାନ ଗଦା । ଆଖି ଆଗରେ ନଷ୍ଟ ହୋଇଗଲା ବର୍ଷକର ମହେନତ୍‌ । ତେବେ ଧାନ ଗଦାରେ କେଉଁ କାରଣ ପାଇଁ ନିଆ ଲାଗିଲା, ତାହା ଏବେ ଯାଏ ସ୍ପଷ୍ଟ ହୋଇପାରି ନାହିଁ । ନଷ୍ଟ ହୋଇଥିବା 5ଟି ଧାନ ଗଦାର ମୁଲ୍ୟ ପ୍ରାୟ 5 ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:ସ୍ଲୋଗ- 5 ଟି ଧାନଗଦା ନିଆଁ ଲାଗି ନଷ୍ଟ l
ଫର୍ମାଟ - ଏଭିଓ, ୦୪/୧୨/୧୯
ରିପୋର୍ଟ -ତପନ କୁମାର ବିଷୟି , ନବରଙ୍ଗପୁର
------------------------------------------------------------
ଆଙ୍କର - ନିଆଁ ଲାଗି ଧାନଗଦା ନଷ୍ଟ l ନନ୍ଦାହାଣ୍ଡି ବ୍ଲକ୍ ଖୁଣ୍ଟିଆ ଗାଁ ରେ ଆଜି ପାଞ୍ଚଟି ଧାନ ଗୋଦା ରେ ନିଆଁ ଲାଗିଯିବାରୁ ସମ୍ପୁର୍ଣ୍ଣ ଭାବେ ଧାନ ପଡ଼ି ନଷ୍ଟହୋଇ ଯାଇଛି। ଖୁଣ୍ଟିଆ ଗାଁ ର ଧାନ ଚାଷୀ ସୁନାଧର ସୌରା, ହରିହର ନାୟକ, ଯୁଧିଷ୍ଠିର ନାୟକ ଓ ଚୈତନ୍ୟ ଭତରା, ଚାରି ଜଣ ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ନିଜ ଜମିରେ ଧାରକରଜ କରି ଧାନ ଚାଷ କରିଥିଲେ l ଜିଲ୍ଲାରେ ପାଗ ଖରାପ ରହିଥିବାରୁ ଧାନ କୁ ନ ମଳାଇ ଗୋଟିଏ ଖଳା ରେ ଲାଗି ଲାଗି ଗ୍ରାମର ଚାଷୀମାନେ ପ୍ରାୟ 12-13 ଟି ଧାନଗଦା କରି ରଖିଥିଲେ। କିନ୍ତୁ, ଆଜି କୌଣସି କାରଣରୁ ଧାନଗଦାରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା l ଫଳରେ ମାଲିକ ମାନେ, ନିକଟସ୍ଥ ବିଦ୍ୟାଳୟ ର କର୍ମଚାରୀ, ଛାତ୍ର ଛାତ୍ରୀ ଓ ଗ୍ରାମବାସୀ ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ। ଧାନ ଗଦାରେ ନିଆଁ ଲିଭିବା ବଦଳରେ ହୁତୁ ହୁତୁ ହୋଇ ଜଳିବାରେ ଲାଗିଥିଲା l ପରେ ଗ୍ରାମବାସି ଡ଼ଙ୍ଗରଭେଜା ର ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ଖବର ପାଇ ଦମକଳ ବିଭାଗ କର୍ମଚାରୀ ପହଞ୍ଚି ଥିଲେ ମଧ୍ୟ ଦମକଳ ଗାଡିରେ ପାଣି ସରିଯାଇଥିବାରୁ ନିଆଁକୁ ଆୟତ୍ତ ଅନ୍ୟ ଏକ ଗାଡିକୁ ଖବର ଦେଇଥିଲେ l ଅନ୍ୟ ଏକ ଦମକଳ ଗାଡି ଆସି ନିକଟସ୍ଥ ପୋଖରୀ ରୁ ପାଣି ଉଠାଇ ନିଆଁ କୁ ଆୟତ୍ତ କରିବା ସକ୍ଷମ ହୋଇଛନ୍ତି । 5 ଟି ଧାନଗଦା ରେ ନିଆଁ ଲାଗିଥିବାରୁ ନିକଟରେ ଲାଗି ଲାଗି ରହିଥିବା ଧାନ ମଧ୍ୟ ଇତଃସ୍ତତଃ ଭାବେ ପଡ଼ିରହିଁ ଅନ୍ୟ ଲୋକ ଙ୍କ ଧାନ ସହ ମିଶ୍ରଣ ହୋଇଯାଇଛି l ନଷ୍ଟ ହୋଇଥିବା 5ଟି ଧାନ ଗଦା ର ମୁଲ୍ୟ ପ୍ରାୟ 5 ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି। କେଉଁ କାରଣରୁ ଧାନଗଦାରେ ନିଆଁ ଲାଗିଲା ତାହା ବର୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି lBody:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.