ନବରଙ୍ଗପୁର: ଖୁଟୁବାଇ ଗ୍ରାମ ପଞ୍ଚାୟତର ମାଟିଆଗୁଡା ଗାଁରେ ଅଗ୍ନିକାଣ୍ଡ ଘଟି 4ଟି ଧାନଗଦା ଜଳିଯାଇଛି । ଅଗ୍ନିକାଣ୍ଡ ଘଟିଥିବା ଧାନ 10 ଏକର ଜମିର ବୋଲି ଜଣାପଡିଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ସହ ନିଆଁକୁ ଆୟତ୍ତ କରିଛି । ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ ।
ଅଗ୍ନିକାଣ୍ଡରେ ଜଳିଯାଇଥିବା ଧାନଗଦା ଗ୍ରାମର ଜମି ବିଷୋୟୀ, ସୂରୁ ମିରଗାନ ଓ ନିଲମ ଭତରାଙ୍କର ବୋଲି ଜଣାପଡିଛି । ଗତକାଲି ଜମିରୁ ଧାନ ଆଣି ଖଳାରେ ରଖିଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ