ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବନ ବିଭାଗ ଅଧିନସ୍ଥ ଡାବୁଗାଁ ଉମରକଟ ରାସ୍ତାରେ ଥିବା ଜଙ୍ଗଲରେ ଲାଗିଛି ନିଆଁ। । ଫଳରେ ବହୁ ମୂଲ୍ୟବାନ ବନସ୍ପତି ଓ ଔଷଧୀୟ ଗଛ ପୋଡି ନଷ୍ଟ ହୋଇଯାଇଛି । ଗୁରୁବାର ଦିନ କୌଣସି କାରଣରୁ ଗାନ୍ଧିପାର୍କ ପାଖ ଜଙ୍ଗଲରେ ନିଆଁ ଲାଗିଥିଲା । ନିଆଁ କ୍ରମଶଃ ଅନିୟନ୍ତ୍ରିତ ହେବା ପରେ ମଧ୍ୟ ଡାବୁଗାଁ ବନ ବିଭାଗର କୌଣସି କର୍ମଚାରୀ ନିଆଁ ଲାଗିଥିବା ସ୍ଥାନକୁ ଯାଇନଥିବା ଆଲୋଚନା ହେଉଛି । ବନ ବିଭାଗ କର୍ମଚାରୀଙ୍କ ଅବହେଳା ଯୋଗୁଁ ବାଧ୍ୟ ହୋଇ ସ୍ଥାନୀୟ ଲୋକ ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ।
ନିଆଁ ଆୟତ ହେବାର ଅଧଘଣ୍ଟା ପରେ ସେଇ ସ୍ଥାନକୁ କିଛି ବନବିଭାଗ କର୍ମଚାରୀ ପହଞ୍ଚି ଥିଲେ, ଯଦି ସ୍ଥାନୀୟ ଲୋକେ ନିଆଁକୁ ଆୟତ କରିନଥାନ୍ତେ ବୋଧ ହୁଏ ଡାବୁଗାଁ ବନାଞ୍ଚଳର ଏକର ଏକର ଜଙ୍ଗଲ ଧ୍ବଂସ ପାଇଁ ଯାଇଥାନ୍ତା । ଏହା ସହ ବହୁ ଔଷଧୀୟ ଗଛ, ବନ୍ୟପ୍ରାଣୀ ମଧ୍ୟ ଜଳି ପାଉଁଶ ହୋଇଯାଇଥାନ୍ତେ । ଡାବୁଗାଁ ଅଞ୍ଚଳରେ ବନ ବିଭାଗ କର୍ମଚାରୀ ଏବଂ କାଠ ମାଫିଆଙ୍କ ମଧୁଚନ୍ଦ୍ରିକା କଥା ନକହିବା ଭଲ ।
ଏଥିକି ପାଇଁ ଧିରେ ଧିରେ ଜଙ୍ଗଲ ଧ୍ବଂସ ହେବାକୁ ବସିଲାଣି ବୋଲି ସାଧାରଣରେ ମତପ୍ରକାଶ ପାଇଛି । କାରଣ ଏହି କେତେ ବର୍ଷ ଭିତରେ ଡାବୁଗାଁ ଜଙ୍ଗଲ ପ୍ରାୟତଃ ପତଳା ହୋଇ ଗଲାଣି । ଏଥିପ୍ରତି ଜିଲ୍ଲା ବନଖଣ୍ଡ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ବିଶେଷ ଦୃଷ୍ଟି ଦେବା ଆବଶ୍ୟକ ରହିଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ