ETV Bharat / state

ମାସେ ପରେ ମୁକୁଳିଲା ସାପ, SCBରେ ଭର୍ତ୍ତି ହେଲା ମଞ୍ଜୁଳା

author img

By

Published : Jul 14, 2021, 1:41 PM IST

Updated : Jul 14, 2021, 4:50 PM IST

ଏକ ମାସ ଧରି ସାପ କାମୁଡା ଯନ୍ତ୍ରଣାରେ ଜର୍ଜରିତ 9 ବର୍ଷର କୁନିଝିଅ ଶେଷରେ ହସ୍ପିଟାଲରେ ଭର୍ତ୍ତି ହୋଇଛି । ଅଧିକ ପଢନ୍ତୁ...

ମାସେ ହେବ ସାପ କାମୁଡା ଯନ୍ତ୍ରଣାରେ କୁନି ଝିଅ: ଡକ୍ତରଖାନାରେ ଭର୍ତ୍ତି ଆକ୍ରାନ୍ତ, ସାପ ଉଦ୍ଧାର

ନବରଙ୍ଗପୁର: ଅସହ୍ୟ ହେଉଛି ଯନ୍ତ୍ରଣା, ମୁଁ ବଞ୍ଚିବାକୁ ଚାହେଁ ମୋତେ ବଞ୍ଚାଇଦିଅ । ସର୍ପ ଦଂଶନ ପରେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିବା ୯ ବର୍ଷର ଝିଅ ଆର୍ତ୍ତ ଚିତ୍କାର କରିବା ସହ ସରକାରଙ୍କୁ ଏପରି ନିବେଦନ କରୁଥିବା ଚିତ୍ର ଏବେ ସାମ୍ନାକୁ ଆସିଛି । ନାଗ ସାପ ଦଂଶନ ପରେ ଝିଅଟିର ଡାହାଣ ହାତ ପଚି ନଷ୍ଟ ହେବାକୁ ଯାଉଥିଲା । ହେଲେ ପରିବାରର ଆର୍ଥିକ ପରିସ୍ଥିତି ଝିଅର ଚିକିତ୍ସା ପାଇଁ ବାଧକ ସାଜିଛି । ଭାଗ୍ୟକୁ ଆଦରି ଗତ ଏକ ମାସ ହେବ ସେ ପଡି ରହିଛି । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ହଳଦୀ ପଞ୍ଚାୟତର ବାଲିଝର ଗାଁରେ ।

ମାସେ ପରେ ମୁକୁଳିଲା ସାପ, SCBରେ ଡାକ୍ତରଖାନାରେ ଭର୍ତ୍ତି ହେଲା ମଞ୍ଜୁଳା
ସେପଟେ ଝିଅ ଭଲ ନ ହେଲେ ସାପକୁ ଛାଡିବୁନି ବୋଲି ଜିଦ୍ ଧରି ବସିଛନ୍ତି ଘର ଲୋକେ । ନାଗସାପକୁ ଆଣି ଉପାସରେ ଏକ ମାସ ହେବ ରଖିଛନ୍ତି । ତେବେ ସାପ କାମୁଡିଥିବା ଝିଅର ହାତ ଆଙ୍ଗୁଠି ଠାରୁ କାନ୍ଧ ଯାଏଁ ପଚି ନଷ୍ଟ ହେବାକୁ ବସିଲାଣି । ଯାହା ଫଳରେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛି କୁନିଝିଅ । ମୋତେ ବଞ୍ଚାଇଦିଅ ମୁଁ ବଞ୍ଚିବାକୁ ଚାହେଁ ଏଭଳି ଚିତ୍କାରରେ ଫାଟି ପଡୁଛି ଘର ଦୁଆର । ହେଲେ ଗରିବି ଓ ଅନ୍ଧବିଶ୍ବାସ ଆଗରେ ଅସହାୟ ହୋଇ ପଡିଛି ଝିଅ ।

ସୂଚନାନୁଯାୟୀ ଏକ ମାସ ତଳେ ବାପା ସୁନାଧର ଚାଷ ପାଇଁ ଜମିକୁ ଯାଇଥିଲେ । ମାଆ ଘର କାମରେ ବ୍ୟସ୍ତ ଥିବାବେଳେ ୯ ବର୍ଷିୟ ଝିଅ ମଞ୍ଜୁଳା ଛୋଟ ଭାଇ ସହ ବାହାରେ ଖେଳୁଥିଲା । ଖେଳି ଖେଳି ବାରଣ୍ଡାରେ ଏକ ଗଛରେ ପକ୍ଷୀ ଧରିବାକୁ ଚଢି ଯାଇଥିଲେ । କିନ୍ତୁ ସେ ଜାଣି ନଥିଲା ଯେ ସେଠାରେ ପକ୍ଷୀ ଅଣ୍ଡା ଖାଇବାକୁ ଜଗିଥିଲା ଏକ ନାଗ ସାପ । ଝିଅଟି ପକ୍ଷୀକୁ ଧରିବା କ୍ଷଣି ବିଷଧର ନାଗ ସାପ ମଞ୍ଜୁଳାକୁ 3 ଥର ଚୋଟ ମାରିଥିଲା । ପରେ ଝିଅକୁ ବାପା ଓ ମାଆ ପ୍ରଥମେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ସ୍ଥାନାନ୍ତର କରିଥିଲେ ଏବଂ ନବରଙ୍ଗପୁରରେ ଗୋଟିଏ ଦିନ ଚିକିତ୍ସା ପରେ ସେଠାରୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ୍ ନେଇଥିଲେ । ଡାକ୍ତର 3 ଦିନ ଧରି ଚିକିତ୍ସା କରିବା ପରେ ଝିଅର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନ ଆସିବାରୁ ଡାକ୍ତର ଝିଅକୁ ବ୍ରହ୍ମପୁର ନେବା ପାଇଁ ପରାମର୍ଶ ଦେଇଛନ୍ତି ।

ହେଲେ ଅର୍ଥ ଅଭାବରୁ ଚିକିତ୍ସା କରାଇ ପାରୁନାହାନ୍ତି ପରିବାର ଲୋକ । ଏନେଇ ନବରଙ୍ଗପୁର ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର ଖବର ପାଇ କଟକ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରିଛନ୍ତି ଏବଂ ରେଡକ୍ରସ ତରଫରୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ସେପଟେ ମଞ୍ଜୁଳା ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ରାଇଘର ବିନ ବିଭାଗ ସାପକୁ ଉଦ୍ଧାର କରିଛି ।

ସେପଟେ SCBରେ ପହଞ୍ଚିଛି ନବରଙ୍ଗପୁର ରାଇଘର ବ୍ଲକ ଅଧିନ ହଳଦୀ ଗାଁର ୯ ବର୍ଷର କୁନି ଝିଅ ମଞ୍ଜୁଳା । ଅଧିକ ଚିକିତ୍ସା ପାଇଁ ତାକୁ ସର୍ଜରୀ ବିଭାଗରେରେ ଭର୍ତ୍ତି କରାଯାଇଛି । ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ମଞ୍ଜୁଳାର ଚିକିତ୍ସା କରୁଛନ୍ତି । ସର୍ଜରୀ,ପ୍ଲାଷ୍ଟିକ ସର୍ଜରୀ, କାର୍ଡିଓଲୋଜି ବିଭାଗର ଡାକ୍ତରମାନେ ମଞ୍ଜୁଳା ଉପରେ ନଜର ରଖିଛନ୍ତି ।

ତାର ଡାହାଣ ହାତ ପାପୁଲି ପାଖରୁ କହୁଣୀ ପର୍ଯ୍ୟନ୍ତ ମାଂସ ଧୀରେ ଧୀରେ ପଚିଯାଇଥିବାରୁ, ନବରଙ୍ଗପୁର ଜିଲ୍ଲା ପ୍ରଶାସନ ସହଯୋଗରେ ତାଙ୍କୁ ଏଠାକୁ ଅଣାଯାଇଛି । ଦୀର୍ଘ ମାସେ ହେବ ମଞ୍ଜୁଳା ବିଷାକ୍ତ ସାପ କାମୁଡ଼ାରେ ଆହତ ହୋଇଥିଲେ । ଗୁଣି ଗାରେଡିରେ ବିଶ୍ବାସ ରଖି ପରିବାର ଲୋକେ ତାର ଚିକିତ୍ସା ଘରେ କରୁଥିଲେ ।

ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ରାଇଘର ଓ ପରେ ନବରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତାଙ୍କର ଚିକିତ୍ସା ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ମାଗଣାରେ ବ୍ୟବସ୍ଥା କରାଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ ଓ କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ

Last Updated : Jul 14, 2021, 4:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.