ETV Bharat / state

ସାର ପାଇଁ ଲ୍ୟାମ୍ପସ ଆଗରେ ଚାଷୀଙ୍କ ଭିଡ, ନାକେଦମ ପୋଲିିସ - ଲ୍ୟାମ୍ପସ

ୟୁରିଆ ସାର ପାଇଁ ଲ୍ୟାମ୍ପସ ଆଗରେ ହଜାର ହଜାର ଚାଷୀଙ୍କ ହୋ ହାଲ୍ଲା । ଏତେ ଭିଡ ଯେ ପରିସ୍ଥିତିକୁ ନିୟନ୍ତ୍ରଣ କରି ପାରୁନି ପୋଲିସ। ଅଧିକ ପଢନ୍ତୁ...

ସାର ପାଇଁ ଲ୍ୟାମ୍ପସ ଆଗରେ ଚାଷୀଙ୍କ ଭିଡ
ସାର ପାଇଁ ଲ୍ୟାମ୍ପସ ଆଗରେ ଚାଷୀଙ୍କ ଭିଡ
author img

By

Published : Aug 18, 2021, 11:53 AM IST

ନବରଙ୍ଗପୁର: ୟୁରିଆ ସାର ପାଇଁ ଲ୍ୟାମ୍ପସ ଆଗରେ ହଜାର ହଜାର ଚାଷୀଙ୍କ ହୋ ହାଲ୍ଲା । ଏତେ ଭିଡ ଯେ ପରିସ୍ଥିତିକୁ ନିୟନ୍ତ୍ରଣ କରି ପାରୁନି ପୋଲିସ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳଗୁମା ଲ୍ୟାମ୍ପସ ଠାରେ। ଜିଲ୍ଲାରେ ୟୁରିଆ ସାରର ଅଭାବ ରହିଥିବା ବେଳେ ବହୁତ ଦିନ ପରେ ଅଞ୍ଚଳଗୁମା ଲ୍ୟାମ୍ପସକୁ ପାଞ୍ଚ ଶହ ବସ୍ତା ୟୁରିଆ ସାର ଯୋଗାଇ ଦିଆଯାଇଥିଲା। ବର୍ତ୍ତମାନ ଲ୍ୟାମ୍ପସରେ ପାଞ୍ଚ ଶହ ବସ୍ତା ୟୁରିଆ ସାର ଗଚ୍ଛିତ ଥିବା ବେଳେ ଦୁଇ ହଜାରରୁ ଅଧିକ ଚାଷୀ ଆଧାର କାର୍ଡ ଧରି ଲ୍ୟାମ୍ପସ ଆଗରେ ଲାଇନ ଲଗାଇଛନ୍ତି । ଖୁବଶୀଘ୍ର ସାର ଦେବାକୁ ଜିଦ କରି ଲ୍ୟାମ୍ପସ ଆଗରେ ଧାରଣ ମଧ୍ୟ ଦେଇଛନ୍ତି ।

ସାର ପାଇଁ ଲ୍ୟାମ୍ପସ ଆଗରେ ଚାଷୀଙ୍କ ଭିଡ

ସାର କମ ରହିଥିବାରୁ ଲ୍ୟାମ୍ପସ କର୍ମଚାରୀ ମାନେ ସାର ଆସିଲେ ସମସ୍ତଙ୍କୁ ଦିଆଯିବ ବୋଲି କହିବାରୁ ମଧ୍ୟ କେହି ଶୁଣି ନଥିଲେ। ଏହି ବିଷୟରେ ଆମେ ଲ୍ୟାମ୍ପସ କର୍ମଚାରୀଙ୍କୁ ପଚାରିବାରୁ ବର୍ତ୍ତମାନ ପାଞ୍ଚ ଶହ ବସ୍ତା ସାର ଗଚ୍ଛିତ ଅଛି । ଏବେ ଦୁଇ ହଜାରରୁ ଉର୍ଦ୍ଧ୍ବ ଚାଷୀଙ୍କ ଭିଡ଼ ଲାଗିଛି । ଆମେ ଏତେ କମ ସାରକୁ ଏତେ ଚାଷୀଙ୍କୁ କେମିତି ବଣ୍ଟନ କରିବୁ ବୋଲି କହିଥିଲେ।

ସେପଟେ, ଏନେଇ ଚାଷୀମାନେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସରକାର ଚାଷୀ ମାନଙ୍କ ପ୍ରତି ଅଣଦେଖା କରୁଛନ୍ତି । ତେଣୁ ଚାଷୀ ମାନଙ୍କୁ ଏପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି। ଖୁବଶୀଘ୍ର ଚାଷୀ ମାନଙ୍କୁ ୟୁରିଆ ସାର ଯୋଗାଇ ଦେବାକୁ ଦାବି କରିଛନ୍ତି । ଆଗାମୀ ଦିନରେ ଦାବି ପୂରଣ ନ ହେଲେ ଲ୍ୟାମ୍ପସ ଆଗରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବୁ ବୋଲି ଚାଷୀ ଚେତାବନୀ ଦେଇଛନ୍ତି।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.