ETV Bharat / state

କୃଷକ ସୂଚନା କେନ୍ଦ୍ର ଉଦଘାଟନ ସମୟରେ ଚାଷୀଙ୍କ ଧାରଣା

author img

By

Published : Feb 3, 2021, 10:18 AM IST

ଗୋଟିଏ ପଟେ ଧାନମଣ୍ଡିରେ ଅବବ୍ୟସ୍ଥାରେ ଚାଷୀ ହନ୍ତସନ୍ତ । ସେପଟେ ଜିଲ୍ଲାରେ କୃଷକ ସୂଚନା କେନ୍ଦ୍ର ସ୍ଥାପନ ନେଇ ଧାରଣାରେ ଚାଷୀ । ଅଧିକ ପଢନ୍ତୁ...

କୃଷକ ସୂଚନା କେନ୍ଦ୍ର ସମ୍ମୁଖରେ ଧାରଣା
କୃଷକ ସୂଚନା କେନ୍ଦ୍ର ସମ୍ମୁଖରେ ଧାରଣା

ନବରଙ୍ଗପୁର: ଜିଲ୍ଲା ମଣ୍ଡିରେ ବିକ୍ରି ହୋଇପାରୁନି ଧାନ । ମଣ୍ଡିରେ ପଡି ରହିଛି କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ । ଶୀତ କାକରରେ ଧାନ ବସ୍ତାକୁ ମଣ୍ଡିରେ ଜରି ରହିଛି ଚାଷୀ । ଏପଟେ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ କୃଷକ ସୂଚନାକେନ୍ଦ୍ରର ଉଦଘାଟନ ସମୟରେ ଚାଷୀମାନେ ସୂଚନାକେନ୍ଦ୍ର ସମ୍ମୁଖରେ ଧାରଣା ଦେଇଛନ୍ତି ।

ଚାଷୀଙ୍କ ଧାରଣା

ଧାନ ମଣ୍ଡିରେ ଧାନ ବିକ୍ରି ନ କରି ପାରି ଚାଷୀ ହତାଶ ହୋଇଥିବା ବେଳେ ଜିଲ୍ଲାରେ କୃଷକ ସୂଚନା କେନ୍ଦ୍ର ଉଦଘାଟନକୁ ବିରୋଧ କରିଛନ୍ତି ଚାଷୀ । ମଣ୍ଡିରେ ଧାନ ଉଠୁନି । କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ ମଣ୍ଡିରେ ପଡି ରହିଛି । ଏଠାରେ ସୂଚନା କେନ୍ଦ୍ର ଉଦଘାଟନ କରିବାର କିଛି ମୂଲ୍ୟ ନାହିଁ ବୋଲି କହିଛନ୍ତି ପୂର୍ବତନ ସାଂସଦ ମାଝୀ ।

ଚାଷୀକୁ କୌଣସି ସରକାରୀ ଧାର୍ଯ୍ୟ ମୂଲ୍ୟର ସହାୟତା ମିଳୁନାହିଁ କିମ୍ବା ସରକାରୀ ଦରରେ ଧାମ କିଣା ଯାଉନାହିଁ ବୋଲି କହିଛନ୍ତି । ଏହାର ସମାଧାନ ନ କରିବା ପର୍ଯ୍ୟନ୍ତ ଏହି କେନ୍ଦ୍ରକୁ ଉଦଘାଟନ କରିବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି। ଅନ୍ୟ ପକ୍ଷରେ ଚାଷୀ ନେତା ନରେନ୍ଦ୍ର ମହାପାତ୍ର ମଣ୍ଡିରେ ଧାନ ବିକ୍ରି କରି ନପାରି ଚାଷୀ କାନ୍ଦୁଛି ବୋଲି କହିବା ସହିତ ସୂଚନାକେନ୍ଦ୍ରକୁ ଉଦ୍‍ଘାଟନ କରିବା ବରଦାସ୍ତ କରାଯିବନାହିଁ ବୋଲି କହିଛନ୍ତି। ଚାଷୀଙ୍କର ଦୁଃଖ ଓ ଯନ୍ତ୍ରଣାକୁ ସରକାର ବୁଝନ୍ତୁ। ପରେ ଏହି କେନ୍ଦ୍ରକୁ ଉଦ୍‍ଘାଟନ କରିବେ ବୋଲି କହିଛନ୍ତି ।

ଚାଷୀଙ୍କ ପ୍ରତି ଏପରି ଅବ୍ୟବସ୍ଥାକୁ ନେଇ ନିନ୍ଦା କରାଯାଇଛି । କୃଷକ ସୂଚନାକେନ୍ଦ୍ରକୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାଶବର୍ମା ଉଦଘାଟନ କରିଥିବା ସମୟରେ ଜିଲ୍ଲାର ଚାଷୀମାନେ ଏକତ୍ରିତ ହୋଇ ସୂଚନାକେନ୍ଦ୍ର ସମ୍ମୁଖରେ ଧାରଣା ଦେବା ସହିତ ହୋହାଲ୍ଲା କରିଥିଲେ । ଚାଷୀଙ୍କର ସମସ୍ୟାକୁ ସମାଧାନ ନକରି ଜବରଦସ୍ତ ଭାବେ ସୂଚନା କେନ୍ଦ୍ରକୁ ଉଦଘାଟନ କରାଯାଇଥିବା ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି ଧାରଣାକାରୀ ଚାଷୀ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.