ନବରଙ୍ଗପୁର: ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ଅନ୍ତର୍ଗତ ଜେଟିଗୁଡା 13 ଏକର କାପିନି ହେଇ ଧାନଚାଷ ନଷ୍ଟ ହୋଇଯାଇଛି । ଋଣ ଆଣି ଚାଷ କରିଥିଲେ ଏମାନେ। ବର୍ତ୍ତମାନ ଚାଷୀ ଋଣ କିଭଳି ପରିଷଦ କରିବେ ଏନେଇ ମୁଣ୍ଡରେ ହାତ ଦେଇ ଚିନ୍ତାରେ ବସିଛନ୍ତି ।
ଚାଷୀଙ୍କ କହିବା ଅନୁଯାୟୀ, ନବରରଙ୍ଗପୁର ସହର ମଧ୍ୟରେ ଥିବା ନୂଆ ବନ୍ଦସାହି ସିଡ୍ସ ଦୋକାନରୁ ଧାନ ବିହନ କିଣିଥିଲେ । ଏକ ଘରୋଇ କମ୍ପାନୀର ବିହନ ପକାଇଲା ପରେ ଜମି ଧାନ ହେବା ବଦଳରେ ଜମି କାପିନି(ବାଳୁଙ୍ଗା) ହେଇଯାଇଛି । ଧାନଜମିରେ ନଷ୍ଟ ହୋଇଗଲାଣି । ସରକାର ଏହାର ଉପେରେ ତୁରନ୍ତ ନିଷ୍ପତ୍ତି ନେଇ କ୍ଷତି ପୂରଣ ଯୋଗେଇ ନଦେଲ ସେମାନେ ଋଣ ମୁକ୍ତ ହୋଇପାରିବେ ନାହିଁ ବୋଲି କହିଛନ୍ତି । ନଚେତ ସେମାନେ ନିଜ ପରିବାର ପ୍ରତିପୋଷଣ କିପରି ପରିବେ ସେନେଇ ଚିନ୍ତା ପ୍ରକଟ କରିଛନ୍ତି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ