ETV Bharat / state

ଭିନ୍ନ କଳାକାର ଜଗନ, ଆଦିବାସୀ କୁଇ ଭାଷାରେ ଗୀତ ଗାଇ ଦିଅନ୍ତି ସଚେତନତା ବର୍ତ୍ତା - who sends a message of awareness through his song

ନିଜସ୍ବ ଉଦ୍ୟମରେ 3 ଶହରୁ ଉର୍ଦ୍ଧ୍ବ ଗୀତ ଗାଇବା ସହ ଏହାକୁ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ କରି ଚର୍ଚ୍ଚାରେ ନବରଙ୍ଗପୁର ଦଳେଇଗୁଡା ଗାଁର ଏହି ଯୁବକ । ନବରଙ୍ଗପୁର ଭଳି ପଛୁଆ ଜିଲ୍ଲାର ସୁନାମଧନ୍ୟ କଳାକାର ଜଗନ ମହନ ନାଗ ।

ଭିନ୍ନ କଳାକାର ଜଗନ
ଭିନ୍ନ କଳାକାର ଜଗନ
author img

By

Published : Dec 21, 2020, 8:21 PM IST

Updated : Dec 22, 2020, 3:16 PM IST

ନବରଙ୍ଗପୁର: ସେ କୌଣସି ପେଶାଦାର ଗୀତିକାର ନୁହନ୍ତି, ମାତ୍ର ତାଙ୍କ ସୁମଧୁର କଣ୍ଠର ଦିଓ୍ବାନା ହୋଇଛନ୍ତି ମିଲିଅନସ ଫଲୋର୍ସ । ନିଜସ୍ବ ଉଦ୍ୟମରେ 3 ଶହରୁ ଉର୍ଦ୍ଧ୍ବ ଗୀତ ଗାଇବା ସହ ଏହାକୁ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ କରି ଚର୍ଚ୍ଚାରେ ନବରଙ୍ଗପୁର ଦଳେଇଗୁଡା ଗାଁର ଏହି ଯୁବକ ।

ଆଦିବାସୀ କୁଇ ଭାଷାରେ ଗୀତଗାଇ ଦିଅନ୍ତି ସଚେତନତା ବର୍ତ୍ତା

ନବରଙ୍ଗପୁର ଭଳି ପଛୁଆ ଜିଲ୍ଲାର ସୁନାମଧନ୍ୟ କଳାକାର ଜଗନ ମହନ ନାଗ । ମାତ୍ର 32 ବର୍ଷ ବୟସରେ ଗୀତକୁ ନେଇ ନୂଆ କିଛି କରିବାର ସ୍ଵପ୍ନ ଦେଖିଛନ୍ତି ସେ । ଗୀତ ଲେଖିବା ଠାରୁ ଆରମ୍ଭ କରି ଗାଇବା ସବୁଥିରେ ମାହିର । ଜଗନଙ୍କ ଗୀତରେ ଥାଏ ନିଆରାପଣ, ସେଥିପାଇଁ ତ ତାଙ୍କ ଗୀତର ଯାଦୁ କମାଲ କରିଦିଏ ସଙ୍ଗୀତକୁ ଭଲପାଉଥିବା ଶ୍ରୋତା ଓ ଦର୍ଶକଙ୍କୁ। ଗୀତ ମାଧ୍ୟମରେ ସଚେତନ ଧର୍ମୀ ବର୍ତ୍ତା ଦେଇ ବେଶ ପ୍ରଶଂସା ସାଉଣ୍ଟୁଛନ୍ତି ଜଗନ ।

ଏକ ଅଖ୍ୟାତ ପଲ୍ଲୀ ଗାଁରୁ ଆସିଥିବା ଜଗନ ଓଡିଆ ଓ ହିନ୍ଦୀ ଗୀତ ସହ ଦେଶୀଆ ଓ କୁଇ ଭାଷାକୁ ମଧ୍ୟ ବେଶ ଗୁରୁତ୍ଵ ଦିଅନ୍ତି । ନିଜେ ହିଁ ଗୀତ ରଚନା, ଗାଇବା ସହ ନିଜେ କମ୍ପୋଜିଙ୍ଗ କରି ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ କରନ୍ତି । ତାଙ୍କ ଗୀତ ଶ୍ରୋତାଙ୍କୁ ମତୁଆଲା କରିବା ସହ ସଚେତନ ମଧ୍ୟ କରାଏ । ଦେଶୀଆ ଓ କୁଇ ଭାଷାରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଉପରେ ଆଧାରିତ ପ୍ରାୟ ସବୁ ଗୀତ ଗୁଡିକ ସୁପରହିଟ। ତାଙ୍କ ୟୁଟ୍ୟୁବ ଚ୍ୟାନେଲର ପ୍ରାୟ 50 ହଜାର ସବ୍ସସ୍କ୍ରାଇବର ଥିବାବେଳେ 10 ମିଲିୟନ ଦର୍ଶକ ରହିଛନ୍ତି । ନିଜସ୍ବ ସାଧନା ବଳରେ ଏତେ ଦୂର ଆସିପାରିଛନ୍ତି । ଆଗକୁ ବଲିଉଡ କିମ୍ବା ଓଲିଉଡରେ ଗୀତ ଗାଇବାକୁ ମଧ୍ୟ ଲକ୍ଷ୍ୟ ରଖିଛନ୍ତି ସେ ।

କଳା ଓ କଳାକାରଙ୍କୁ କୋଳରେ ଧରିଛି ନବରଙ୍ଗପୁର। ଖୁବ କମ ବୟସରେ ଜଗନଙ୍କ ଭଳି ପ୍ରତିଭା ଜିଲ୍ଲାରୁ ବାହାରିବା ଅନ୍ୟମାନଙ୍କ ପାଇଁ ପ୍ରେରଣା।

ନବରଙ୍ଗପୁରରୁ ତପନ କୁମାର ବିଶୋୟୀ, ଇଟିଭି ଭାରତ

Last Updated : Dec 22, 2020, 3:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.