ନବରଙ୍ଗପୁର: ପୁଣି ଗୁଣିଗାରେଡି ଯୋଗୁଁ ହତ୍ୟା ସନ୍ଦେହ କରି ଗୋଟିଏ ପରିବାରର ସଦସ୍ୟଙ୍କୁ ମାଡ । ଘଟଣାଟି ଘଟିଛି ଝରୀଗାଁ ବ୍ଲକ ପାଲିଆ ଗ୍ରାମପଞ୍ଚୟତ ଅନ୍ତର୍ଗତ ବାସୁଦେବ ଗୁଡାରେ । ଗୁଣିଆ ସନ୍ଦେହ କରି ଗୋଟିଏ ପରିବାରର ସଦସ୍ୟଙ୍କୁ ମାଡ ମାରିଲେ ମୃତକଙ୍କ ପରିବାର ଲୋକେ l ଯେଉଁଥିରୁ ଵାଦ ପଡ଼ିନାହାନ୍ତି ଚାରି ମାସର ଗର୍ଭବତୀ l
ସୂଚନାମୁତାବକ, ସତୁରି ବର୍ଷର ମୋତି ଭତରl ଯିଏକି ମାଣ୍ଡିଆ ଚୁରୁଥିବା ଅବସ୍ଥାରେ ଅଚେତ ହୋଇ ପଡିଥିଲେ । ହେଲେ ପରିବାର ଲୋକ ଏହାକୁ ଗୁଣି କରାଯାଇଥିବା ସନ୍ଦେହ କରି ଗାଁରେ ଚୌକି ବୁଲେଇଥିଲେ l ତେବେ ସେହି ଗାଁର ଦେବୀସିଂ ଭତରାଙ୍କ ଘର ଆଗରେ ମୋତିର ଜୀବନ ଚାଲିଯାଇଥିବାରୁ ତାଙ୍କୁ ସନ୍ଦେହ କରି ତାଙ୍କ ଦୁଆରେ ମୋତିର ମୃତଦେହକୁ ରଖି ବଞ୍ଚେଇବାକୁ ଅଡ଼ି ବସିଥିଲେ । ଏହାସହ ଧନାସିଂର ପରିବାର ସଦସ୍ୟଙ୍କୁ ମଧ୍ୟ ମାରଧର କରିଥିଲେ l ରାତି 12 ଟା ସମୟରେ ଘଟଣାସ୍ଥଳରୁ ଧନସିଂ ଖସିଆସି ଝରୀଗାଁ ପୋଲିସକୁ ଜଣାଇଥିଲା l
ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ବୁଝାସୁଝା କରିବା ପରେ ପରିବାର ଲୋକ ମୃତଦେହକୁ ନେଇ ନିଜ ଘରକୁ ଯାଇଥିଲେ l ତଥାପି ଘଟଣା ଘଟିବାର ବହୁସମୟ ବିତି ଯାଇଥିଲେ ମଧ୍ୟ ମୃତଦେହକୁ ସେମିତି ପକାଇ ରଖିଥିଲେ ପରିବାର ଲୋକ l କିଛି ବୁଦ୍ଧିଜୀବୀଙ୍କ ହସ୍ତଖେପ ପରେ ମୃତଦେହକୁ ସତ୍କାର କରାଯାଇଥିଲା ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ