ETV Bharat / state

ପରକ୍ରିୟା ପ୍ରୀତି ପଡିଲା ମହଙ୍ଗା, ନିର୍ଧୁମ ମାଡ ମାରିଲେ ଶାଶୁ-ଶ୍ବଶୁର

ମହଙ୍ଗା ପଡିଲା ପରକ୍ରିୟା ପ୍ରୀତି। ମଝି ରାସ୍ତାରେ ବନ୍ଧା ହେଲେ । ଲାତ, ଗୋଇଠା,ମୁଥା ଖାଇଲେ। ଏହିଭଳି ଘଟଣା ଘଟିଛି ରାଇଘର ଥାନା ମୁଣ୍ଡିବେଡା ପଞ୍ଚାୟତର ବାଗବେଡା ଗାଁରେ। ଅଧିକ ପଢନ୍ତୁ...

author img

By

Published : Feb 25, 2021, 4:01 PM IST

ପରକ୍ରିୟା ପ୍ରୀତି ପଡିଲା ମହଙ୍ଗା, ନିର୍ଧୁମ ମାଡ ମାରିଲେ ଶଶୁର ଘର

ନବରଙ୍ଗପୁର: ମହଙ୍ଗା ପଡିଲା ପରକ୍ରିୟା ପ୍ରୀତି । ମଝି ରାସ୍ତାରେ ବନ୍ଧା ହେଲେ । ଲାତ, ଗୋଇଠା, ମୁଥା ଖାଇଲେ। ଏହିଭଳି ଘଟଣା ଘଟିଛି ରାଇଘର ଥାନା ମୁଣ୍ଡିବେଡା ପଞ୍ଚାୟତର ବାଗବେଡା ଗାଁରେ । ଘଟଣା ଅନୁସାରେ ବାଗବେଡା ଗାଁର ରୀନା ଖମାରି 3 ବର୍ଷ ତଳେ ବାଗବେଡା ଗ୍ରାମର ତପସ୍ୟ ଖମାରୀକୁ ବିବାହ କରିଥିଲେ କିନ୍ତୁ ସେହି ଗାଁର ଶିବ କୁମାର ଡଙ୍ଗରି ସହ ରୀନା ଖମାରୀଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହାପରେ ଉଭୟେ କୁଆଡେ ଚାଲିଯାଇଥିଲେ।

ବର୍ତ୍ତମାନ ସେମାନେ ଉମରକୋଟ ବ୍ଲକର ଧଙ୍ଗଡାମାଲ ଗାଁରେ ଧରାପଡିଥିଲେ । ଏହି ଖବର ରୀନା ଖମାରୀର ଶ୍ବଶୁର ଘର ଲୋକ ଜାଣିବା ପରେ ଉଭୟଙ୍କ ହାତକୁ ବାନ୍ଧି ବଗବେଡା ଗାଁକୁ ଆଣିବା ପରେ ରୀନାର ଶ୍ବଶୁର, ଶାଶୁ ଉଭୟଙ୍କୁ ନିର୍ଧୁମ ଛେଚିଥିଲେ। ବର୍ତ୍ତମାନ ରୀନା ଏବଂ ଶିବ ତାଙ୍କ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଥିବାବେଳେ ସୋସିଆଲ ମିଡିଆରେ ମାଡ଼ ମାରିବା ଭିଡିଓ ଭାଇରଲ ହୋଇଛି । ଏହି ଘଟଣାରେ ରାଇଘର ପୋଲିସ ହସ୍ତକ୍ଷେପ କରି ତଦନ୍ତ ଆରମ୍ଭ କରିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.