ETV Bharat / state

କୋରୋନା ଯୋଦ୍ଧା ମାନ୍ୟତା ଦାବିରେ ବିଦ୍ୟୁତ୍ କର୍ମଚାରୀଙ୍କ ଧାରଣା

author img

By

Published : Nov 22, 2020, 2:51 AM IST

କୋରୋନା ଯୋଦ୍ଧା ମାନ୍ୟତା ଦାବିରେ ବିଦ୍ୟୁତ୍ କର୍ମଚାରୀଙ୍କ ଧାରଣା । ଏଭଳି ଧାରଣାରେ ସାମିଲ ହୋଇଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଦ୍ୟୁତ୍ କର୍ମଚାରୀ । ଅଧିକ ପଢନ୍ତୁ...

electricity-workers-protest in Nabarangpur
କୋରୋନା ଯୋଦ୍ଧା ମାନ୍ୟତା ଦାବିରେ ବିଦ୍ୟୁତ୍ କର୍ମଚାରୀଙ୍କ ଧାରଣା

ନବରଙ୍ଗପୁର: କୋରୋନା ଯୋଦ୍ଧା ମାନ୍ୟତା ଦାବିରେ ବିଦ୍ୟୁତ୍ କର୍ମଚାରୀଙ୍କ ଧାରଣା । ଏଭଳି ଧାରଣାରେ ସାମିଲ ହୋଇଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଦ୍ୟୁତ୍ କର୍ମଚାରୀ । ଏହି ଧାରଣା ଜିଲ୍ଲାର ସମସ୍ତ ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରାପ୍ତ ସୂଚନା ମୁତାବକ, ନବରଙ୍ଗପୁର ସହର ବିଦ୍ୟୁତ୍ ବିଭାଗରେ କାର୍ଯ୍ୟରତ କିରାଣି ବାଲା ସୂର୍ୟା ପ୍ରକାଶ ପଟ୍ଟନାୟକ କରୋନା ସଂକ୍ରମିତ ହୋଇ ମୃତ୍ୟୁ ହେବାରୁ ତାଙ୍କୁ ଜଣେ କୋରୋନା ଯୋଦ୍ଧା ବୋଲି ମାନ୍ୟତା ଦେବା ସହ କ୍ଷତି ପୂରଣ ବାବଦକୁ ୫୦ ଲକ୍ଷ ଟଙ୍କା ଏବଂ ପରିବାର ର ଜଣକୁ ବିଭାଗରେ ନିଯୁକ୍ତି ଭଳି ତିନି ଦଫା ଦାବି ନେଇ ଜିଲ୍ଲାର ସମସ୍ତ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀମାନେ ଧାରଣାରେ ବସିଥିବା ଜଣାପଡିଛି ।

ସେପଟେ କିଛିଦିନ ପୂର୍ବରୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ୍ ହେବା ସତ୍ତ୍ବେ ତାଙ୍କୁ ବକେୟା ବିଦ୍ୟୁତ୍ ବିଲ୍ ଆଦାୟ ନିମନ୍ତେ ବିଭାଗୀୟ ଅଧିକାରୀ ଚାପ ପକାଇଥିବାରୁ ଏଭଳି ଘଟଣା ଘଟିଥିବା ପରିବାର ଓ ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ତେଣୁ ମୃତ କର୍ମଚାରୀଙ୍କ ପରିବାରର ଜଣକୁ ବିବାଗରେ ଚାକିରି ଓ କ୍ଷତି ପୁରଣ ବାବଦକୁ ୫୦ ଲକ୍ଷ ଟଙ୍କା ଦିଆଯାଉ । ଏଥିସହିତ ସମସ୍ତ ବିଦ୍ୟୁତ୍ ବିଭାଗର କର୍ମଚାରୀଙ୍କୁ କୋରୋନା ଯୋଦ୍ଧା ଭାବେ ଘୋଷଣା କରିବା ଦାବି କରି ଧାରଣାର ବସିଥିବା ସଂଘ କହିବା ସହ ଏହିସବୁ ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ଅନୁରୂପ ଧାରଣା ଦିଆଯିବ ବୋଲି କହିଛନ୍ତି ଉମରକୋଟ ବିଦ୍ୟୁତ୍ କର୍ମଚାରୀ ।

ଅନ୍ୟପଟେ କର୍ମଚାରୀଙ୍କ ଦ୍ବାରା ଦିଆଯାଇଥିବା ଦାବି ପତ୍ର ଉପରେ ଉପରିସ୍ଥ ଅଧିକାରୀମାନେ ଆଲୋଚନା କରୁଥିବା ଉମରକୋଟ ଏସଡିଓ ଏସ.କେ.ସେନାପତି ପ୍ରକାଶ କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.