ETV Bharat / state

ମୁଖ୍ୟ ରାସ୍ତାରେ ବିଦ୍ୟୁତ ସେବା ବାଧାପ୍ରାପ୍ତ, ଜନଜୀବନ ଅସ୍ତବ୍ୟସ୍ତ - ନବରଙ୍ଗପୁରରେ ବିଦ୍ୟୁତ ସେବା ବାଧାପ୍ରାପ୍ତ

ସହରରେ ଥିବା ନୂଆବନ୍ଧ ସାହିଠାରୁ କଲେଜ ରାସ୍ତା ପର୍ଯ୍ୟନ୍ତ ଚାରିଆଡ କେବଳ ଅନ୍ଧାର ହିଁ ଅନ୍ଧାର । ଏହି ଅନ୍ଧାର ରାସ୍ତାରେ ପ୍ରତିଦିନ ଯିବା ଆସିବା କରନ୍ତି ହଜାର ହଜାର ଲୋକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Sep 15, 2019, 4:41 AM IST

ନବରରଙ୍ଗପୁର: ସହରରେ ଥିବା ନୂଆବନ୍ଧ ସାହିଠାରୁ କଲେଜ ରାସ୍ତା ପର୍ଯ୍ୟନ୍ତ ଚାରିଆଡ କେବଳ ଅନ୍ଧାର ହିଁ ଅନ୍ଧାର । ଏହି ଅନ୍ଧାର ରାସ୍ତାରେ ପ୍ରତିଦିନ ଯିବା ଆସିବା କରନ୍ତି ହଜାର ହଜାର ଲୋକ । ତେବେ ଏହି ଅନ୍ଧାର ରାସ୍ତାରେ ରହିଛି ମହାବିଦ୍ୟାଳୟ , ଏଗ୍ରିକଲ୍‌ଚର ଅଫିସ, ଆରଡ଼ି ଅଫିସ, ହର୍ଟିକଲଚର୍‌ ଅଫିସ, ଜିଲ୍ଲା କୋର୍ଟ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଭଳି ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟାଳୟ, ସ୍କୁଲ ଓ କଲେଜ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ତେବେ ଏହି ରାସ୍ତାରେ ବିଦ୍ୟୁତ ସୁବିଧା ନଥିବାରୁ ରାତି ଅଧରେ ଏହି ରାସ୍ତା ଦେଇ ରୋଗୀମାନଙ୍କୁ ଜିଲ୍ଲା ମେଡିକାଲକୁ ନେବା ଆଣିବାରେ ଅସୁବିଧା ଭୋଗୁଛନ୍ତି ଲୋକେ । ଅନ୍ଧାରରେ ରାସ୍ତା ଉପରେ ହିଂସ୍ର ଯନ୍ତୁ ଯଥା ଭାଲୁ ଆଦି ଯିବା ଆସିବା କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ତେବେ ବିଡମ୍ବନାର କଥା କି ଏହି ରାସ୍ତାରେ ଲାଇଟ ପୋଲ ଅଛି କିନ୍ତୁ ଜଳୁନାହିଁ ଗୋଟିଏ ବି ଲାଇଟ ।

ସେହିପରି ସହର ଓ ଗ୍ରାମବାସୀମାନେ ଏହି ରାସ୍ତାରେ ଲାଇଟ ଲଗାଇବାକୁ ଦାବି କରିଛନ୍ତି । ରାସ୍ତା ଅନ୍ଧାର ଥିବା ଯୋଗୁଁ କିଛି ଦିନ ତଳେ ଜଣେ ଯୁବକ ଖୋଳାଯାଇଥିବା ଏକ ଗାତରେ ପଡ଼ି ତାଙ୍କର ମୃତ୍ୟୁ ହୋଇଥିଲା । ଯଦି ଏହି ରାସ୍ତାର ଲାଇଟ ଖୁଣ୍ଟ ମରାମତି କାର୍ଯ୍ୟ ଶୀଘ୍ର କରାନଯାଏ ତେବେ ଜନଅସନ୍ତୋଷ ଉଗ୍ର ରୂପ ନେବ । ତେଣୁ ଅଧିକ କିଛି ଅଘଟଣ ଘଟିବା ଆଗରୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ-ଅନ୍ଧାର ରାସ୍ତାରେ ଯାତାୟାତ କରୁଛନ୍ତି ସହର ଓ ଗ୍ରାମବାସୀ ।
ଫର୍ମାଟ - ଏଭିଵିବି ୧୩/୦୯/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
--------------------------------------------------------------
ଆଙ୍କର - ନବରରଙ୍ଗପୁରର ସହର ମଧ୍ୟରେ ଥିବା ନୂଆବନ୍ଦ ସାହି ଠାରୁ କଲେଜ ରାସ୍ତା ପର୍ଯ୍ୟନ୍ତ ପୁରା ଅନ୍ଧକାର ।ଏହି ଅନ୍ଧାର ରାସ୍ତା ରେ ହଜାର ହଜାର ଲୋକ ମାନେ ଯିବାଆସିବା କରୁଛନ୍ତି । ଏହି ରାସ୍ତାରେ ଅଛି ମହାବିଦ୍ୟାଳୟ , ଏଗ୍ରୀରୀକାଲଚର ଅଫିସ, ଆରଡ଼ି ଅଫିସ , ହାଟିକାଲ ଅଫିସ ,ଜିଲ୍ଲା କୋର୍ଟ ,ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ,ଓ ଏନମ ଟେନିଙ୍ଗ ସେଟର ଵି ଅଛି । ଏବଂ ରାତ୍ରି ଅଧରେ ଏହି ରାସ୍ତାଦେଇ ରୋଗ ମାନଙ୍କୁ ମୁଖ୍ୟ ମେଡିକାଲ କୁ ନେବା ଆଣିବାରେ ଅସୁବିଧାର ସମୁଖୀନ ହେଉଛନ୍ତି ସହର ବାସୀ । ଅନ୍ଧାର ରେ କେତେ ବେଳେ ରାସ୍ତା ଉପରେ ହିସର ଯନ୍ତୁ ଯାକ ଦେଖିବାକୁ ମିଳୁଛି ଓ ଏହି ରାସ୍ତା ଦେଇ କିଛି ଭାଲୁ ଯାତାୟାତ କରୁଥିବା ସୂଚନା ମିଳିଛି । ଏହି ରାସ୍ତାରେ କିଛି ଲାଇଟ ପୋଲ ଅଛି କିନ୍ତୁ ଲାଇଟ ଲାଗୁନାହିଁ । ସେଭଳି ସହର ଓ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ଏହି ରାସ୍ତାରେ ଲାଇଟଯାକ ଲଗାଇବାକୁ ଦାବୀ କରିଛନ୍ତି । ଏହି ରାସ୍ତା ଅନ୍ଧାର ଥିବା ଯୋଗୁଁ କିଛିଦିନ ତଳେ ଜଣେ ଯୁବକ ଏକ ନୂତନ କୋଲଭେଟ ଗାତ ପୋଡ଼ି ମୃତ୍ୟୁ ହୋଇଥିଲା ।ଯଦି ଏହି ରାସ୍ତାରେ ଲାଇଟଥିଲେ ଏହି ଯୁବକଙ୍କୁ କିଏ ନା କିଏ ଦେଖିଥାନ୍ତ ଓ ଉଦ୍ଧାର କରିଥାନ୍ତି । ଏହି ଯୁବକ ହୁଏତ ମୃତ୍ୟୁରୁ ବଞ୍ଚି ଯାଇଥାନ୍ତି । କିଛି ଅଘଟଣା ଘଟିବା ଆଗରୁ ଜିଲ୍ଲା ପ୍ରଶାସନ ଏହା ପୋତି ଦୁଷ୍ଟି ଦେବା ପାଇଁ ବୁଦ୍ଧିଯିବି ମାନେ ଦାବି କରିଛନ୍ତି ।
ବାଇଟ -୧- ବାଙ୍କ ବିହାରୀ ବିସ୍ସୋଇ ବାଇଟ- ୨- ମୁନା ତ୍ରିପାଠୀ ,
ବାଇଟ- ୩- ଗ୍ରାମ ବାସୀBody:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.