ETV Bharat / state

ଜମି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ

ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ୟୁ.ଭି-13 ଗ୍ରାମରେ ଜମି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ । ଉମରକୋଟ ପୋଲିସର ତଦନ୍ତ ଜାରି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Jun 1, 2019, 3:17 PM IST

ନବରଙ୍ଗପୁର: ଜମି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ୟୁ.ଭି-13 ଗ୍ରାମରେ ଦେଖିବାକୁ ମିଳିଛି ଏହି ଘଟଣା ।

ସୂଚନାନୁଯାୟୀ, ଶୁକ୍ରବାର କୃଷ୍ଣପଦ ମଣ୍ଡଳଙ୍କ ପଟ୍ଟା ଥିବା ଜମିରେ ସେହି ଗ୍ରାମର ଖୋକନ ମିରିଦା ନାମକ ବ୍ୟକ୍ତି ଯାଇ ଜମିରେ ନାଳ ତିଆରି କରୁଥିଲେ । ପରେ କୃଷ୍ଣପଦ ମଣ୍ଡଳ ତାଙ୍କ ପଟ୍ଟା ଥିବା ଜମିରେ କାମ କରୁଥିବା ଜାଣି ତାଙ୍କୁ ମୋ ନାମରେ ପଟ୍ଟା ଥିବା କହି କାମ ବନ୍ଦ କରିବାକୁ କହିଥିଲେ । ପରେ ଏନେଇ ଉମରକୋଟ ଥାନାରେ ଅଭିଯୋଗ କରିଥିଲେ କୃଷ୍ଣପଦ ମଣ୍ଡଳ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ହେଲେ ଆଜି ସକାଳୁ କୃଷ୍ଣପଦ ମଣ୍ଡଳଙ୍କୁ ଖୋକନ ମିରିଦା ଏବଂ ତାଙ୍କ ତିନି ପୁଅ ମିଶି ଟାଙ୍ଗିଆରେ ହାଣି ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ପରେ ଉମରକୋଟ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଁଚି କୃଷ୍ଣପଦ ମଣ୍ଡଳକୁ ଗୁରୁତର ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରି ତଦନ୍ତ ଜାରି ରଖିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:Body:

sdfg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.