ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା କାନାଗୁଡା ଗାଁ ପୋଖରୀରେ ବଳଦକୁ ଗାଧୋଉଥିବା ବେଳେ ବୁଡ଼ିଗଲେ ଜେଜେ ନାତି । ଖବର ପ୍ରଚାର ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଘଟଣା ଅନୁସାରେ କାନାଗୁଡା ଗାଁର ଲବ ହରିଜନ ଜମିରେ କାମ ସାରି ଗାଧେଇବାକୁ ବଳଦକୁ ପୋଖରୀକୁ ନେଇଥିଲେ । ଜେଜେ ଓ ନାତି ୟସ ହରିଜନ ବଳଦକୁ ଗାଧଉଥିବା ସମୟରେ ପୋଖରୀ ପାଣିରେ ବୁଡି ଯାଇଥିଲେ ଉଭୟ। ଗାଁ ଲୋକ ଦେଖି କୋଷାଗୁମୁଡ଼ା ଅଗ୍ନିଶମ ବିଭାଗକୁ ଫୋନ କରିଥିଲେ । ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଉଭୟଙ୍କୁ ଉଦ୍ଧାର କରିଥିଲେ ।
ପରେ ଜେଜେ ଓ ନାତିକୁ କୋଷାଗୁମୁଡ଼ା ମେଡିକାଲ ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ପୋଲିସ ଏ ସମମ୍ପର୍କରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ଇଟିଭି ଭାରତ, ନବରଙ୍ଗପୁର