ETV Bharat / state

ବର୍ଷାରେ ଧୋଇ ହୋଇଗଲା ଡାଇଭରସନ୍: ୨ ଗାଁର ଲୋକ ହନ୍ତସନ୍ତ

ବର୍ଷାରେ ଧୋଇ ହୋଇଗଲା ଡାଇଭରସନ୍ । ନବରଙ୍ଗପୁର ଜିଲ୍ଲା କେରାଣ୍ଡିମାଲ ଓ ରୁଣୀଗୁଡ଼ା ମଝିରେ ଥିବା ବାଇପାସ ପୋଲର ମୁଖ୍ୟ ରାସ୍ତାଟି ବର୍ଷାରେ ଧୋଇ ହୋଇ ଯାଇଛି । ଫଳରେ ଗମନା ଗମନ ସୁବିଧାରୁ ବଞ୍ଚିତ ହୋଇଛନ୍ତି ଗ୍ରାମବାସୀ l ଅଧିକ ପଢନ୍ତୁ

author img

By

Published : Jul 11, 2022, 7:59 PM IST

ବର୍ଷାରେ ଧୋଇ ହୋଇଗଲା ଡାଇଭରସନ୍: ୨ ଗାଁର ଲୋକ ହନ୍ତସନ୍ତ
ବର୍ଷାରେ ଧୋଇ ହୋଇଗଲା ଡାଇଭରସନ୍: ୨ ଗାଁର ଲୋକ ହନ୍ତସନ୍ତ

ନବରଙ୍ଗପୁର : ବର୍ଷାରେ ଧୋଇ ହୋଇଗଲା ଡାଇଭରସନ୍ । ନବରଙ୍ଗପୁର ଜିଲ୍ଲା କେରାଣ୍ଡିମାଲ ଓ ରୁଣୀଗୁଡ଼ା ମଝିରେ ଥିବା ବାଇପାସ ପୋଲର ମୁଖ୍ୟ ରାସ୍ତାଟି ବର୍ଷାରେ ଧୋଇ ହୋଇ ଯାଇଛି । ଫଳରେ କୋଷାଗୁମୁଡ଼ା ପଞ୍ଚାୟତ ଓ ବିଏମ ସେମଳା ପଞ୍ଚାୟତର ୬ ଖଣ୍ଡ ଗାଁକୁ ସିଧାସଳଖ ସଂଯୋଗ କରୁଥିବା ରାସ୍ତାରେ ଗମନା ଗମନ ସୁବିଧାରୁ ବଞ୍ଚିତ ହୋଇଛନ୍ତି ଗ୍ରାମବାସୀ l

ରାସ୍ତା ମରାମତି ଦାବୀ ନେଇ ଆଜି ଉଭୟ ଗ୍ରାମବାସୀ ଧୋଇ ହୋଇ ଯାଇଥିବା ପୋଲ ନିକଟରେ ଧାରଣା ଦେଇଥିଲେ । ଏହାସହ ପାଖରେ ଥିବା ନୂତନ ପୋଲ ନିର୍ମାଣ ପାଇଁ ଠିକାଦାରଙ୍କ କ୍ୟାମ୍ପର ସୁପରଭାଇଜରଙ୍କୁ ଘେରିଥିଲେ ।

ଆଜକୁ ବର୍ଷେ ବିତି ଯାଇଥିଲେ ମଧ୍ୟ ଏଯାଏଁ ନୂତନ ପୋଲର କାମ ଆରମ୍ଭ ହୋଇନାହିଁ । ତେବେ ପୁରୁଣା ପୋଲକୁ ଭାଙ୍ଗି ଏଭଳି ନିମ୍ନମାନର ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଯଦି ଏହି ରାସ୍ତାକୁ ଦୁଇ ଦିନ ଭିତରେ ମରାମତି କରା ନ ଯାଏ ତାହେଲେ କୋଷାଗୁମୁଡ଼ା ବ୍ଳକ ଘେରାଉ ସହ ରାସ୍ତା ଅବରୋଧ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି l

ଇଟିଭି ଭାରତ,ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.