ETV Bharat / state

ସ୍ବାଧୀନତା ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ - ସ୍ବାଧୀନତା ଦିବସ

ଚଳିତବର୍ଷ ସାରା ଦେଶରେ 73ତମ ସ୍ବାଧୀନତା ଦିବସ ପାଳନ ହେବ । ଏଥିପାଇଁ ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଓ ବୁଦ୍ଧିଜୀବୀମାନେ ଆୟୋଜିତ ବୈଠକରେ ଯୋଗ ଦେଇ ମତାମତ ପ୍ରଦାନ କରିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Jul 26, 2019, 11:34 PM IST

ନବରଙ୍ଗପୁର: ଚଳିତବର୍ଷ 73 ତମ ସ୍ବାଧୀନତା ଦିବସ ପାଳନ ନେଇ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସଭାପତିତ୍ବରେ ସ୍ଥାନୀୟ ମିଶନ ଶକ୍ତି ସଭାଗୃହ ଠାରେ ବୈଠକର ଆୟୋଜନ କରାଯାଇଥିଲା । ଏଥିରେ ଜିଲ୍ଲାର ସମସ୍ତ ବିଭାଗର ବିଭାଗୀୟ ଅଧିକାରୀ ଏବଂ ବୁଦ୍ଧିଜୀବୀମାନେ ଯୋଗ ଦେଇ ନିଜ ନିଜ ମତାମତ ପ୍ରଦାନ କରିଥିଲେ ।

ଭି଼ଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ବାଧୀନତା ଦିବସକୁ ଧୂମଧାମରେ ପାଳନ କରିବା ପାଇଁ ନିଷ୍ପତ୍ତି ହୋଇଛି । ସହରରେ ଥିବା ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯିବ । ଏହି ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ସ୍ଵାଧୀନତା ଦିବସ ଦିନ ପୁରସ୍କୃତ କରିବା ପାଇଁ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା ।

ପୋଲିସ ରିଜର୍ଭ ଇନ୍ସପେକ୍ଟରଙ୍କ ତତ୍ବାବଧାନରେ ସ୍ଥାନୀୟ ଷ୍ଟାଡିୟମରେ 12,13 ଓ 14 ତାରିଖ 3 ଦିନ ପୋଲିସ, ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କୁ ପରେଡ଼ ଅଭ୍ୟାସ କରାଯିବ । ଏଥିସହିତ ଜିଲ୍ଲାର ବିଭିନ୍ନ କୃତି ଛାତ୍ରଛାତ୍ରୀଙ୍କ ସମେତ ଜିଲ୍ଲାର ସମାଜସେବା ଓ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଥିବା ଶିକ୍ଷକ, ଶିକ୍ଷୟିତ୍ରୀ, ଆଶା, ଅଙ୍ଗନବାଡି କର୍ମୀ ଓ ସମାଜସେବୀ ବୁଦ୍ଧିଜୀବୀଙ୍କୁ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ହୋଇଥିଲା ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ - ସ୍ୱାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ
ଫର୍ମାଟ - ଏଭିଓ, ୨୭/୦୭/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
------------------------------------------------------
ଆଙ୍କର - ୭୩ ତମ ସ୍ୱାଧୀନତା ଦିବସ ଜିଲ୍ଲା ସ୍ତରୀୟ ସ୍ବାଧିନତା ଦିବସ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ମିଶନ ଶକ୍ତି ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଙ୍କ ସଭାପତିତ୍ୱ ରେ ଆୟୋଜିତ ଉକ୍ତ ବୈଠକରେ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗ ର ବିଭାଗୀୟ ଅଧିକାରୀ ଙ୍କ ସମେତ ଜିଲ୍ଲାର ବୁଦ୍ଧିଜୀବୀ ମାନେ ଯୋଗଦେଇ ନିଜ ନିଜ ମତାମତ ପ୍ରଦାନ କରିଥିଲେ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ସ୍ୱାଧୀନତା ଦିବସ କୁ ଧୁମଧାମ ରେ ପାଳନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ସହର ମଧ୍ୟରେ ଥିବା ସ୍କୁଲ ଓ କଲେଜ ର ଛାତ୍ର ଛାତ୍ରୀ ଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏହି ପ୍ରତିଯୋଗିତାଗୁଡିକରେ କୃତ୍ତି ଛାତ୍ର ଛାତ୍ରୀ ଙ୍କୁ ସ୍ଵାଧିନତା ଦିବସ ଦିନ ପୁରସ୍କୃତ କରିବା ପାଇଁ ଆଲୋଚନା ହୋଇଥିଲା । ଏହାସହ ତିନିଦିନ ୧୨, ୧୩,୧୪ ତାରିଖ ପ୍ୟାରେଡ଼ ର ଅଭ୍ୟାସ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା । ପୋଲିସ ରିଜର୍ଵ ଇନ୍ସପେକ୍ଟର ଙ୍କ ତତ୍ୱାବଧାନରେ ସ୍ଥାନୀୟ ଷ୍ଟାଡିୟମ ରେ ପୋଲିସ, ସ୍କୁଲ କଲେଜ ଛାତ୍ର ଛାତ୍ରୀ ଙ୍କୁ ଏହି ପ୍ୟାରେଡ଼ ପ୍ରସ୍ତୁତି ଅଭ୍ୟାସ ନେଇ ନିଷ୍ପତି ହୋଇଥିଲା । ଜିଲ୍ଲା ର ବିଭିନ୍ନ କୃତି ଛାତ୍ରଛାତ୍ରୀ ଙ୍କ ସମେତ ଜିଲ୍ଲାର ସମାଜସେବା ଓ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଥିବା ଶିକ୍ଷକ, ଶିକ୍ଷୟତ୍ରୀ,ଆଶା , ଅଙ୍ଗନବାଡି କର୍ମୀ ଓ ସମାଜସେବୀ ବୁଦ୍ଧିଜୀବୀ ଙ୍କୁ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ହୋଇଥିଲା ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.