ETV Bharat / state

ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ

author img

By

Published : Nov 5, 2020, 9:37 AM IST

ମିଶନ ଶକ୍ତି ସଭା ଗୃହରେ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ନବରଙ୍ଗପୁର ଜିଲ୍ଲାସ୍ତରୀୟ ଖରିଫ୍ ଧାନ ସଂଗ୍ରହ କମିଟି ବୈଠକ । ପି ପାସ ମାଧ୍ୟମରେ ଚାଷୀ ତାଙ୍କର ଧାନ ମଣ୍ଡିରେ ବିକ୍ରୟ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଅଧିକ ପଢନ୍ତୁ...

District level Kharif Paddy Procurement Committee meeting
ଜିଲ୍ଲାସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ

ନବରଙ୍ଗପୁର: ମିଶନ ଶକ୍ତି ସଭା ଗୃହରେ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ନବରଙ୍ଗପୁର ଜିଲ୍ଲାସ୍ତରୀୟ ଖରିଫ୍ ଧାନ ସଂଗ୍ରହ କମିଟି ବୈଠକ । ଏଥିରେ ଦାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, କୃଷକ ପ୍ରତିନିଧି ଝଡେଶ୍ବର ଖାଦଙ୍ଗା, ଉପଜିଲ୍ଲାପାଳ ଭାସ୍କର ରାଇତ ପ୍ରମୁଖ ଯୋଗଦେଇଥିଲେ । ଚଳିତ ଖରିଫ ଋତୁରେ ନିର୍ଦ୍ଧାରିତ ଧାନ ମଣ୍ଡିରେ ଚାଷୀ ତାଙ୍କର ଧାନ ବିକ୍ରୟକରି ସରକାରଙ୍କ ଧାର୍ଯ୍ୟ ମୁତାବକ ଉଚିତ ମୂଲ୍ୟ ଯେପରି ପାଇପାରିବେ ସେ ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ ।

ଚଳିତ ଖରିଫ ଋତୁରେ ଜିଲ୍ଲାରେ ୨୮,୧୭୨ ଜଣ ଚାଷୀ ତାଙ୍କର ଧାନ ବିକ୍ରୟ ପାଇଁ ନାମ ପଞ୍ଜିକରଣ କରିଥିବା ଯୋଗାଣ ଅଧିକାରୀ ପ୍ରକାଶ କରିଥିଲେ । ହେଲେ କେତେକ ଚାଷୀ ନାମ ପଞ୍ଜିକରଣରୁ ବଞ୍ଚିତ ହୋଇଥିବା ନେଇ ବୈଠକରେ ବିଧାୟକ ଏବଂ ସାଂସଦ ଓ ବିଧାୟକଙ୍କ ପ୍ରତିନିଧି ଉଦବେଗ ପ୍ରକାଶ କରିଥିଲେ । ଜିଲ୍ଲାର ୫୫ ଗୋଟି ମଣ୍ଡିରେ ଆସନ୍ତା ଡ଼ିସେମ୍ବର ୦୧ ତାରିଖରୁ ଖରିଫ ଧାନ ସଂଗ୍ରହ କରାଯିବା ପାଇଁ ସ୍ଥିରୀକୃତ କରାଯାଇଛି । ପି ପାସ ମାଧ୍ୟମରେ ଚାଷୀ ତାଙ୍କର ଧାନ ମଣ୍ଡିରେ ବିକ୍ରୟ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।

ମଣ୍ଡିରେ କୌଣସି ଦଲାଲ ଯେପରି ପ୍ରବେଶ ନ କରନ୍ତି ସେଥିପାଇଁ କଡ଼ା ନଜର ରଖିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ମଣ୍ଡିରୁ ଠିକ୍ ସମୟରେ ଧାନ ଉଠାଇବା ସହିତ ଉନ୍ନତ ମାନର ଚାଉଳ ଯୋଗାଇବା ପାଇଁ ସଂପୃକ୍ତ ମିଲେରସମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.