ETV Bharat / lifestyle

ଦୁଷ୍କର୍ମ ଭୟ: ବ୍ୟାଗରେ ଏହି 5ଟି ଜିନିଷ ରଖନ୍ତୁ ମହିଳା, ବିପଦରେ କରିବ ସାହାଯ୍ୟ

ଘରୁ ବାହାରିବା ପୂର୍ବରୁ ମହିଳାମାନେ ନିଜ ବ୍ୟାଗରେ ରଖନ୍ତୁ ଏହି 5 ଜିନିଷ । ବିପଦରେ ସମୟରେ କରିବ ସାହାଯ୍ୟ । ଅଧିକ ପଢନ୍ତୁ

ଏହି 5ଟି ଜିନିଷ, ସବୁବେଳେ ବ୍ୟାଗରେ ରଖନ୍ତୁ ମହିଳା
ଏହି 5ଟି ଜିନିଷ, ସବୁବେଳେ ବ୍ୟାଗରେ ରଖନ୍ତୁ ମହିଳା (ETV Bharat)
author img

By ETV Bharat Lifestyle Team

Published : 2 hours ago

Safety tools for women: କଟକରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଛି । ଏହା କେବଳ ଗୋଟାଏ ନୁହେଁ, ଏମିତି ଦୁଷ୍କର୍ମ ଘଟଣା ଆଜିକାଲି ନିତିଦିନିଆ ହୋଇଗଲାଣି । ଛୋଟ ଝିଅଟିଏ ହେଉକି ମହିଳା, କେହି ବି ଯୌନ ପିପାସୁ କବଳରୁ ବର୍ତ୍ତିପାରୁ ନାହାନ୍ତି । ରାତିରେ ଅଫିସରୁ ଫେରିବା ସମୟରେ, ସ୍କୁଲ, କଲେଜ ଯିବା ବାଟରେ ଝିଅମାନେ ଦୁଷ୍କର୍ମର ଶିକାର ହେଉଛନ୍ତି । କୌଣସି ବି ସ୍ଥାନ ଯେପରି ମହିଳାଙ୍କ ପାଇଁ ଆଉ ସୁରକ୍ଷିତ ହୋଇରହନି । ଏମିତିରେ ମହିଳାମାନେ ନିଜେ ନିଜର ସୁରକ୍ଷା ପ୍ରତି ଅଧିକରୁ ଅଧିକ ସଚେତନ ହେବା ଜରୁରୀ ହୋଇପଡିଛି । ଏଥିପାଇଁ ଘରୁ ବାହାରିବା ପୂର୍ବରୁ ମହିଳା/ଯୁବତୀ/କିଶୋରୀମାନେ ଆତ୍ମରକ୍ଷା ଲାଗି ନିଜ ବ୍ୟାଗରେ ସବୁବେଳେ ନିମ୍ନୋଲିଖିତ 5ଟି ଜିନିଷ ରଖିବା ନିହାତି ଜରୁରୀ । ପାଖରେ ଏସବୁ ଜିନିଷ ଥିଲେ, ବିପଦ ବେଳେ କାମରେ ଆସିଥାଏ ।

  • ପେପର ସ୍ପ୍ରେ

ମହିଳାମାନେ ସବୁବେଳେ ନିଜ ବ୍ୟାଗରେ ପେପର ସ୍ପ୍ରେ ରଖିବା ଉଚିତ୍ । ଏହି ସ୍ପ୍ରେ ଯଦି କାହା ଆଖିରେ ପଡେ ଆଖି ଖୁବ୍ ଜୋରରେ ପୋଡିବା ସହ ବନ୍ଦ ହୋଇଯାଏ । ଆଖି ଖୋଲିବା ମୁସ୍କିଲ ହୁଏ । ତେଣୁ କେବେ କେହି ଅସାମାଜିକ ବ୍ୟକ୍ତି ହାବୁଡରେ ପଡିଲେ ଏହି ପେପର ସ୍ପ୍ରେ ବ୍ୟବହାର କରି ନିଜକୁ ରକ୍ଷା କରିପାରିବେ ।

ପେପର ସ୍ପ୍ରେ ପରି ପେପର ଜେଲ କାମ କରେ । ଏହାକୁ ଦୂରରୁ ସ୍ପ୍ରେ କଲେ ମଧ୍ୟ ପ୍ରଭାବ ଦେଖାଇଥାଏ ।

ଏହି 5ଟି ଜିନିଷ, ସବୁବେଳେ ବ୍ୟାଗରେ ରଖନ୍ତୁ ମହିଳା
ଏହି 5ଟି ଜିନିଷ, ସବୁବେଳେ ବ୍ୟାଗରେ ରଖନ୍ତୁ ମହିଳା (ETV Bharat)
  • ଛୋଟ ଛୁରୀ

ବାହାରେ କାମ କରୁଥିବା ପ୍ରତିଟି ମହିଳା ନିଜ ବ୍ୟାଗରେ ଆତ୍ମରକ୍ଷା ପାଇଁ ଏକ ଛୋଟ ଛୁରୀ ରଖିବା ଉଚିତ୍ । ବିପଦ ସମୟରେ ଏହା କାମରେ ଆସେ । କୌଣସି ଅସମାଜିକ ବ୍ୟକ୍ତି କବଳରୁ ରକ୍ଷା ପାଇବା ପାଇଁ ଏହାକୁ ନିଜର ଆତ୍ମରକ୍ଷା ହତିଆର ଭାବେ ବ୍ୟବହାର କରିପାରିବେ ।

ଦୁଷ୍କର୍ମ ଭୟ: ବ୍ୟାଗରେ ଏହି 5ଟି ଜିନିଷ ରଖନ୍ତୁ ମହିଳା
ଦୁଷ୍କର୍ମ ଭୟ: ବ୍ୟାଗରେ ଏହି 5ଟି ଜିନିଷ ରଖନ୍ତୁ ମହିଳା (ETV Bharat)
  • ବ୍ୟକ୍ତିଗତ ଜିପିଏସ ଟ୍ରାକର:

ଜିପିଏସ ଟ୍ରାକର ଏକ ଡିଭାଇସ, ଏହାକୁ ନିଜ ବ୍ୟାଗ କିମ୍ବା ପୋଷାକରେ ଲଗାଇ ଲୋକେସନ ମନିଟରିଂ କରିପାରିବେ । ଏହି ଟ୍ରାକର ମହିଳାଙ୍କ ସୁରକ୍ଷା ପାଇଁ ଖୁବ୍ ଜରୁରୀ । ଏହା ଜରିଆରେ ନିଜ ସାଙ୍ଗସାଥୀ କିମ୍ବା ପରିବାରକୁ ଲାଇଭ ଲୋକେସନ ସେୟାର କରିପାରିବେ । ଫଳରେ କୌଣସି ଅସୁବିଧାରେ ପଡିଲେ ପରିବାର ଲୋକେ ଆପଣଙ୍କର ଲୋକେସନ ବା ଠିକଣା ଜାଣିପାରିବେ ।

  • ମୋବାଇଲ ସେଫ୍ଟି ଆପ୍-112 ଇଣ୍ଡିଆ

ମହିଳା ସୁରକ୍ଷା କ୍ଷେତ୍ରରେ ମୋବାଇଲ ସେଫ୍ଟି ଆପ୍ ଏକ ଗୁରୁତ୍ବପୂର୍ଣ୍ଣ ଉପକରଣ । ଏଥିରେ ଏମର୍ଜେନ୍ସି ଆଲର୍ଟ, ଜିପିଏସ ଟ୍ରାକିଂ ଓ କୁଇକ୍ ଆକ୍ସସେସ୍ ଭଳି ଫିଚର ରହିଛି ଯାହା ବିପଦ ବେଳେ ସାହାଯ୍ୟ କରିପାରିବ । ଯଦି ଆପଣ କୌଣସି ବିପଦରେ ପଡିନ୍ତି, ଏହି ଆପ୍ ସଙ୍ଗେ ସଙ୍ଗେ ଆପଣଙ୍କ ପରିବାର ଓ ସାଙ୍ଗସାଥୀଙ୍କୁ ଆଲର୍ଟ କରିଦେବ । ଏଥିପାଇଁ ସବୁ ମହିଳା ନିଜ ଫୋନରେ ଏହି ସେଫ୍ଟି ଆପ୍ ଡାଉନଲୋଡ କରିବା ଆବଶ୍ୟକ ।

  • ମୁନିଆ ପେନସିଲ, ପେନ୍, କ୍ଲିପର

ଏସବୁ ବ୍ୟତୀତ ମହିଳାମାନେ ନିଜ ବ୍ୟାଗରେ କିମ୍ବା ପର୍ସରେ ସବୁବେଳେ ତୀକ୍ଷ୍ମ ମୁନିଆ ପେନସିଲ, ଇଙ୍କ୍ ପେନ ଭଳି ଛୋଟ ଛୋଟ ସାମଗ୍ରୀ ରଖିବା ଉଚିତ୍ । କେହି ଆକ୍ରମଣ କଲେ କିମ୍ବା ଛୁଇଁବାକୁ ଚେଷ୍ଟା କଲେ ଏହାକୁ ବ୍ୟବହାର କରି ଆକ୍ରମଣକାରୀକୁ ନିଜଠୁ ଦୂରେଇ ପାରିବେ ।

ଏହା ମଧ୍ୟ ପଢନ୍ତୁ: ପାଗ ବଦଳିଲେ କେମିତି ନେବେ ଯତ୍ନ, ରୋଷେଇଘରେ ରାମବାଣ ଉପାୟ

ଏହା ମଧ୍ୟ ପଢନ୍ତୁ: ଓଡ଼ିଶାରେ ରହି ଏ ଯାଏଁ ବୁଲିନାହାନ୍ତି ଏସବୁ ମନ୍ଦିର ? ତାହେଲେ ଡେରି କାହିଁକି...

ଏହା ମଧ୍ୟ ପଢନ୍ତୁ: କଟକରେ ଲଜ୍ଜା: ବାକ୍ଲ ମେଲିଂ କରି କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୬ ଗିରଫ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.