ETV Bharat / state

ଗଛକୁ ପିଟି ଓଲଟି ପଡିଲା ବସ: ଡ୍ରାଇଭର ମୃତ, 30ରୁ ଊର୍ଦ୍ଧ୍ବ ଆହତ - BUS ACCIDENT AT NUAGAON

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ । କନ୍ଧମାଳରୁ ଭୁବନେଶ୍ବର ଯାଉଥିବାବେଳେ ମଣ୍ଡାସୁର ନାମକ ଏକ ଘରୋଇ ବସ ଦୁର୍ଘଟଣାର ଶିକାର ହୋଇଛି ।

ଗଛକୁ ପିଟି ଓଲଟି ପଡିଲା ବସ: ଡ୍ରାଇଭର ମୃତ, 30ରୁ ଊର୍ଦ୍ଧ୍ବ ଆହତ
ଗଛକୁ ପିଟି ଓଲଟି ପଡିଲା ବସ: ଡ୍ରାଇଭର ମୃତ, 30ରୁ ଊର୍ଦ୍ଧ୍ବ ଆହତ (ETV Bharat Odisha)
author img

By ETV Bharat Odisha Team

Published : Nov 8, 2024, 3:23 PM IST

ନୟାଗଡ଼: ଓଲଟିଲା ଯାତ୍ରୀବାହୀ ବସ । ଆଜି(ଶୁକ୍ରବାର) ନୂଆଗାଁ ଥାନା ସୋରଡ଼ାରେ ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । କନ୍ଧମାଳ ଜିଲ୍ଲାରୁ ଭୁବନେଶ୍ବର ଯାଉଥ‌ିବା ମଣ୍ଡାସୁର ନାମକ ଏକ ଘରୋଇ ବସ ଦୁର୍ଘଟଣାର ଶିକାର ହୋଇଛି । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

ଗଛକୁ ପିଟି ଓଲଟି ପଡିଲା ବସ: ଡ୍ରାଇଭର ମୃତ, 30ରୁ ଊର୍ଦ୍ଧ୍ବ ଆହତ (ETV Bharat Odisha)

ଡ୍ରାଇଭର ମୃତ, 30ରୁ ଊର୍ଦ୍ଧ୍ବ ଆହତ:

ସୂଚନାଯୋଗ୍ୟ, ଆଜି ବସଟି କନ୍ଧମାଳ ଜିଲ୍ଲାରୁ ଭୁବନେଶ୍ବର ଯାଉଥ‌ିବା ସମୟରେ ସୋରଡ଼ା ଠାରେ ଏକ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଗଛକୁ ପିଟି ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ବସ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଊର୍ଦ୍ଧ୍ଵ ଆହତ ହୋଇଥିବା ଜଣାପଡ଼ିଛି । ତେବେ ବସରେ ୪୦ରୁ ଊର୍ଦ୍ଧ୍ଵ ଯାତ୍ରୀ ରହିଥିଲେ ।

ଆହତଙ୍କୁ ନୟାଗଡ-ଦଶପଲ୍ଲା ମେଡିକାଲରେ ଭର୍ତ୍ତି:

ଘଟଣାସ୍ଥଳରେ ସ୍ଥାନୀୟ ଲୋକ, ଅଗ୍ନିଶମ ବାହିନୀ ଏବଂ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ । ଆହତଙ୍କୁ ଚିକିତ୍ସା ପାଇଁ ଦଶପଲ୍ଲା ଓ ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଡ୍ରାଇଭରର ମୃତଦେହକୁ ଜବତ କରିବା ସହ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି । ସେପଟେ କ୍ରେନ ସାହାଯ୍ୟରେ ବସଟିକୁ ଉଠାଯାଇଛି । କେଉଁ କାରଣରୁ ବସଟି ଓଲଟିଲା ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ ...୩୦୦ ଫୁଟ ଖାଇକୁ ଖସିଲା ଯାତ୍ରୀବାହୀ ବସ୍‌, ୩୦ ମୃତ, ମୃତକଙ୍କ ମଧ୍ୟରେ ଏକାଧିକ ଶିଶୁ

ଏହା ମଧ୍ୟ ପଢନ୍ତୁ ...କୀର୍ତ୍ତନ ସାରି ଫେରୁଥିଲେ, କୁହୁଡିରେ ଟ୍ରକକୁ ପଛପଟୁ ଧକ୍କା ଦେଲା ଭ୍ୟାନ, ୭ ମୃତ

ଏହା ମଧ୍ୟ ପଢନ୍ତୁ ...ଦୀପାବଳିରେ ଲିଭିଗଲା ଜୀବନ ଦୀପ, ଦୁର୍ଘଟଣାରେ ଜଣେ ମୃତ

ଏହା ମଧ୍ୟ ପଢନ୍ତୁ ...କଲେଜ ବସକୁ ପିଟିଲା ଘରୋଇ ବସ୍‌, ୧୦ ଛାତ୍ରୀ ଗୁରୁତର, ହସପିଟାଲରେ ଭର୍ତ୍ତି

କଲେଜ ବସକୁ ଧକ୍କା ଦେଲା ଘରୋଇ ବସ୍‌:

ପୂର୍ବରୁ ଗତ ଅକ୍ଟୋବର ୨୯ ତାରିଖ ଦିନ କଟକ ଖାନନଗର ଟ୍ରାଫିକ ଛକ ନିକଟରେ ଏକ କଲେଜ ବସକୁ ଧକ୍କା ଦେଇଥିବା ଏକ ଘରୋଇ ବସ୍‌ ଧକ୍କା ଦେଇଥିଲା । ଦୁର୍ଘଟଣାରେ ପ୍ରାୟ ୧୦ଜଣ ଛାତ୍ରୀ ଆହତ ହୋଇଥିଲେ । ତେବେ ଦୁର୍ଘଟଣା ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ପୋଲିସ ଓ ଆମ୍ବୁଲାନ୍ସ ନପହଞ୍ଚିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ରାଜ୍ୟରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବାବେଳେ ଥମିବାର ନାଁ ନେଉନାହିଁ । ଯାହାକୁ ନେଇ ଚିନ୍ତାରେ ପ୍ରଶାସନ ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.