ETV Bharat / state

ନବରଙ୍ଗପୁରରେ ଆଦିବାସୀଙ୍କ ନିଆରା ଦିଆଲି ପର୍ବ ପାଳିତ - ଆଦିବାସୀଙ୍କ ଦିଆଲି ପର୍ବ

Diali Festival: ନବରଙ୍ଗପୁର ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ତାରାଗାଁ ଠାରେ ବହୁ ଆଡ଼ମ୍ବରରେ କୃଷି ଭିତ୍ତିକ ଦିଆଲି ପର୍ବ ପାଳନ ହୋଇଯାଇଛି । ଅଧିକ ପଢନ୍ତୁ

Diali Festival
ଦିଆଲି ପର୍ବ ପାଳିତ
author img

By ETV Bharat Odisha Team

Published : Jan 4, 2024, 11:53 AM IST

ଦିଆଲି ପର୍ବ ପାଳିତ

ନବରଙ୍ଗପୁର: ପ୍ରକୃତିର ଉପାସକ ଆଦିବାସୀ । ପ୍ରକୃତିଦତ୍ତ ବସ୍ତୁକୁ ନେଇ ଆଦିବାସୀଙ୍କ ପର୍ବ ଆଉ ପାର୍ବଣ । ନବରଙ୍ଗପୁର ଜିଲ୍ଲାରେ ଆଦିବାସୀ ସଂପ୍ରଦାୟର ଲୋକେ ବର୍ଷକ ମଧ୍ୟରେ ବିଭିନ୍ନ ପ୍ରକାର କୃଷିଭିତ୍ତିକ ପର୍ବ ପାଳନ କରିଥାନ୍ତି । ସେଥିମଧ୍ୟରୁ ‘ଦିଆଲି’ ପର୍ବ ଅନ୍ୟତମ । ଜମିରୁ ଫସଲ ଅମଳ ହେବା ପରେ ଏହି କୃଷିଭିତ୍ତିକ ପର୍ବ ପାଳନ କରାଯାଏ । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ସମୟରେ ଏହି ପର୍ବ ପାଳନ କରାଯାଉଥିବା ବେଳେ ଗତକାଲି ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ତାରାଗାଁ ଠାରେ ବହୁ ଆଡ଼ମ୍ବରରେ କୃଷି ଭିତ୍ତିକ ଦିଆଲି ପର୍ବ ପାଳନ ହୋଇଯାଇଛି ।

ଜମିର ଫସଲ ସମ୍ପୂର୍ଣ୍ଣ ଅମଳ ହେବା ପରେ ଗ୍ରାମର ମୁଖିଆ ଏବଂ ଗ୍ରାମବାସୀମାନଙ୍କୁ ନେଇ ଏକ ବୈଠକ ହୋଇଥାଏ । ନିଦ୍ଦିଷ୍ଟ ଗ୍ରାମରେ କେବେ ଦିଆଲି ପର୍ବ ପାଳନ ହେବ ସେନେଇ ବୈଠକରେ ଦିନ ଧାର୍ଯ୍ୟ ହୋଇଥାଏ । ଏହାପରେ ଗଣ୍ଡାଙ୍କ ଦ୍ୱାରା ଏ ସଂପର୍କରେ ଗ୍ରାମବାସୀଙ୍କୁ ସୂଚନା ଦିଆଯାଏ । ବିଶେଷ କରି ଦିଆଲି ପର୍ବ ପ୍ରତିବର୍ଷ ଜମିରୁ ଫସଲ ଅମଳ ହେବା ପରେ ମାର୍ଗଶୀର ମାସ ଦ୍ୱିତୀୟ ସପ୍ତାହ ଠାରୁ ଆରମ୍ଭ ହୋଇ ପ୍ରାୟ ପୌଷ ମାସ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପାଳନ କରାଯାଇଥାଏ ।

ହିନ୍ଦୁ ପରମ୍ପରା ଅନୁଯାୟୀ ଚାଷୀ ଅମଳ କରିଥିବା ପ୍ରଥମ ଫସଲ ଯଥା- ଧାନ, ମାଣ୍ଡିଆ, ବିରି, କାନ୍ଦୁଲ, ଝୁଡଙ୍ଗ ଆଦିକୁ ଗୋମାତାଙ୍କୁ ପ୍ରଦାନ କରାଯାଇଛି । ଏହି ଅବସରରେ ଗୋରୁଙ୍କ ଗୋଡ଼ ଧୋଇ ହଳଦୀ ଚନ୍ଦନ ଦେଇ ଏବଂ ଧୂପ ଦୀପ ସହ ବନ୍ଦାପନା କରାଯାଇଥିଲା । ଦିଆଲି ପର୍ବରେ ନୂଆ ଚାଉଳ, ବିରି, କାନ୍ଦୁଲ, ଝୁଡଙ୍ଗ ଆଦିରେ ଖେଚୁଡ଼ି ପ୍ରସ୍ତୁତ କରି ଗୋମାତାଙ୍କୁ ସମର୍ପଣ କରିବା ପରମ୍ପରା କେଉଁ ଅନାଦି କାଳରୁ ଚାଲି ଆସିଛି । ତେବେ ଦିଆଲି ପାଇଁ ତାରାଗାଁ ଗ୍ରାମ ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ଚାରିଆଡ଼େ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ- ନବରଙ୍ଗପୁରରେ ଦିଆଲି ପର୍ବ ପାଇଁ ବୋଲେଇନି ଯାତ୍ରା ଅନୁଷ୍ଠିତ

ଦିଆଲି ପର୍ବ ପାଇଁ ଜମିରୁ ଅମଳ ହୋଇଥିବା ନୂଆ ଧାନର ଚାଉଳରେ ପ୍ରଥମେ ଖେଚୁଡ଼ି ତିଆରି କରାଯାଇଥିଲା । ସେହିପରି ବିଭିନ୍ନ ରକମର ପିଠା ତିଆରି ହୋଇଥିଲା । ଏଥିସହ କ୍ଷୀରି ତିଆରି କରି ସେଥିରେ ପ୍ରସ୍ତୁତ ହୋଇଥିବା ବିଭିନ୍ନ ପିଠା ପକାଇ ଗାଈଗୋରୁଙ୍କୁ ଖାଇବା ପାଇଁ ଦିଆଯାଇଥିଲା । ଗୋରୁଙ୍କ ସହିତ ଅଇଁଠା ଖେଚୁଡିକୁ ଭୋଗ ଭାବରେ ପରିବାର ଲୋକ ଖାଇଥିଲେ । ବିଶେଷ କରି ଗାଈ ଚରାଉଥିବା ଗୌଡ଼ମାନେ ପ୍ରାୟ ୩ରୁ ୪ ଦିନ ଧରି ଗାଈ ଚରାଇବାରୁ ବିରତି ନେଇ ନାଚଗୀତରେ ମସଗୁଲ ହୋଇଥାନ୍ତି |

ଗାଈ ପାଳନ କରୁଥିବା ପ୍ରାୟ ସମସ୍ତ ହିନ୍ଦୁ ପରିବାରରେ ଏହି ପର୍ବ ପାଳନ ହୋଇଥାଏ । ଗୋମାତାଙ୍କୁ ଏହି ପର୍ବରେ ପୂଜାର୍ଚ୍ଚନା କରିବା ପରମ୍ପରା ବହୁ ବର୍ଷ ଧରି ଚଲିଆସିଛି । ଆଧୁନିକ ସଭ୍ୟତା ଭିତରେ ଅନେକ ପୁରୁଣା ପରମ୍ପରା ସମୟ ସ୍ରୋତରେ ହଜି ଯାଇଥିବା ବେଳେ ଏବେ ମଧ୍ୟ ନବରଙ୍ଗପୁର ଭଳି ଆଦିବାସୀ ବହୁଳ ଜିଲ୍ଲାରେ ଅନେକ କୃଷିଭିତ୍ତିକ ପର୍ବପର୍ବାଣୀ ବଞ୍ଚି ରହିଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.