ନବରଙ୍ଗପୁର: ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିନ କୁସଲକରଙ୍କ ନିର୍ଦ୍ଦେଶ କ୍ରମେ ରବିବାର ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ବାରିଗୁଡା ଗ୍ରାମରେ ଥିବା ଏକ ଘରେ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉରେ 50 ଲିଟର ଦେଶୀ ମଦ ସହ 6 ଗୋଟି ପ୍ଲାଷ୍ଟିକ ଡ୍ରମ , ଗୋଟିଏ ହଣ୍ଡା ସହ ମହୁଲ ପୋଚ ଜବତ କରି ସବୁକୁ ନଷ୍ଟ କରାଯାଇଛି ।
ବାରିଗୁଡା ଗ୍ରାମବାସୀ ଦୀର୍ଘଦିନ ଧରି ମଦ ବିକ୍ରି ଓ ମଦ ରନ୍ଧା ଉପରେ ରୋକ ଲଗାଇବା ପାଇଁ ପ୍ରଶାସନ ନିକଟରେ ନିବେଦନ କରି ଆସୁଥିଲେ । ଫଳରେ ରବିବାର ଅତର୍କିତ ଭାବେ ଏହି ଚଢାଉ କରାଯାଇଥିଲା ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ