ନବରଙ୍ଗପୁର: ବିଧାୟକଙ୍କ ବଡପଣ । ଦେଖାଇଲେ ମଣିଷପଣିଆ । ଦୁର୍ଘଟଣାଗ୍ରସ୍ତ ବାଇକ ଆରୋହୀଙ୍କୁ ନିଜ ଗାଡିରେ ନେଲେ ଡାକ୍ତରଖାନା । ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଏପରି କରି ନୂଆ ଏକ ଉଦାହରଣ ସୃଷ୍ଟି କରିଛନ୍ତି ।
କୋଡିଗାଁ ଥାନା ବିଏମ ସେମଳା ଗ୍ରାମ ନିକଟରେ ଦୁଇଜଣ ବାଇକ ଆରୋହୀ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାକଡରେ ପଡିଯାଇଥିଲେ । ତେବେ ସେହି ରାସ୍ତାଦେଇ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଯାଉଥିବାବେଳେ ଆହତ ଦୁଇଜଣଙ୍କୁ ଉଦ୍ଧାର କରି କୋଡିଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।
ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦୁଇ ବାଇକ ଆରୋହୀ ହେଉଛନ୍ତି ବାକଟିଗୁଡା ଗ୍ରାମର ଯୋଗେଶ ବିଶୋଇ ଓ ବେଲପୁଟି ଗ୍ରାମର ଚନ୍ଦ୍ର ବିଶୋଇ । ଏବେ ଦୁହେଁ ଭଲ ଥିବାବେଳେ ବିଧାୟକଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ