ETV Bharat / state

ବିଧାୟକ ହେବ ତ ଏମିତି...ଭିକାରୀଙ୍କୁ କମ୍ବଳ ବାଣ୍ଟିଲେ ଡାବୁଗାଁ ବିଧାୟକ - ଭିକାରୀଙ୍କୁ କମ୍ବଳ ବାଣ୍ଟିଲେ ଡାବୁଗାଁ ବିଧାୟକ

ପୁଣି ନିଜର ନିଆରା କାର୍ଯ୍ୟଶୈଳୀ ନେଇ ଚର୍ଚ୍ଚାରେ ଡାବୁଗାଁ ବିଧାୟକ । ଏଥର ଅସହାୟ ଭିକାରୀଙ୍କୁ କମ୍ବଳ ବାଣ୍ଟି କାର୍ତ୍ତିକ ମାସର ମହାପୁଣ୍ୟ ଅର୍ଜନ କରିଛନ୍ତି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ।

ଭିକାରୀଙ୍କୁ କମ୍ବଳ ବାଣ୍ଟିଲେ ଡାବୁଗାଁ ବିଧାୟକ
author img

By

Published : Nov 13, 2019, 1:48 AM IST

ନବରଙ୍ଗପୁର: ପୁଣି ନିଜର ନିଆରା କାର୍ଯ୍ୟଶୈଳୀ ନେଇ ଚର୍ଚ୍ଚାରେ ଡାବୁଗାଁ ବିଧାୟକ । ଏଥର ଅସହାୟ ଭିକାରୀଙ୍କୁ କମ୍ବଳ ବାଣ୍ଟି କାର୍ତ୍ତିକ ମାସର ମହାପୁଣ୍ୟ ଅର୍ଜନ କରିଛନ୍ତି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ଆଉ ପ୍ରମାଣ କରିଛନ୍ତି ମାନବ ସେବା ହିଁ ମାଧବ ସେବା ।

ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାପଡାହାଣ୍ଡି ସଦରମହକୁମା ସ୍ଥିତ ନିଳକଣ୍ଠେଶ୍ବର ମନ୍ଦିର ଏବଂ କେଲିଆ ସ୍ଥିତ ଝାଡେଶ୍ବର ମନ୍ଦିରକୁ ଭଗବାନଙ୍କୁ ଦର୍ଶନ କରିବାକୁ ଯାଇଥିଲେ ଡାବୁଗାଁ ବିଧାୟକ । ସେହି ସମୟରେ ମନ୍ଦିର ପ୍ରାଙ୍ଗଣରେ ବସିଥିବା ଅସହାୟ ଭିକାରୀଙ୍କୁ କମ୍ବଳ ବାଣ୍ଟିଥିଲେ ।

ଭିକାରୀଙ୍କୁ କମ୍ବଳ ବାଣ୍ଟିଲେ ଡାବୁଗାଁ ବିଧାୟକ

କେତେବେଳେ ସେ ସଫେଇ କର୍ମଚାରୀଙ୍କ ପାଦ ଧୋଇ, ତ କେତେବେଳେ ଶିକ୍ଷକ ସାଜି ସ୍କୁଲରେ ପାଠ ପଢ଼ାଇଛନ୍ତି । ପୁଣି କେବେ ଅଜଣା ବ୍ୟକ୍ତିର ଶବକୁ କାନ୍ଦରେ ବୋହିବା ଭଳି ମହତ କାର୍ଯ୍ୟକୁ ନେଇ ଚର୍ଚ୍ଚାରେ ରହିଆସୁଛନ୍ତି ଡାବୁଗାଁ ବିଧାୟକ ।

ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ସେ ଜିଲ୍ଲାବାସୀଙ୍କ ପ୍ରଶଂସାର ପାତ୍ର ହେଇଛନ୍ତି ସତ କିନ୍ତୁ ତିନି ତିନିଥର ବିଧାୟକ ଭାବେ ଜନସାଧାରଣ ତାଙ୍କୁ ଜନାଦେଶ ଦେଇଥିବା ବେଳେ କାହିଁକି ତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଗଲାନି ତାହା ଏବେ ସବୁଠାରୁ ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏଭଳି ମହତ କାର୍ଯ୍ୟ ପାଇଁ ଜିଲ୍ଲାବାସୀ ତାଙ୍କୁ ସାଧୁବାଦ ଜଣାଇଛନ୍ତି । ସବୁରି ମୁହଁରେ ଗୋଟିଏ ଚର୍ଚ୍ଚା ବିଧାୟକ ହେବ ତ ଏମିତି !

ନବରଙ୍ଗପୁରରୁ ତପନ ବିଶୋଷୀ, ଇଟିଭି ଭାରତ

Intro:Slug:- ଭିକାରି ଙ୍କୁ କୋମ୍ବଳ ବାଣ୍ଟିଲେ ଡାବୁଗାଁ ବିଧାୟକ !
ଫର୍ମାଟ - AVO
ରିପୋର୍ଟର :- ତପନ କୁମାର ବିଷୟି
ସ୍ଥାନ:- ନବରଙ୍ଗପୁର
ତାରିଖ :- 12/10/2019

Anchor :- ଭିକାରି ଙ୍କୁ କୋମ୍ବଳ ବାଣ୍ଟିଲେ ବିଧାୟକ। କାର୍ତିକ ମାସର ମହାପୂର୍ଣ୍ଣିମା ଅବସରରେ ମନ୍ଦିର ପ୍ରାଙ୍ଗଣରେ ଥିବା ଭିକାରି ଙ୍କୁ କୋମଳ ବାଣ୍ଟିଲେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ନିଜ ବିଧାନ ସଭା ମଣ୍ଡଳୀର ପାପଡାହାଣ୍ଡି ସଦରମହକୁମା ସ୍ଥିତ ନିଳକଣ୍ଠେଶ୍ୱର ମନ୍ଦିର ଏବଂ କେଲିଆ ସ୍ଥିତ ଝାଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଥିବା ଭିକାରି ଙ୍କୁ କୋମଳ ବାଣ୍ଟି ନିଜର ଧାର୍ମିକ ଚିନ୍ତାଧାରା ର ପରିଚୟ ଦେଇଛନ୍ତି ବିଧାୟକ । ମହା ପୂର୍ଣ୍ଣିମା ଅବସରରେ ଭଗବାନ ଙ୍କୁ ଦର୍ଶନ କରିବାକୁ ଯାଇ ଏପରି ମହତ କାର୍ଯ୍ୟ କରିଛନ୍ତି ବିଧାୟକ । ନିଜର ନିଆରା ଅନ୍ଦାଜ ରେ କେତେବେଳେ ଆଶ୍ରମ ବିଦ୍ୟାଳୟ ର ହୋଷ୍ଟେଲ ଛାତ୍ରଛାତ୍ରୀ ଙ୍କ ନିଅଣ୍ଟିଆ ରନ୍ଧାଖାଦ୍ୟ କୁ ନେଇ ଅସନ୍ତୋଷ ଜାହିର କରିବା ତହ୍ ଆଉ କେତେବେଳେ ସଫେଇ କର୍ମଚାରୀ ଙ୍କ ପାଦ ଧୋଇବା , କେତେବେଳେ ଶିକ୍ଷକ ସାଜି ସ୍କୁଲ ରେ ପାଠ ପଢ଼ାଇବା ତହ୍ ଆଉ କେତେବେଳେ ଅଜଣା ବ୍ୟକ୍ତି ର ଶବକୁ ଖାନ୍ଦାରେ ବୋହି ଶବ ସଂସ୍କାର କରିବା ଭଳି ମହତ କାର୍ଯ୍ୟକୁ ନେଇ ଚର୍ଚ୍ଚା ରେ ରହିଆସୁଛନ୍ତି ଡାବୁଗାଁ ବିଧାୟକ । ଏଭଳି ମହତ କାର୍ଯ୍ୟ ପାଇଁ ସେ ଜିଲ୍ଲା ବାସୀଙ୍କ ପ୍ରଶଂସା ର ପାତ୍ର ହେଇଛନ୍ତି କିନ୍ତୁ ତିନି ତିନି ଥର ବିଧାୟକ ଭାବେ ଜନସାଧାରଣ ତାଙ୍କୁ ଜନାଦେଶ ଦେଇଥିବା ବେଳେ କାହିଁକି ତାଙ୍କୁ ମନ୍ତ୍ରୀ ମଣ୍ଡଳ ରେ ସାମିଲ କରାଗଲାନି ତାହା ଏବେ ସବୁଠାରୁ ବଡ ପ୍ରଶ୍ନବାଚୀ ସୃଷ୍ଟିକରୁଛି । ଏଭଳି ମହତ କାର୍ଯ୍ୟ ପାଇଁ ଜିଲ୍ଲାବାସୀ ତାଙ୍କୁ ସାଧୁବାଦ ଜଣାଇଛନ୍ତି । ସବୁରି ମୁହଁରେ ଗୋଟିଏ ଚର୍ଚ୍ଚା ବିଧାୟକ ହେବ ତହ୍ ଏମିତି !Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.