ETV Bharat / state

ନବରଙ୍ଗପୁରରେ କୋଭିଡ-19 ହସ୍ପିଟାଲ୍ ଉଦଘାଟିତ - ନବରଙ୍ଗପୁରରେ କୋଭିଡ଼

ନବରଙ୍ଗପୁରରେ କୋଭିଡ଼-19 ହସପିଟାଲ୍ ଉଦଘାଟିତ । ଭିଡିଓ କନଫରେସିଂରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ । ଅଧିକ ପଢନ୍ତୁ...

covid-19 hospital inagurated by cm in nabarangpur
ନବରଙ୍ଗପୁରରେ କୋଭିଡ଼ -19 ହସପିଟାଲ୍ ଉଦଘାଟିତ
author img

By

Published : Apr 20, 2020, 5:15 PM IST

ନବରଙ୍ଗପୁର: କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ଜିଲ୍ଲାରେ କୋଭିଡ଼-19 ହସପିଟାଲ୍ ନିର୍ମାଣ କରିଛନ୍ତି। ନବରଙ୍ଗପୁରରେ ମଧ୍ୟ ଆଜି ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ଼-19 ହସପିଟାଲ୍ ଉଦଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେସିଂ ମାଧ୍ୟମରେ ଏହି ମେଡିକାଲକୁ ଉଦଘାଟନ କରିଥିଲେ ।

ନବରଙ୍ଗପୁରରେ କୋଭିଡ଼ -19 ହସପିଟାଲ୍ ଉଦଘାଟିତ

ଏହାସହ ଏହି ଭିଡିଓ କନଫରେସିଂରେ ମୁଖ୍ୟ ଶାସନ ସଚିବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ଉପସ୍ଥିତ ଥିଲେ । ନବରଙ୍ଗପୁରସ୍ଥିତ ବିଇଡି କଲେଜରେ ଏହା ନିର୍ମାଣ କରାଯାଇଛି । ପୂର୍ବରୁ ନବରଙ୍ଗପୁର ଠାରେ ଥିବା ଖ୍ରୀଷ୍ଟିୟାନ ହସପିଟାଲ୍ ସହିତ ଏମଓୟୁ ସ୍ବାକ୍ଷରିତ ହୋଇଛି । ଏଥିରେ ନାଲକୋ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ଜିଲ୍ଲାର କୋଭିଡ ହସ୍ପିଟାଲରେ ୨୦୦ଟି ଶଯ୍ୟା ରହିଥିବା ବେଳେ ୧୬ଟି ହାଇଡିପେଣ୍ଡେଣ୍ଟିଂ ୟୁନିଟ ବେଡର ବ୍ୟବସ୍ଥା କରାଯାଇଛି। ଏଥିରେ ଗୋଟିଏ ଭେଣ୍ଟିଲେଟର ଏବଂ ତିନୋଟି ମନିଟରର ବ୍ୟବସ୍ଥା ମଧ୍ୟ କରାଯାଇଛି।

ହସ୍ପିଟାଲରେ ସମସ୍ତ ଡାକ୍ତର ଏବଂ କର୍ମଚାରୀଙ୍କ ରହିବା ପାଇଁ ମଧ୍ୟ ସୁବ୍ୟବସ୍ଥା କରାଯାଇଛି । ଏହି ମେଡିକାଲରେ ୧୦ ଜଣ ଡୀକ୍ତରଙ୍କ ସହ ୮୭ କର୍ମଚାରୀ ରହିଛନ୍ତି । ଯଦି କୌଣସି କୋରୋନା ରୋଗୀ ଚିହ୍ନଟ ହୁଅନ୍ତି ତେବେ ଏଠାରେ ଚିକିତ୍ସା କରାଯାଇପାରିବ ଵୋଲି ସୂଚନା ଦିଆଯାଇଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.