ETV Bharat / state

ଧାନ କାଟି ପୁଣି ଚର୍ଚ୍ଚାକୁ ଆସିଲେ ଡାବୁଗାଁ ବିଧାୟକ - ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ

ପ୍ରତିଥର କିଛି ନୂଆ କରି ଚର୍ଚ୍ଚାକୁ ଆସୁଥିବା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଏଥର ଦାଆ ଧରି ଧାନ କାଟିଛନ୍ତି । ନିଜ ଚାଷ ଜମିରେ ନିୟୋଜିତ ଶ୍ରମିକଙ୍କ ସହ ମିଶି ଧାନ କାଟିଛନ୍ତି । ଅଧିକ ପଢନ୍ତୁ...

dabugaon mla manahara randhari
ଧାନ କାଟି ପୁଣି ଚର୍ଚ୍ଚାକୁ ଆସିଲେ ଡାବୁଗାଁ ବିଧାୟକ
author img

By

Published : Nov 12, 2020, 4:41 AM IST

ନବରଙ୍ଗପୁର: ଧାନ କାଟି ପୁଣି ଚର୍ଚ୍ଚାକୁ ଆସିଲେ ଡାବୁଗାଁ ବିଧାୟକ । ବିଭିନ୍ନ ସମୟରେ କିଛି ନିଆର କାର୍ଯ୍ୟ କରି ଡାବୁଗାଁ ବିଧାୟକ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ବିଧାୟକଙ୍କ ଏ ଭଳି କାର୍ଯ୍ୟରେ ଉତ୍ସାହିତ ହୋଇଛନ୍ତି ଶ୍ରମିକ ମାନେ ।

dabugaon mla manahara randhari
ଧାନ କାଟି ପୁଣି ଚର୍ଚ୍ଚାକୁ ଆସିଲେ ଡାବୁଗାଁ ବିଧାୟକ

ନବରଙ୍ଗପୁର ଜିିଲ୍ଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ପ୍ରତିଥର କିଛି ନୂଆ କରି ଚର୍ଚ୍ଚର ପରିସରକୁ ଆସିଛନ୍ତି । ବିଗତ ଦିନରେ ସେ ନିଜ କର୍ମୀଙ୍କ ମୃତଦେହକୁ କାନ୍ଧେଇ ୧ କିଲୋମିଟର ରାସ୍ତା ଚାଲି ଚାଲି ଶ୍ମଶାନକୁ ଯିବା । ସେହିଭଳି କଦାଳ ଧରି ରାସ୍ତା ମଝିରେ ଥିବା ଖାଲ, ଖମା ଗୁଡିକୁ ନିଜେ ମାଟି ପକାଇ ମରାମତି କରିବ ହେଉ କିମ୍ବା ନିଜ ଜମିରେ ଶ୍ରମିକ ମାନଙ୍କ ସହ ମିଶି ଧାନ ତଳି ଲଗାଇବା,ଏହିଭଳି କାମକରୀ ସର୍ବଦା ଚର୍ଚ୍ଚାକୁ ଆସିଥାନ୍ତି । ନବରଙ୍ଗପୁର ବ୍ଲକ ପୂଜାରୀଗୁଡା ଗାଁରେ ଥିବା ବିଧାୟକଙ୍କ ୧୫ ଏକର ଧାନ ଜମିରେ ଶ୍ରମିକ ମାନେ ଧାନ କାଟୁଥିବା ବେଳେ ବିଧାୟକ ଧାନ କାଟିବା ଦାଆ ଧରି ନିଜେ ଜମିକୁ ଓହ୍ଲାଇଥିଲେ । ଶ୍ରମିକ ମାନେ ମଧ୍ୟ ବିଧାୟକଙ୍କ ସହ ଉତ୍ସାହର ସହିତ ମିଶି ଧାନ କାଟିଛନ୍ତି ।

ବିଧାୟକ ଧାନ କଟାରେ ନିୟୋଜିତ ଥିବା ଶ୍ରମିକ ମାନଙ୍କୁ ଉତ୍ସାହିତ କରିବା ପାଇଁ ପାଖାପାଖି ୧ ଏକର ଧାନ କାଟିଥିଲେ । ବିଜୁଜନତା ଦଳରୁ ସେ ତିନିଥର ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି । ସେହିଭଳି କିଛି ଦିନ ପୂର୍ବରୁ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ନିଜ ଚାଷ ଜମିରେ ଦାଆ ଧରି ଧାନ କାଟିଚର୍ଚ୍ଚାର ପରିସରକୁ ଆସିଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.