ETV Bharat / state

କୋରୋନା ମୁକାବିଲା: ତାରାଗାଁରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର - ତାରାଗାଁ ସରକାରୀ ନୋଡାଲ ସ୍କୁଲ

କୋରୋନା ମୁକାବିଲା ଲାଗି ରାଜ୍ୟ ସରକାର ପ୍ରତ୍ୟେକ ପଞ୍ଚାୟତରେ 5 ଲକ୍ଷ ବ୍ୟୟରେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରର ବ୍ୟବସ୍ଥା କରୁଛନ୍ତି । ଯେଉଁଥିରେ ନବରଙ୍ଗପୁର ସଦର ବ୍ଲକ ତାରାଗାଁ ସରକାରୀ ନୋଡାଲ ସ୍କୁଲ ଠାରେ ଏକ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି । ଅଧିକ ପଢନ୍ତୁ...

nabarangpur
କୋରୋନା ମୁକାବିଲା: ତାରାଗାଁରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର
author img

By

Published : Apr 4, 2020, 4:15 PM IST

ନବରଙ୍ଗପୁର: ମହାମାରୀ କୋରୋନା ମୁକାବିଲା କରିବା ପାଇଁ ସରକାର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଜରୁରୀ ପରିସ୍ଥିତିରେ ସଜାଡିବାରେ ଲାଗିଛନ୍ତି । ଏଥିପାଇଁ ରାଜ୍ୟ ସରକାର ପ୍ରତ୍ୟେକ ପଞ୍ଚାୟତରେ 5 ଲକ୍ଷ ବ୍ୟୟରେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରର ବ୍ୟବସ୍ଥା କରୁଛନ୍ତି ।

କୋରୋନା ମୁକାବିଲା: ତାରାଗାଁରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର

ସଦର ବ୍ଲକ ତାରାଗାଁ ସରକାରୀ ନୋଡାଲ ସ୍କୁଲ ଠାରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି । ଏହି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ 50ଟି ଶଯ୍ୟାର ବ୍ୟବସ୍ଥା କରାଯାଇ ଥିବାବେଳେ ସାମାଜିକ ଦୂରତାକୁ ଗୁରୁତ୍ବ ଦେଇ ଶଯ୍ୟା ଗୁଡିକୁ ସଜାଯାଇଥିବା ଦେଖିବାକୁ ମିଳିଛି ।

ଲାଇଟ, ଫ୍ୟାନ, ପିଇବା ପାଣି, ହାତ ଧୋଇବା ପାଇଁ ସାବୁନ, ସାନିଟାଇଜର୍‌ ଆଦି ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରହିଛି । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଗ୍ରାମପଞ୍ଚାୟତର ଜିଆରଏସ ବିମଳ ନାୟକଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ବ ଦିଆଯାଇଥିବା ବେଳେ ସ୍ଥାନୀୟ ମହିଳା ସ୍ବାସ୍ଥ୍ୟ କର୍ମୀ, ଆଶା କର୍ମୀ, ଅଙ୍ଗନବାଡି କର୍ମୀମାନଙ୍କୁ ନିୟୋଜିତ କରାଯାଇଛି l

ଏଥିରେ ରାଜ୍ୟ ବାହାରୁ ଫେରୁଥିବା ଶ୍ରମିକ କିମ୍ବା ବ୍ୟକ୍ତି ବିଶେଷଙ୍କୁ ସଙ୍ଗରୋଧ କରିବା ପାଇଁ ବିଶେଷ ସୁବିଧା କରାଯାଇଛି l

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.