ନବରଙ୍ଗପୁର: ଜିଲ୍ଲା ପାପଡାହାଣ୍ଡି ବ୍ଲକର ମୈଦାଲପୁର ପଞ୍ଚାୟତ ଅନ୍ତର୍ଗତ ଆଉଁଳି ଗାଁରେ କୋରୋନା ଗୁଜବ । କୋରୋନା ଭାଇରସକୁ ନେଇ ଅପପ୍ରଚାର ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି । ଯଦି କୌଣସି ପରିବାରରେ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛି ସେମାନେ ଶନିବାର ରାତିରେ ଶିବ ଦର୍ଶନ ନ କଲେ ସେମାନଙ୍କର ମୃତ୍ୟୁ ହେବ ବୋଲି ଗୁଜବ ଖବର ପ୍ରକାଶ ପାଇବା ପରେ ଗ୍ରାମବାସୀଙ୍କ ନିଦ ହଜି ଯାଇଛି ।
ଏହି ଖବର ପ୍ରଚାରିତ ହେବାପରେ ଲୋକେ ସମସ୍ତେ ନିକଟସ୍ଥ ମୈଦାଲପୁର ଶିବ ମନ୍ଦିରକୁ ଦୌଡ଼ିବାରେ ଲାଗିଥିଲେ । ଏପରିକି, କିଛି ସମୟ ମଧ୍ୟରେ ମନ୍ଦିରରେ ଭିଡ଼ ଦେଖିବାକୁ ମିଳିଥିଲା ।
ନବରଙ୍ଗପୁରରୁ ତପନ କୁମାର ବିଶୋୟୀ, ଇଟିଭି ଭାରତ