ETV Bharat / state

ନବରଙ୍ଗପୁରରୁ ପୁଣି 92 କୋରୋନା ଆକ୍ରାନ୍ତ ଚିହ୍ନଟ

ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଶନିବାର ଜିଲ୍ଲାରେ ପୁଣି 92 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନବରଙ୍ଗପୁରରେ ପୁଣି 92 କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Oct 10, 2020, 6:41 PM IST

ନବରଙ୍ଗପୁର: ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଶନିବାର ଜିଲ୍ଲାରେ ପୁଣି 92 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଚନ୍ଦାହାଣ୍ଡି ବ୍ଲକରୁ 19 ଜଣ, ତେନ୍ତୁଳିଖୁଣ୍ଟି ବ୍ଲକରୁ 13 ଜଣ, ଉମରକୋଟ ପୌରାଞ୍ଚଳରୁ 11 ଜଣ, ଝରିଗାଁ ବ୍ଲକରୁ 10 ଜଣ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ନବରଙ୍ଗପୁରରେ ପୁଣି 92 କୋରୋନା ଆକ୍ରାନ୍ତ ଚିହ୍ନଟ
ନବରଙ୍ଗପୁରରେ ପୁଣି 92 କୋରୋନା ଆକ୍ରାନ୍ତ ଚିହ୍ନଟ

ଅନ୍ୟପକ୍ଷେ ନନ୍ଦାହାଣ୍ଡି ବ୍ଲକରୁ 9 ଜଣ, କୋଷାଗୁମୁଡା ଓ ପାପଡାହାଣ୍ଡି ବ୍ଲକରୁ 8 ଜଣ ଲେଖାଏଁ, ନବରଙ୍ଗପୁର ପୌରାଞ୍ଚଳରୁ 7 ଜଣ, ଉମରକୋଟ ବ୍ଲକରୁ 4 ଜଣ, ନବରଙ୍ଗପୁର ବ୍ଲକରୁ 2 ଜଣ, ଡାବୁଗାଁ ବ୍ଲକରୁ ଜଣେ ନୂତନ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ 74070 ଜଣଙ୍କର କୋରୋନା ପରୀକ୍ଷା କରାଯାଇଛି । ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4419ରେ ପହଞ୍ଚିଛି। 3747 ଜଣ ସୁସ୍ଥ ହୋଇଛନ୍ତି ଏବଂ ଅନ୍ୟ 641 ଜଣ ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରୁ 526 ଜଣ ଚିକିତ୍ସିତ ହେଉଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.