ETV Bharat / state

କୋରୋନା କାଳ: ନବରଙ୍ଗପୁର ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା 28ଶହ ମୁହାଁ - କୋରୋନା କାଳ

ନବରଙ୍ଗପୁର ଜିଲ୍ଲାରେ ଆଜି ପୁଣି 102ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ । ଆକ୍ରାନ୍ତ ସଂଖ୍ୟା 28ଶହ ମୁହାଁ । ଶୁକ୍ରବାର ଜିଲ୍ଲାରେ 850 ଜଣଙ୍କର ସ୍ୱାବ ସଂଗ୍ରହ କରି ପରୀକ୍ଷା କରାଯାଇଥିଲା, ସେଥି ମଧ୍ୟରୁ 102 ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

କୋରୋନା କାଳ, ନବରଙ୍ଗପୁର ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା 28ଶହ ମୁହାଁ

author img

By

Published : Sep 19, 2020, 3:53 PM IST

ନବରଙ୍ଗପୁର: ଜିଲ୍ଲାରେ କୋରୋନା ସଂକ୍ରମଣ ପୁଣି ଉପର ମୁହାଁ ହୋଇଛି । କ୍ରମାଗତ ଭାବେ ଦିନକୁ ଦିନ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ଶୁକ୍ରବାର ଜିଲ୍ଲାରେ 850 ଜଣଙ୍କର ସ୍ୱାବ ସଂଗ୍ରହ କରି ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ 102 ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

କୋରୋନା କାଳ, ନବରଙ୍ଗପୁର ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା 28ଶହ ମୁହାଁ
କୋରୋନା କାଳ, ନବରଙ୍ଗପୁର ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା 28ଶହ ମୁହାଁ

ତେବେ 102 ଜଣ ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ନବରଙ୍ଗପୁର ପୌରାଞ୍ଚଳରୁ 28 ଜଣ, ଡାବୁଗାଁ ବ୍ଲକରୁ 17 ଜଣ, ନନ୍ଦାହାଣ୍ଡି ବ୍ଲକରୁ 14 ଜଣ ଓ ପାପଡାହାଣ୍ଡି ବ୍ଲକରୁ 13 ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କୋଷାଗୁମୁଡା ବ୍ଲକରୁ 8 ଜଣ, ନବରଙ୍ଗପୁର ବ୍ଲକରୁ 6 ଜଣ, ତେନ୍ତୁଳିଖୁଣ୍ଟି ବ୍ଲକରୁ 6 ଜଣ, ଉମରକୋଟ ପୌରାଞ୍ଚଳରୁ 4 ଜଣ ।

ସେହିପରି ଉମରକୋଟ ବ୍ଲକରୁ 2 ଜଣ, ରାଇଘର ବ୍ଲକରୁ 2 ଜଣ, ଝରିଗାଁ ଏବଂ ଚନ୍ଦାହାଣ୍ଡି ବ୍ଲକରୁ ଜଣେ ଲେଖାଏଁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପାଇବା ପରେ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।

ଆଜିର ଚିହ୍ନଟ 102 ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା 2776 ରହିଥିବାବେଳେ ସେମାନଙ୍କ ମଧ୍ୟରୁ 1748 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବାକି 1006 ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଥିବାବେଳେ ସେମାନଙ୍କ ମଧ୍ୟରୁ 850 ଜଣ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 59995 କୋରୋନା ଟେଷ୍ଟ କରାଯାଇଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.