ETV Bharat / state

ନବରଙ୍ଗପୁର ଜିଲ୍ଲାରେ ତଳମୁହାଁ କୋରୋନା, 24 ଘଣ୍ଟାରେ 166 ନୂଆ ଆକ୍ରାନ୍ତ ଚିହ୍ନଟ

ଦିନକୁ ଦିନ ତଳମୁହାଁ ହେବାରେ ଲାଗିଛି କୋରୋନା ସଂକ୍ରମଣ । ଗୋଟିଏ ଦିନରେ 166 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ । ଅଧିକ ପଢନ୍ତୁ...

author img

By

Published : Jun 7, 2021, 4:21 PM IST

ନବରଙ୍ଗପୁର ଜିଲ୍ଲାରେ ତଳମୁହାଁ କୋରୋନା, 24 ଘଣ୍ଟାରେ 166 ନୂଆ ଆକ୍ରାନ୍ତ ଚିହ୍ନଟ
ନବରଙ୍ଗପୁର ଜିଲ୍ଲାରେ ତଳମୁହାଁ କୋରୋନା, 24 ଘଣ୍ଟାରେ 166 ନୂଆ ଆକ୍ରାନ୍ତ ଚିହ୍ନଟ

ନବରଙ୍ଗପୁର: ଜିଲ୍ଲାରେ ଗତ 24 ଘଣ୍ଟାରେ 166 ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ରାଜ୍ୟରେ କୋରୋନା ସଂକ୍ରମଣ ଗତ କିଛିଦିନ ହେବ ଲଗାତର ଭାବେ କମିବାରେ ଲାଗିଛି । ସେହିପରି ନବରଙ୍ଗପୁର ଜିଲ୍ଲାରେ କୋରୋନା ମହାମାରୀର ସ୍ଥିତିରେ ମଧ୍ୟ୍ୟ ସାମାନ୍ୟ ପରିବର୍ତ୍ତନ ହୋଇ ସୋମବାର ଦିନ ସଂକ୍ରମଣ ପୂର୍ବାପେକ୍ଷା ତଳକୁ ଖସିଛି ।

ଗତ ରବିବାର ଦିନ 198 ଜଣ ଆକ୍ରାନ୍ତ ରହିଥିବା ବେଳେ ସୋମବାର ଦିନ 166 ଜଣ ଆକ୍ରାନ୍ତ ହୋଇଛନ୍ତି । ତେବେ ଗୋଟିଏ ଦିନରେ ଏହି ସଂଖ୍ୟା 32 କମିଛି । ଜିଲ୍ଲାରେ ମୋଟ 2,92,389 ଜଣଙ୍କର ନମୁନା (ସ୍ୱାବ) ସଂଗ୍ରହ କରାଯାଇ କୋଭିଡ ପରୀକ୍ଷା କରାଯାଇଥିବା ବେଳେ ସେଥି ମଧ୍ୟରୁ 21,241 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 19,249 ସୁସ୍ଥ ହୋଇଛନ୍ତି । ଏବେ ମୋଟ 1,831 ସକ୍ରିୟ ଆକ୍ରାନ୍ତ ରହିଥିବା ବେଳେ ସେଥିମଧ୍ୟରୁ 1,690 ନିଜ ଘରେ ସଙ୍ଗରୋଧରେ ରହିଛନ୍ତି । ଅନ୍ୟ 141 ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସହିତ ଜିଲ୍ଲା ଓ ଜିଲ୍ଲା ବାହାରର ବିଭିନ୍ନ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ସୋମବାର ଚିହ୍ନଟ 166 ଆକ୍ରାନ୍ତଙ୍କ ମଧ୍ୟରୁ ନବରଙ୍ଗପୁର ପୌରାଞ୍ଚଳରୁ 28, ନନ୍ଦାହାଣ୍ଡି ବ୍ଲକରୁ 24, ପାପଡାହାଣ୍ଡି ବ୍ଲକରୁ 22 ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଚନ୍ଦାହାଣ୍ଡି ବ୍ଲକରୁ 16, ତେନ୍ତୁଳିଖୁଣ୍ଟି ଓ ଝରିଗାଁ ବ୍ଲକରୁ 14 ଜଣ ଲେଖାଏଁ, ଉମରକୋଟ ଓ ରାଇଘର ବ୍ଲକରୁ 13 ଜଣ ଲେଖାଏଁ, ଉମରକୋଟ ପୌରାଞ୍ଚଳରୁ 12, କୋଷାଗୁମୁଡା ବ୍ଲକରୁ 6, ନବରଙ୍ଗପୁର ବ୍ଲକରୁ 3 ଏବଂ ଡାବୁଗାଁ ବ୍ଲକରୁ ଜଣେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.