ETV Bharat / state

ନବରଙ୍ଗପୁରରୁ କମୁଛି କୋରୋନା ସଂକ୍ରମଣ, ଆଜି 10 ଆକ୍ରାନ୍ତ ଚିହ୍ନଟ

author img

By

Published : Nov 20, 2020, 1:25 PM IST

ଜିଲ୍ଲାରେ କୋରୋନା ସଂକ୍ରମଣ କମିବାରେ ଲାଗିଛି । ଶୁକ୍ରବାର ଜିଲ୍ଲାରେ 10 ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

Corona infection gradually decreases in Nabarangpur
ନବରଙ୍ଗପୁରରୁ କମୁଛି କୋରୋନା ସଂକ୍ରମଣ, ଆଜି 10 ଆକ୍ରାନ୍ତ ଚିହ୍ନଟ

ନବରଙ୍ଗପୁର: ଜିଲ୍ଲାରେ ଡାଉନ ଟ୍ରେଣ୍ଡ ହେଉଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଶୁକ୍ରବାର ଜିଲ୍ଲାରୁ 10 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସକ୍ରିୟଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି ।

କୋରୋନା ସଂକ୍ରମଣରୁ ଆଶ୍ବସ୍ତି ଲାଭ କରିଛି ନବରଙ୍ଗପୁର ଜିଲ୍ଲା । ଜିଲ୍ଲାରେ ଗତ 24 ଘଣ୍ଟା ମଧ୍ୟରେ ମାତ୍ର 10 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂପୃକ୍ତ ସଂକ୍ରମିତଙ୍କ ମଧ୍ୟରୁ ନବରଙ୍ଗପୁର ପୌରାଞ୍ଚଳରୁ ସର୍ବାଧିକ 4 ଜଣ ଆକ୍ରାନ୍ତ ରହିଥିବା ବେଳେ ଉମରକୋଟ ପୌରାଞ୍ଚଳରୁ 2 ଜଣ ଏବଂ ତେନ୍ତୁଳିଖୁଣ୍ଟି, ପାପଡାହାଣ୍ଡି, ରାଇଘର, ଉମରକୋଟ ବ୍ଲକରୁ ଜଣେ ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା 5,657କୁ ବୃଦ୍ଧି ପାଇଛି ଏବଂ ସେଥି ମଧ୍ୟରୁ 5,501ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ବେଳେ ଜିଲ୍ଲାର 121 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ତେବେ ଜିଲ୍ଲାରେ ବର୍ତ୍ତମାନ ଥିବା ସକ୍ରିୟଙ୍କ ମଧ୍ୟରୁ 93 ଜଣ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ 1 ଲକ୍ଷ 10 ହଜାର 790 ଜଣଙ୍କର ନମୁନା ସଂଗ୍ରହ କରାଯାଇ କୋଭିଡ଼ ପରୀକ୍ଷା କରାଯାଉଥିବା ସୂଚନା ମିଳିଛି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.