ETV Bharat / state

କୋରୋନା ଭୟ, ମାସ୍କ ଯୋଗାଇବେ ମହିଳା - women will provide masks

ନବରଙ୍ଗପୁର ସହରର 35 ଜଣ ମହିଳା ଯେଉଁମାନେ ପୂର୍ବରୁ "ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ଶିକ୍ଷା କେନ୍ଦ୍ର "ପକ୍ଷରୁ ସିଲେଇ ଶିଖିଥିଲେ ସେମାନେ ମାସ୍କ ତିଆରି କରିବେ ବୋଲି ପ୍ରଶାସନକୁ ଜଣାଇଥିଲେ l ଅଧିକ ପଢନ୍ତୁ....

କୋରୋନା ଭୟ, ମାସ୍କ ଯୋଗାଇବେ ମହିଳା
କୋରୋନା ଭୟ, ମାସ୍କ ଯୋଗାଇବେ ମହିଳା
author img

By

Published : Mar 30, 2020, 7:44 PM IST

ନବରଙ୍ଗପୁର: ଜିଲ୍ଲାରେ କାୋରୋନା ଭୂତାଣୁ ଜନିତ ମହାମାରୀ ଦାଉରୁ ରକ୍ଷା ପାଇବା ପାଇଁ ଜିଲ୍ଲା ପ୍ରଶାସନ ଗତ 16 ତାରିଖରୁ ଆରମ୍ଭ କରିଦେଛନ୍ତି ସଚେତନତା ଅଭିଯାନ l ଏନେଇ ଜିଲ୍ଲାରେ ୧୪୪ ଧାରା ଲାଗୁ କରି ଦୋକାନ ବଜାର, ସାପ୍ତାହିକ ହାଟ, ମନ୍ଦିର, ମସଜିଦ, ଚର୍ଚ୍ଚ ବନ୍ଦ କରିବା ସହ କୌଣସି ସାମାଜିକ ଉତ୍ସବ ନକରିବା ପାଇଁ କଡାକଡି ଭାବରେ ନିର୍ଦ୍ଦେଶ ଜାରି କରିହୋଇଛି । ପ୍ରଶାସନ କୋରୋନାକୁ ନେଇ ଜିଲ୍ଲାର ସମସ୍ତ ଅଞ୍ଚଳରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଜନସାଧାରଣଙ୍କୁ ସହଯୋଗ କରିବା ପାଇଁ ନିବେଦନ କରୁଛି। ଏଠାରେ ଲକଡାଉନର ମଧ୍ୟ ବେଶ୍ ପ୍ରଭାବ ପଡିଛି । ଏପରିକି ବାରମ୍ବାର ଜରୁରୀକାଳିନ ବୈଠକ କରାଯାଇ ଜିଲ୍ଲାର ପ୍ରତ୍ୟେକ ଦିନର ସ୍ବାସ୍ଥ୍ୟ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରାଯାଉଛି l ମାତ୍ର ଏଠାରେ ଏକ ସମସ୍ୟା ଦେଖାଦେଇଛି ବଜାରରେ ମାସ୍କ ଊପଲବ୍ଧ ହେଉନାହିଁ ।

କୋରୋନା ଭୟ, ମାସ୍କ ଯୋଗାଇବେ ମହିଳା

ନବରଙ୍ଗପୁର ଜିଲ୍ଲାର କୌଣସି ଦୋକାନରେ ମାସ୍କ ମିଳୁନଥିବା ଦେଖିବାକୁ ମିଳିଛି l ବର୍ତ୍ତମାନ କୋରୋନା ନିରାକରଣ କରିବାକୁ କୌଣସି ଟୀକା କିମ୍ବା ଔଷଧ ବାହାରି ନଥିଲା ବେଳେ ସଚେତନତା ଓ ସାମାଜିକ ଦୂରତା ସ୍ଥାପନ କରି ରୋଗକୁ ପ୍ରତିରୋଧ କରାଯାଇପାରିବ । ଆଉ ଏହି ସମୟରେ ମାସ୍କର ସମସ୍ୟାକୁ ଦୂରିକରଣ କରିବା ଏବଂ ସମସ୍ତେ କିଭଳି ସୁଲଭ ମୂଲ୍ୟରେ ମାସ୍କ ପାଇବେ ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ଓରମାସ ସଂସ୍ଥା ପକ୍ଷରୁ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ଶିକ୍ଷା କେନ୍ଦ୍ର ତରଫରୁ ପୂର୍ବରୁ ଟ୍ରେନିଂ ନେଇଥିବା 35 ଜଣ ମହିଳାଙ୍କୁ ନେଇ ମାସ୍କ ଉତ୍ପାଦନ କରିବାରେ ଲାଗିପଡିଛନ୍ତି l

ନବରଙ୍ଗପୁର ସହରର 35 ଜଣ ମହିଳା ଯେଉଁମାନେ ପୂର୍ବରୁ "ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ଶିକ୍ଷା କେନ୍ଦ୍ର " ପକ୍ଷରୁ ସିଲେଇ ଶିଖିଥିଲେ ସେମାନେ ମାସ୍କ ତିଆରି କରିବେ ବୋଲି ପ୍ରଶାସନକୁ ଜଣାଇଥିଲେ l ଫଳରେ ଓରମାସ ସଂସ୍ଥା ସେମାନଙ୍କୁ ମାସ୍କ ତିଆରି କରି ଓରମାସ ତରଫରୁ ବଜାରରେ ବିକ୍ରି କରିବାକୁ କହିବା ପରେ 35 ଜଣ ତାଲିମପ୍ରାପ୍ତ ମହିଳା ମାସ୍କ ତିଆରିରେ ଲାଗି ପଡିଛନ୍ତି l

ତେବେ ଗୋଟିଏ ମାସ୍କ ତିଆରି କରିବାରେ ସମସ୍ତ କଞ୍ଚାମାଲ ସହ 12 ଟଙ୍କା ଖର୍ଚ୍ଚ ହେଉଥିଲା ବେଳେ ସେମାନେ 15 ଟଙ୍କାରେ ଗୋଟିଏ ମାସ୍କ ବଜାରକୁ ଛାଡୁଛନ୍ତି । ଗୋଟିଏ ମାସ୍କରେ ମାତ୍ର 3 ଟଙ୍କା ଲାଭ ହେଉଥିଲେ ବି ସେମାନେ ବିପଦ ସମୟରେ ଲୋକଙ୍କ କାମକୁ ଆସି ଥିବାରୁ ନିଜକୁ ଧନ୍ୟମନେ କରିଛନ୍ତି l ଏ ପର୍ଯ୍ୟନ୍ତ 7000ରୁ ଉର୍ଦ୍ଧ ମାସ୍କ ତିଆରି କରାଯାଇଥିବା ବେଳେ 50ହଜାର ମାସ୍କ ତିଆରି କରାଯିବ ବୋଲି ସୂଚନା ମିଳୁଛି l

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.