ETV Bharat / state

ପାଲିଆ ଗ୍ରାମବାସୀଙ୍କ ପାଇଁ କୋରୋନା ସଚେତନତା କାର୍ଯ୍ୟକ୍ରମ

ନବରଙ୍ଗପୁରରେ କୋରୋନା ସଚେତନତା କାର୍ଯ୍ୟକ୍ରମ । ସରପଞ୍ଚଙ୍କ ସଭାପତିତ୍ବରେ ପାଲିଆ ଗାଁର ପଞ୍ଚାୟତ ତରଫରୁ ସ୍ବାସ୍ଥ୍ୟ ସଚେତନତା ଶିବିର ଆୟୋଜିତ ହୋଇଯାଇଛି । ଅଧିକ ପଢନ୍ତୁ...

ପାଲିଆ ଗ୍ରାମବାସୀଙ୍କୁ କୋରୋନା ସଚେତନ
ପାଲିଆ ଗ୍ରାମବାସୀଙ୍କୁ କୋରୋନା ସଚେତନ
author img

By

Published : Apr 4, 2020, 2:18 PM IST

Updated : Apr 4, 2020, 4:13 PM IST

ନବରଙ୍ଗପୁର: କୋରୋନାର ଭୟାବହତାକୁ ଦେଖି ସ୍ବାସ୍ଥ୍ୟ ଶିବିର ପକ୍ଷରୁ ସଚେତନା କାର୍ଯ୍ୟକ୍ରମ କରାଯାଉଛି । ଏହି କ୍ରମରେ ନବରଙ୍ଗପୁରର ପାଲିଆ ଗାଁର ପଞ୍ଚାୟତ ତରଫରୁ ସ୍ବାସ୍ଥ୍ୟ ସଚେତନତା ଶିବିର ଆୟୋଜିତ ହୋଇଯାଇଛି ।

ସରପଞ୍ଚ ନୀଳାମ୍ବର ସାନ୍ତାଙ୍କ ସଭାପତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଜନସାଧାରଣଙ୍କୁ କୋରୋନା ନେଇ ସତର୍କ ସହ ସଚେତନତା କରାଯାଇଛି । ଶିବିର ଅନୁଷ୍ଠିତ ହେବା ପୂର୍ବରୁ ଗ୍ରାପଞ୍ଚାୟ ସଦର ମହକୁମା ପାଲିଆ ଗାଁରେ ଥିବା ନଳକୂପ ସ୍ଥାନକୁ ଯାଇ ପରିମଳ ବ୍ୟବସ୍ଥା କରାଯାଇଥିଲା । ନଳକୂପର ଚତୁଃପାର୍ଶ୍ବରେ କେମିକାଲ ସ୍ପ୍ରେ ମଧ୍ୟ ହୋଇଥିଲା । ଏହା ସହ ସଂକ୍ରମଣରୁ ଦୂରେଇ ରହିବା ପାଇଁ ମୁହଁ, ନାକ, ଆଖିରେ ହାତ ମାରିବା ପୂର୍ବରୁ ବାରମ୍ବାର ସାବୁନରେ ହାତ ଧୋଇବା ପାଇଁ କୁହାଯାଇଥିଲା ।

ପାଲିଆ ଗ୍ରାମବାସୀଙ୍କ ପାଇଁ କୋରୋନା ସଚେତନତା କାର୍ଯ୍ୟକ୍ରମ

ଏହି ଅଞ୍ଚଳର ଯେଉଁଲୋକେ ମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିଲେ ସେମାନଙ୍କୁ ପଞ୍ଚାୟତରେ ଦାଖଲ କରିବାକୁ ଗ୍ରାମସ୍ତରୀୟ ସୂଚନା ଦିଆଯାଇଥିଲା । ଜ୍ବର, ସର୍ଦ୍ଦିକାଶ କିମ୍ବା ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କଲେ ଡାକ୍ତରଙ୍କ ପରାମର୍ଶ ନେବା ମଧ୍ୟ ଶିବିର ପକ୍ଷରୁ ଅନୁରୋଧ କରାଯାଇଛି । ଅସହାୟ ବ୍ୟକ୍ତି, ବୃଦ୍ଧବୃଦ୍ଧାଙ୍କୁ ଦିନକୁ 2 ଓଳି ଗରମ ଖାଦ୍ୟ ଦେବାକୁ ମଧ୍ୟ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ତ୍ବରାନ୍ବିତ କରାଯାଇଛି ।

ଏହି ସଚେତନତା କାର୍ଯ୍ଯକ୍ରମରେ ପାଲିଆ ଗ୍ରାମପଞ୍ଚାୟତର ସମସ୍ତ ଜନ ସାଧାରଣ ,ଜନପ୍ରତିନିଧି, ସ୍ବାସ୍ଥ୍ଯବିଭାଗର କର୍ମଚାରୀ, ଅଙ୍ଗନବାଡ଼ି କର୍ମୀ ଯୋଗ ଦେଇଥିଲେ। ଏଥରେ ସହଯୋଗ କରିଥଲେ କାର୍ଯ୍ଯନିର୍ବାହୀ ଅଧିକାରୀ ଅରୁଣ ଦୟ ପଟ୍ଟନାୟକ, ଅନେକ ସ୍ବେଚ୍ଛାସେବୀ ସଙ୍ଗଠନର ସଦସ୍ୟ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Last Updated : Apr 4, 2020, 4:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.